Advertisment

ଆପାର୍ଟମେଣ୍ଟ ଧସି ୨ ମୃତ,ଅନେକ ଦବି ରହିଥିବା ଅନୁମାନ

ଧସିଗଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଛି ।ଏହାସହ କିଛି ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଧସି ହୋଇ ରହିଥିବା ଅନୁମାନ କରାଯାଉଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Portion Of Gurugram Building Collapses

Portion Of Gurugram Building Collapses

ଧସିଗଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଛି ।ଏହାସହ କିଛି ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଧସି ହୋଇ ରହିଥିବା ଅନୁମାନ କରାଯାଉଛି ।

Advertisment

ଏଥିରେ କିଛି ପ୍ରଶାସନିକ ଅଧିକାର ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗତକାଲିଠୁ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍, ଅଗ୍ନିଶମ ବାହିନୀ ସମେତ ଅନ୍ୟ ରେସ୍କ୍ୟୁ ଟିମ୍ ଲାଗିଛନ୍ତି । ସବୁଠୁ ବଡ଼ କଥା ହେଉଛି, ୬ ମହଲା ଦବିବା ପରେ ଏବେ ତଳ ଫ୍ଲୋରର ଛାତ ବି ଦବୁଛି । ତେଣୁ ଆପାର୍ଟମେଣ୍ଟ ଲୋକେ ଏବେ ଭୟଭୀତ ଅବସ୍ଥାରେ ଘର ଛାଡ଼ୁଛନ୍ତି ।

ସୂଚନାଅନୁସାରେ,ଗତକାଲି ଗୁରୁଗ୍ରାମ ସେର-୧୦୯ ଅଞ୍ଚଳର ଏକ ୧୮ ମହଲା ଆପାର୍ଟମେଣ୍ଟରେ ମରାମତି ଚାଲିଥିଲା ।ଏହି ସମୟରେ ୬ ମହଲାରେ ମରାମତି ଚାଲୁଥିବା ବେଳେ ସମ୍ପୂର୍ଣ୍ଣ ଛାତଟି ଗଳି ପଡ଼ିଥିଲା । ଚତୁର୍ଥ, ପଞ୍ଚମ ମହଲାର ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରି ବିଲ୍ଡିଂ ଖାଲି କରାଯାଇଛି । ଏତେ ବଡ଼ ଅଘଟଣ କିପରି ହେଲା ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଉଛି ।

Advertisment
Gurugram Building-collapses
Advertisment
Advertisment