ପୁରୀ: ଆଜି ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। କାରଣ ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ଗୁଣ୍ଡିଚା ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ […]
ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଆଜି ଦିଲ୍ଲୀର ହଜ୍ଖାସ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ସକାଳେ ସେମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମୋଦି ସରକାରର ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଓ ଇସ୍ପାତ ମନ୍ତ୍ରୀ […]
ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ ଭୁବନେଶ୍ୱର ନାଲକୋ ନଗର କମ୍ୟୁନିଟି ସେଣ୍ଟର ଦୁର୍ଗାମଣ୍ଡପ ଠାରେ ଉଦ୍ଘାଟିତ ହୋଇଛି। ଏଠାରେ ଶ୍ରୀଜିଉଙ୍କ ସମେତ ପ୍ରାୟ ୩୨ଟି ମୂର୍ତ୍ତି ପ୍ରଦର୍ଶିତ ହୋଇଛି। ପୁରୀର ପାରମ୍ପରିକ ଶିଳ୍ପୀଙ୍କ ଦ୍ୱାରା ଏହି ବେଶ ନିର୍ମାଣ କରାଯାଇଛି। ଏଠାରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ରଘୁନାଥ ବେଶ ଦର୍ଶନ କରିଛନ୍ତି। ଏହି ଉପଲକ୍ଷେ ଶ୍ରୀଜଗନ୍ନାଥ ମନ୍ଦିରରୁ ଅାସିଥିବା ପ୍ରସାଦି ମାଳ ଓ ହୃଦପଦକ, ଗୁଣା, ଝୁମ୍ପା, ଅଧରମାଳ ଇତ୍ୟାଦି ନାଲକୋ ସିଏମ୍ଡି ଗ୍ରହଣ କରିଥିଲେ […]