ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।
ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ I ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର କରିବେ ପ୍ରତିବାଦ। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।
ଆଦିବାସୀ ଜନତାଙ୍କ ଦୁଃଖ ବୁଝିବାକୁ ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ.. ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା କଥା ବୁଝିଲେ.. ଗାଁକୁ ବ୍ରିଜ୍ ନଥିବାରୁ ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ