ଗୃହରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା କାରଣରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।
ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।
କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର […]
ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ ଯେଉଁ ରାଜ୍ୟରେ ନିବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫଟୋକୁ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟାଇବାକୁ ପଡ଼ିବ। ଏ ନେଇ ତୃଣମୂଳ […]
ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।