ଜଣା ଅଜଣା ଜଗନ୍ନାଥ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍। ଗତକାଲି ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ମନ୍ତବ୍ୟ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହାସହ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଗାନ୍ଧିଜୀଙ୍କ ସମାଧିର ରୂପ ଧାରଣ ନକରୁ। ସେବାୟତଙ୍କୁ ଆର୍ଥିକ ବିପନ୍ନତାରୁ ରକ୍ଷା କଥା ଚିନ୍ତା କରାଯାଉ। ସେବାୟତଙ୍କ ଲାଗି ଶିକ୍ଷା ସଂସ୍କାର ପ୍ରକଳ୍ପ […]
ପୁରୀ : ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ମୁମ୍ବାଇ ଇସ୍କନ ମୁଖ୍ୟଙ୍କ କୁଶପୁତ୍ତଳିକା ବି ଦାହ କରିଛନ୍ତି ଆନ୍ଦୋଳନକାରୀ। ଏତଲାରେ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କୁ ଗିରଫ କରିବା […]
ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି। ତେଣୁ ମହାପ୍ରଭୁଙ୍କର ଅନେକ ଗୁପ୍ତରହଣି କ୍ଷେତ୍ର ଏବେ ବି ମୂକସାକ୍ଷୀ ହୋଇ ଇତିହାସକୁ ବାଟ କଢ଼ାଉଛି। ମାଦଳା ପାଞ୍ଜିରୁ ଜଣାଯାଏ ୧୫୭୮ରୁ ୧୭୩୩ ମସିହା ପର୍ଯ୍ୟନ୍ତ ପ୍ରାୟ […]
କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ଫୁଡ୍ କୋର୍ଟକୁ ଖୋଲାଯାଇଛି । ଏଠାରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ […]
ପୁରୀ : ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିରର ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ‘ଶ୍ରୀଜଗନ୍ନାଥ ଡଟ୍ ଇନ୍’। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ […]
ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]
ଭୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ସବୁ ସଂପତ୍ତିକୁ ତାଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ପୁରୀ ଚନ୍ଦନପୁର ଅ଼ଞ୍ଚଳର ଜଣେ ଭକ୍ତ ଶରତ ଚନ୍ଦ୍ର ସାହୁ ଓ ଏସ୍ ଏନ୍ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷକ୍ଷୁକ୍ତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରେ […]
ପୁରୀ : ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରିତନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ଏହା […]
ପୁରୀ : ସୁପ୍ରିମ୍କୋର୍ଟରେ ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ। ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଅାଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା। ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ନେଇ ଶ୍ରୀମନ୍ଦିରରେ […]
ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି । ବଳଗଣ୍ଡି ସ୍ଥିତ ମାଉସୀ ମା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । […]