• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

qwertyu
ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍‌-ଚାଲିଗଲା ୭ ଜୀବନ

ଔରଙ୍ଗାବାଦ୍:  ମହାରାଷ୍ଟ୍ରର ଧୁଲେ-ହାଇଦ୍ରାବାଦ୍‌ ହାଇୱେରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ହଠାତ୍‌ ଖସି ପଡ଼ିଥିଲା ପୋଲ ତଳକୁ। ହାଇୱେ କଡରେ ଥିବା ବିନ୍‌ଚୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଡି ଉପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଭ୍ୟାନ୍‌ରେ ପ୍ରାୟ ୧୦ରୁ ୩୦ ଜଣ ଲୋକ ବସିଥିଲେ। ପୋଲ […]

rape...
ଗଣଦୁଷ୍କର୍ମ ପାଇଁ ନରପିଶାଚମାନେ କରିଥିଲେ ଏମିତି ପ୍ଲାନ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି।  ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ କରୁଛି । ପୋଲିସର କହିବା ଅନୁଯାୟୀ ଏହି ଜଘନ୍ୟ ଘଟଣା ଘଟାଇଥିବା ଅପରାଧୀମାନେ ଅତ୍ୟନ୍ତ ଅମାନୁଷିକ, ନିର୍ଦ୍ଦୟ ଭାବେ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ […]

supreme
ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତୀ; କାଲି ପୁଣି ଶୁଣାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ  ଏହି ମାମଲାର ପୁଣିଥରେ ଶୁଣାଣି ହେବ।  ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍‌ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍‌ଦାର୍‌ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍‌ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ ବିଜେପି କୋର୍ଟଙ୍କୁ କିଛି ସମୟ ମାଗିଛି। କୋର୍ଟ ମଧ୍ୟ ଫଡ୍‌ନାଭିସ୍‌ ସରକାରଙ୍କୁ ମହଲତ ଦେଇଛନ୍ତି। ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ଖଣ୍ଡପୀଠଙ୍କ ଆଗରେ ନିଜର […]

Capture-1
ମୋଦି-ଶାହଙ୍କ ରାତି-ନୀତି: କେତେ ଥର ଦେଶକୁ କରିଛି ହଲ୍‌ଚଲ୍‌

ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍‌ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍‌ନାବିସ୍‌। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍‌ ପାୱାର। ରାତାରାତି ସବୁ କିଛି ବଦଳି ଗଲା। ଅବଶ୍ୟ ଇତିହାସ ଦେଖିଲେ ଜାଣିହୁଏ, ବିଜେପି ଏବଂ ମୋଦି ସରକାର ପାଇଁ ଏସବୁ କିଛି […]

cricket
ଇଡେନ ଟେଷ୍ଟରେ ବାଂଲାଦେଶକୁ ହରାଇଲା ଭାରତ

କୋଲକାତା: ଇଡେନ ଟେଷ୍ଟରେ  ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା। ଶୁକ୍ରବାର ଇଡେନ ଗାର୍ଡେନରେ […]

supreme-court
ମହାରାଷ୍ଟ୍ର ମହାନାଟକ: ଆସନ୍ତାକାଲି ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର ଶେଷଦୃଶ୍ୟ କ’ଣ ହେବ ସେଥିପାଇଁ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ଥିଲା ସମସ୍ତଙ୍କର ନଜର।  ହେଲେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସୋମବାର ପୂର୍ବହ୍ନ ସାଢେ ୧୦ଟାରେ ଶୁଣାଣି ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏଥିସହିତ ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ […]

pak=1
ଇମ୍ରାନ୍‌ ଖାନ୍‌ଙ୍କୁ ଭାରତୀୟ ଚାଷୀଙ୍କ ଅଫର-ଆମଠୁ ଟମାଟର ନିଅ, ବଦଳରେ....

ନୂଆଦିଲ୍ଲୀ:ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେଜି ୪୦୦-୫୦୦ ଟଙ୍କା। ସାଧାରଣ ଲୋକ ତ ଟମାଟୋକୁ ଚାହିଁବାକୁ ସାହାସ କରିପାରୁ  ନାହାନ୍ତି। ଏହାକୁ ନେଇ ଅନେକ ମଜାଳିଆ ଖବର ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ପାକିସ୍ତାନର ଦରଦାମ ବୃଦ୍ଧି ବିଶେଷ କରି ଟମାଟୋ ଦାମ୍‌ ବୃଦ୍ଧିକୁ ଦେଖି ମଧ୍ୟପ୍ରଦେଶ ଝାବୁଆର ଜଣେ ଚାଷୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଏକ ଅଫର ଦେଇଛନ୍ତି। ସେ କହିଛନ୍ତି, ‘ପିଏମ ଇମ୍ରାନ ଖାନ, ଆମକୁ ପାକ୍‌ ଅକୁପାଏଡ୍‌ କାଶ୍ମୀର ବା […]

ncp-mla
ଏନ୍‌ସିପି ବିଧାୟକଙ୍କୁ ହୋଟେଲ୍‌ରୁ ଧରି ଆଣିଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡ଼୍‌ନାବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପି ନେତା ଅଜିତ୍‌ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ । ଏବେ ବହୁମତ ସାବ୍ୟସ୍ତ କିଏ କରିବ ? କେମିତି କରିବ ? ସମସ୍ତଙ୍କ ନଜର ଏହା ଉପରେ। ଏପଟେ ସରକାର ଗଢିବା ପାଇଁ ସଜବାଜ ହେଉଥିବା ଶିବସେନା-କଂଗ୍ରେସ-ଏନ୍‌ସିପି ଏଥିରେ ରକ୍ତ ଚାଉଳ ଚୋବାଉଛନ୍ତି। ବିଜେପିକୁ କ୍ଷମତାରେ ବସାଇ ନ ଦେବା ପାଇଁ ଲାଗିପଡ଼ିଛି ଶିବସେନା। ଶୁକ୍ରବାର ସନ୍ଧ୍ୟା […]

indoor-plants-1553278205
‘ଟ୍ରି ପଟ୍‌’ରେ ଘରକୁ ଏମିତି ସଜାନ୍ତୁ

ନୂଆଦିଲ୍ଲୀ: ସୁନ୍ଦର ଘରଟିଏ ହୋଇଥିବ, ମନଲାଖି ତାହାକୁ ସଜେଇ ପାରୁଥିବ। ଏମିତି କିଏ ବା ନ ଚାହେଁ ? ଏଥିପାଇଁ ପରିଶ୍ରମ କରିବାକୁ ପଡେ, ଟଙ୍କା ବି ଖର୍ଚ୍ଚ କରିବାକୁ ପଡେ। ସବୁ ସତ୍ତ୍ୱ ଯଦି ମନ ନ ବୁଝେ ? ଲାଗେ କେଉଁଠି କିଛି ତ୍ରୁଟି ରହିଗଲା କି ? ତେଣୁ ଘର ସଜାଇବା ପୂର୍ବରୁ ଚିନ୍ତା କରନ୍ତୁ, ଅନ୍ୟମାନଙ୍କୁ ପଚାରି ଆଇଡିଆ ନିଅନ୍ତୁ କେମିତି ସଜେଇବେ ? ସେ ନେଇ କିଛି ଟପ୍ସ। ଏକଥା […]

ଳମୀମଦମକସଦମ
ମହାରାଷ୍ଟ୍ର ରାଜନୀତି; ରାତିରାତି ଏମିତି ହୋଇଥିଲା ଗେମ୍‌ ପ୍ଲାନ..

ମୁମ୍ବାଇ:ଶନିବାର ସକାଳ ମହାରାଷ୍ଟ୍ର ରାଜନୀତି ପୃଷ୍ଠାରେ ଆଣିଥିଲା ଏକ ବରାଟ ବିସ୍ମୟଚିହ୍ନ। ସକାଳ ଖବରକାଗଜରେ ଲୋକ ଶିବସେନା ନେତା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପଢୁଥିବାବେଳେ ଟିଭି ପରଦାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନ୍‌ସିପି ନେତା ଅଜିତ୍‌ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ। ହେଲେ ରାତାରାତି ଖେଳ ଏମିତି କେମିତି ବଦଳିଗଲା ? ଜାଣନ୍ତୁ, କ’ଣ ଥିଲା ଶୁକ୍ରବାର ରାତିରୁ ଶନିବାର ସକାଳର ସେଇ ଘଟଣାକ୍ରମ- […]

sarat-ajit
୪୧ ବର୍ଷ ପରେ...ସେଇ କାହାଣୀର ପୁନରାବୃତ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ତା ପୂର୍ବରୁ ରାଜନୀତି ନୂଆ ମୋଡ଼ ନେଲା। ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର ପ୍ରମୁଖ ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଦେଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହି ସରକାରକୁ ଏନସିପି ସମର୍ଥନ କରୁନାହିଁ ବୋଲି ଦଳର ସୁପ୍ରିମୋ ଶରଦ […]

fish
କଣ୍ଟାରେ ପଡ଼ିଲା ୧୮ କେଜି ଓଜନର ମାଛ, ଦାମ୍‌ କେତେ ଜାଣନ୍ତି ?

କୋଲକାତା:ମାଛ ପୁଣି ୧୮ କିଲୋ ଓଜନର ! ବାପ୍‌ରେ ବାପ୍ !  ହାଓଡା ଜିଲ୍ଲାର ଉଲୁବେରିଆ ଅଞ୍ଚଳର ଲୋକେ ମଙ୍ଗଳବାର ଯେତେବେଳେ ଏହି ମାଛକୁ ଗଙ୍ଗାନଦୀରୁ ଧରିଲେ ବିଶ୍ୱାସ କରିପାରି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁମ୍ବୋ ଭେଟ୍‌କି ମାଛ(jumbo Bhetki fish)। ଆଶ୍ଚର୍ଯ୍ୟର କଥା କେବଳ ଏତିକି ନୁହେଁ, ମାଛଟିର ଦାମ୍‌ କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମଙ୍ଗଳବାର ସକାଳୁ ତରୁଣ ବେରା ନାମକ ଜଣେ ବ୍ୟକ୍ତି ସାଙ୍ଗ ମାନଙ୍କ ସହ […]

udhhab-1
ସିଟ୍‌ ସମୀକରଣ: କାହା ପାଖରେ କେତେ ଅଙ୍କ ?

ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ମହାରାଷ୍ଟ୍ରରେ ଏନସିପି ଦଳର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଜଣାଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହାପରେ ରାଜ୍ୟରେ ଚାଲିଥିବା […]

sanjaya
ବହୁମତ ସାବ୍ୟସ୍ତ କରିପାରିବେ ତ ଫଡ଼ନାଭିସ ?

ମୁମ୍ୱାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ,  ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ଏଠାରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କେମିତି ବହୁମତ ସାବ୍ୟସ୍ତ କରିବେ ?  […]

indian-spices-powder-500x50
ଅସଲି ମସଲା ଗୁଣ୍ଡ କେମିତି ଚିହ୍ନିବେ ?

ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି। ତେଣୁ ଆମେ ତ ଏହାକୁ ଅଟକାଇ ପାରବା ନାହିଁ, ତେଣୁ ନକଲି ଜିନିଷ ପ୍ରତି ସଚେତନ ହେଲେ ବିପଦକୁ ଏଡ଼ାଇ ପାରିବ। ଫୁଡ୍ ଏବଂ ସପ୍ଲାଇ ବିଭାଗ […]

pak
ଓଡ଼ିଆ ପୁଅକୁ ଆତଙ୍କବାଦୀ ସଜେଇଲା ପାକିସ୍ତାନ

ଇସଲାମାବାଦ: ଆତଙ୍କୀସ୍ତାନ ପାକିସ୍ତାନ ଏବେ ବନ୍ଧୁ ଚାଇନା ସହାୟତାରେ ଭାରତ ବିରୋଧରେ ଗୋଟି ଚାଳନା ଆରମ୍ଭ କରିଛି। ଜଣେ ଓଡ଼ିଆ ପୁଅଙ୍କ ସମେତ ୪ ଜଣ ଭାରତୀୟଙ୍କୁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନ ଏବେ ମସୁଧା ଆରମ୍ଭ କରିଛି। ନିକଟରେ ଭାରତ ସହଯୋଗୀ ଫ୍ରାନ୍ସ ଓ ଆମେରିକା ସହାୟତାରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ସ୍ତରୀୟ ଆତଙ୍କୀ ଘୋଷଣା କରିବାରେ ସଫଳ ହୋଇଥିଲା। ଏବେ ପାକିସ୍ତାନ […]

jammukashmir
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ଆଇଇଡି ଠାବ; ହାଇଆଲର୍ଟ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏହି ଆଇଇଡି ମିଳିବା ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ସମଗ୍ର ଅଞ୍ଚଳରେ ଯାତାୟାତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଆଇଇଡି ଠାବ ପରେ ଏବେ ସମଗ୍ର […]

rammandir
ଅଯୋଧ୍ୟା ରିଭ୍ୟୁ ପିଟିସନକୁ ନେଇ ଭାଗଭାଗ ହେଲା ସୁନ୍ନି ୱାକଫ ବୋର୍ଡ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିବା ସୁନ୍ନି ୱାକଫ ବୋର୍ଡ ଏବେ ଭାଗ ଭାଗ ହେବାରେ ଲାଗିଛି। ଅଯୋଧ୍ୟା ମାମଲାରେ ୩ ମୁଖ୍ୟ ମୁସଲିମ ପକ୍ଷ ଏବେ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି। ଏହାକୁ ମିଶାଇ ୧୦ ମୁସଲିମ ପକ୍ଷଙ୍କ ମଧ୍ୟରୁ ୭ ଜଣ ଅଲଗା ଅଲଗା ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ନିଷ୍ପତ୍ତି […]

sanjay raut
ଆସନ ବଦଳିବାରୁ ତାତିଗଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଆସନ ଗୃହର ୫ ଧାଡ଼ିକୁ ଚାଲି ଯାଇଥିବାରୁ ଏହାକୁ ନେଇ ସେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆସନ ବଦଳିବା ଘଟଣାକୁ ଆଧାର କରି ସେ ରାଜ୍ୟସଭା ଅଧ୍ୟକ୍ଷା ଭେଙ୍କୟା ନାଇଡୁଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଚିଠି ସମ୍ପର୍କରେ ସୂଚନା ଦେଇ ସଞ୍ଜୟ ରାଉତ କହିଛନ୍ତି, “ମୁଁ ଭାବୁଛି ରାଜ୍ୟସଭାରେ ଏଭଳି ଆସନ ବଦଳ କରିବା ପାଇଁ କେହି ଜାଣିଶୁଣି […]

snake
ସାପ ସହ ଏମିତି ଖେଳିଲେ ପିଲା..ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ଭିଏତନାମ୍‌ର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଡରିଯିବେ। କିଛି ଛୋଟ ପିଲା ଏକ ସାପକୁ ଦଉଡି କରି ଖେଳୁଛନ୍ତି। ସ୍ଥାନୀୟ ଗଣ ମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ, ଏହି ଦେଶରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳେ। ଏପରିକି ଜନବସତି ଭିତରକୁ ଅନେକ ସମୟରେ ସାପ ପଶି ଆସିଥାଏ । ଏହି ସାପମାନେ ଭାରି ବିଶାକ୍ତ ମଧ୍ୟ। ଏହି ଭିଡିଓରେ ଦେଖିବାକୁ ମିଳିଛି, ସାପର ଦୁଇ ପଟକୁ କିଛି ପିଲା ଧରି […]

amit saha
ସାରା ଦେଶରେ ଲାଗୁ ହେବ NRC

ନୂଆଦିଲ୍ଲୀ: ଭାରତରେ ଲାଗୁ ହେବ ଜାତୀୟ ନାଗରିକ ରେଜିଷ୍ଟର୍ ବା NRC । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପ୍ରଶ୍ନକାଳରେ ସ୍ୱପ୍ନ ଦାସଗୁପ୍ତାଙ୍କ ପ୍ରଶ୍ନର ଉତ୍ତରରେ ଅମିତ ଶାହା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ ଏନ୍ଆରସି ଲାଗୁ କରାଯାଇଥିଲା। ଏହି ପ୍ରକ୍ରିୟା ସାରା ଦେଶରେ ମଧ୍ୟ ଚାଲିବ॥ ତେବେ କୌଣସି ଧର୍ମର ଲୋକେ ଏହି ପ୍ରକ୍ରିୟା ଦ୍ୱାରା ଭୟଭୀତ ହେବା ଅନୁଚିତ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏ […]

dog
ବିଦେଶୀ ପ୍ରଜାତି ଠାରୁ କମ୍‌ ନୁହଁନ୍ତି ଆମ ଦେଶୀ କୁକୁର-ପ୍ରମାଣ ଦେଲା ଉତ୍ତରାଖଣ୍ଡ ପୋଲିସ

ନୂଆଦିଲ୍ଲୀ:ସେନାରେ ଭର୍ତ୍ତି ହେବା ପାଇଁ ଲାବ୍ରାଡର, ଜର୍ମାନ ସେପର୍ଡ, ଡୋବରମ୍ୟାନ ପରି ବିଦେଶୀ ପ୍ରଜାତିର କୁକୁର ବେଶ ଦକ୍ଷ। କୁହାଯାଏ, ଏହି କୁକୁରମାନଙ୍କର ଆଘ୍ରାଣ ଶକ୍ତି ଏବଂ ବିପଦକୁ ତୁରନ୍ତ ଠାବ କରିବାର ଶକ୍ତି ଏମାନଙ୍କର ପ୍ରଖର। ତେବେ ଆମ ଦେଶୀ କୁକୁର ମଧ୍ୟ ଏମାନଙ୍କଠାରୁ କମ୍‌ ନୁହେଁ। ଆମ ଦେଶୀ କୁକୁରମାନେ ବିଭିନ୍ନ ପ୍ରତିକୂଳ ସ୍ଥିତି, ପାଗରେ ଏମାନେ ରହି ପାରନ୍ତି। ଏମାନଙ୍କର ଦୃଷ୍ଟି ଶକ୍ତି ଏବଂ ଆଘ୍ରାଣ ଶକ୍ତି ବହୁତ ଭଲ। ବିପଦ ପ୍ରତି […]

kbc
କେବିସି ପ୍ରତିଯୋଗୀ କହିଲେ ‘ମୋ ମା’ ଶାହରୁଖଙ୍କୁ ପତି ମାନନ୍ତି’

ମୁମ୍ୱାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ରେ ସୋମବାର ହଟ୍‌ ସିଟ୍‌ରେ ବସିଥିଲେ ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା। ପ୍ରେରଣାଙ୍କ ସହିତ ଅମିତାଭଙ୍କର କଥାବାର୍ତ୍ତା ବହୁତ ମଜାଦାର ରହିଥିଲା। ସୋନି ଟିଭିର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ପ୍ରେରଣା ଓ ଅମିତାଭଙ୍କ କଥାବାର୍ତ୍ତାର ଏକ ଟିଜର୍‌ ଭିଡିଓକୁ ଶେଆର୍ କରାଯାଇଛି। ଯେଉଁଥିରେ ଅମିତାଭ ପ୍ରେରଣାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଶୁଣିବା ପରେ ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ହୋଇଛନ୍ତି। […]

lemon-water
ତ୍ୱଚାର ଚମକ୍‌ ବଢାଏ ଲେମ୍ବୁ ପାଣି

ନୂଆଦିଲ୍ଲୀ: ସୁସ୍ଥ ଶରୀର ଏବଂ ଉଜ୍ଜ୍ୱଳ ତ୍ୱଚା- ଏ ଦୁଇଟି ଜିନିଷ ସମସ୍ତେ ଚାହାନ୍ତି। ତେବେ ବୟସ ବଢିବା ସହ ତ୍ୱଚାର ଚମକ କମିଯାଏ। ଲେମ୍ବୁ ପାଣିର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ। ଲେମ୍ବୁ ପାଣି ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ ହାଇଡ୍ରେଡ୍‌ ରଖିଥାଏ। ଲେମ୍ବୁ ପାଣିରେ ଥିଆମିନ୍, ରିବୋଫ୍ଲେବିନ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ-ଇ ଥାଏ, ଯାହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ। ଲେମ୍ବୁ ପାଣି […]