ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍।
ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା।
କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି।
ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି।
ଟେଲିଭିଜନ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)ର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ‘ଓଟିଭି’ର AI ନ୍ୟୁଜ୍ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି।