• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ରୟାନ-୩(Chandrayaan-3) ଉତ୍‌କ୍ଷେପଣ ହେବ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍।

ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩। ଏଥିରେ ରହିବ ମୋଟ୍‌ ୩ ହଜାର ୯ ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ?  ଏହାର ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି। ‌ଆସନ୍ତୁ ଜାଣିବା...