• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

accident-1
କାର୍‌-ଟ୍ରକ୍‌ ମଧ୍ୟରେ ଧକ୍କା: ୬ ମୃତ, ୬ ଗୁରୁତର

ଚନ୍ଦ୍ରପୁର(ମହାରାଷ୍ଟ୍ର): କାର୍‌-ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଜୋରରେ ହୋଇଛି ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।

odisha
ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ତାଡକି ଗାଁରେ ସିନେମାର ଷ୍ଟାରକାଷ୍ଟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଓ କୁହୁ ସିନେ ଫ୍ଲେକ୍ସ ପ୍ରଯୋଜିତ ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍ ହେବ। ମହିଳା କୈନ୍ଦ୍ରିକ ଏହି ସିନେମାରେ ଜଣେ ଅଧ୍ୟାପିକା ଭାବେ ନଜର […]

Untitled (1)
ଭାରତରେ ଲଞ୍ଚ୍‌ ପୂର୍ବରୁ ଲିକ୍‌ ହେଲା 5G ସ୍ମାର୍ଟଫୋନ୍‌ର ଫଟୋ

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ହେଲେ ଲଞ୍ଚ୍‌ ପୂର୍ବରୁ ଏହି 5G ସ୍ମାର୍ଟଫୋନ୍‌ର ଫଟୋ ସାମ୍ନାକୁ ଆସିଛି। ଗିଜ୍‌ଚାଇନାର ସୂଚନା ଅନୁସାରେ, ଲଞ୍ଚ୍‌ ପୂର୍ବରୁ iQOO 3 ର ଫଟୋ ଶେଆର୍‌ କରାଯାଇଛି। କୁହାଯାଉଛି ଯେ, ଫୋନ୍‌ଟି ଲଞ୍ଚ୍‌ ହେବା ପୂର୍ବରୁ ଏହାର ପ୍ରମୋ ପେଜ୍‌ ଲାଇଭ୍‌ କରାଯାଇଛି। ଯେଉଁଠି ଏହି ଫୋନ୍‌ର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଫୋନ୍‌ଟି ଲଞ୍ଚ୍‌ […]

ktkh-1
ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ’ ‘କହାଁ ହମ୍‌ କହାଁ ତୁମ୍‌’ ଦର୍ଶକଙ୍କ ମନ ଜିତିବାରେ ବେଶ୍‌ ସଫଳ ହୋଇଛି। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଥିବାବେଳେ ଉଭୟଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି। ଏପରିକି ଫ୍ୟାନ୍‌ମାନେ ଏମାନଙ୍କ ନାଁରେ ‌ଅନେକ ସୋଶାଲ୍‌ ମିଡିଆ ପେଜ୍‌ ମଧ୍ୟ ଚଲାଉଛନ୍ତି। ହେଲେ ଏସବୁ ଭିତରେ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି।  ସୂଚନା ଅନୁଯାୟୀ, ଏହି ଶୋ’ ମାର୍ଚ୍ଚ ୧୪ […]

5G phone
ଫେବୃଆରୀ ୨୫ରେ ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଲଞ୍ଚ୍‌ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ iQOO 3 ଫେବୃଆରୀ ୨୫ ତାରିଖ ଦିନ ୧୨ଟାରେ ଲଞ୍ଚ୍‌ ହେବ। ଫୋନ୍‌ଟି ଲଞ୍ଚ୍‌ ହେବାପରେ ଏହା Flipkart and IQOO.comରେ ଉପଲ୍ଲବ୍ଧ ହେବବୋଲି ଜଣାପଡ଼ିଛି। ଏହି ଫୋନ୍‌ରେ ଲାଟେଷ୍ଟ୍‌ ପ୍ରୋସେସର୍‌ snapdragon 865 ରହିଛି। ଯଦିଓ ଏହାର ମୂଲ୍ୟ କେତେ ଜଣାପଡ଼ିନାହିଁ ତେବେ […]

train
ଭଗବାନ ଶିବଙ୍କ ପାଇଁ ଟ୍ରେନ୍‌ରେ ରିଜର୍ଭ ହେଲା ସିଟ୍

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପାଇଁ ଟ୍ରେନ୍‌ରେ ରିଜର୍ଭ ହେଲା ସିଟ୍। କଥାଟା ଯେକେହିବି ଶୁଣିବେ ଆଶ୍ଚର୍ଯ୍ୟ ଲାଗିବ। ପ୍ରକୃତରେ ଘଟଣାଟି ହେଲା-  ୩ ଜ୍ୟୋତିର୍ଲିଙ୍ଗ ସହରକୁ ସଂଯୋଗ କରୁଥିବା କାଶୀ ମହାକାଲ୍‌ ଏକ୍ସପ୍ରେସ୍‌କୁ ଲୋକାର୍ପିତ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ର ଲୋକାର୍ପଣ କରିଛନ୍ତି। ଟ୍ରେନ୍‌ର B5 ବଗିର ୬୪ ନମ୍ବର ସିଟ୍‌କୁ ସ୍ୱତନ୍ତ୍ର ଭାବେ ରିର୍ଜଭ ରଖାଯିବା ସହ ଟ୍ରେନ୍‌ ବଗିରେ ଏକ ଛୋଟ ମନ୍ଦିର ସଦୃଶ କରାଯାଇ ମହାଦେବଙ୍କୁ […]

virat
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, “ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।” ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ […]

jamia-11
ପୁଲିସ୍‌ର ବର୍ବରତା: ଜାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଭିତରେ ପଶି ଛାତ୍ରଙ୍କୁ ଲାଠିମାଡ଼

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ପୁଲିସ୍‌ର ବର୍ବରତା। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ପୁଲିସ୍‌ ଲାଠିମାଡ଼ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଶନିବାର ଦିନ ଜାମିଆ କୋର୍ଡିନେସନ କମିଟି ଏହି ଭିଡିଓ ସୋଶାଲ୍‌ ମିଡିଆରେ ଶେଆର କରିଛି। ଜାମିଆର ଛାତ୍ରଛାତ୍ରୀ ଲାଇବ୍ରେରୀରେ ପଢୁଥିବା ବେଳେ ହଠାତ୍‌ ପୁଲିସ୍‌ ସେଠାରେ ପହଞ୍ଚି ଛାତ୍ରଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ସିଏଏକୁ […]

Srinivasa Gowda
ପବନ ବେଗରେ ଦୌଡ଼ିଲେ, ରାତାରାତି ଷ୍ଟାର୍‌ ବନିଗଲେ

ମାଙ୍ଗାଲୁରୁ: ପବନ ବେଗରେ ଦୌଡ଼ିଲେ, ଆଉ ରାତାରାତି ଷ୍ଟାର୍‌ ବନିଗଲେ। ଏମିତି ଜଣେ ଯୁବକ କ୍ଷୀପ୍ର ବେଗରେ ଦୌଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି। କର୍ଣ୍ଣାଟକର ଯୁବକ ଶ୍ରୀନିବାସ ଗୌଡ଼(୨୮)ଙ୍କ ଦୌଡ଼କୁ ଏବେ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ତଥା ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ଦୌଡ଼ ସହ ତୁଳନା କରାଯାଉଛି। ସେ ବୋଲ୍ଟଙ୍କଠୁ କ୍ଷୀପ୍ର ବେଗରେ ଦୌଡ଼ୁଥିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀନିବାସ, କର୍ଣ୍ଣାଟକ ମେଙ୍ଗାଲୁରୁର ଏକ ଗାଁରେ କାମ୍ବାଲା ରେସ୍‌(ବଳଦଙ୍କୁ ନେଇ କରାଯାଉଥିବା ଏକ ରେସ୍‌)ରେ ବଳଦଙ୍କ ସହ […]

arvind 1
ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରିୱାଲ୍‌ ସରକାରଙ୍କ ତୃତୀୟ ଇନିଂସ୍‌ ଆଜିଠୁ ଆରମ୍ଭ ହୋଇଛି। ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। Lieutenant ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦିଲ୍ଲୀର ରାମଲୀଳା ମୈଦାନରେ ‌ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। କେଜ୍ରିୱାଲ୍‌ଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି ୬ଜଣ ମନ୍ତ୍ରୀ ହେଲେ-ମନୀଷ […]

siddharth shukla
ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ମୁମ୍ବାଇ: ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ଙ୍କଠାରୁ ସେ ବିଧିବଦ୍ଧ ଭାବେ ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଅସୀମ ରିଆଜ୍‌ ପ୍ରଥମ ରନର୍‌-ଅପ୍‌ ହୋଇଛନ୍ତି। ତେବେ ସିଦ୍ଧାର୍ଥଙ୍କ ପାଇଁ ଏହି ବିଜୟ ଏତେ ସହଜ ନ ଥିଲା। ତାଙ୍କର ବଡ଼ ଗୁଣ ଥିଲା ସେ ଭଲ ବନ୍ଧୁତା ଦେଖାଇ ପାରିଥିଲେ। ତାଙ୍କୁ ‘ଭାଲୁ’ ଓ […]

tik tok star
ପେଚା ସହ ଭିଡିଓ କରି ଫସିଲେ ଟିକ୍‌ଟକ୍‌ ଷ୍ଟାର

ସୁରତ: ସୋଶାଲ୍‌ ମିଡିଆରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେଉଛି। ଏମିତିରେ ବି ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ଟିକ୍‌ଟକ୍‌ ଭିଡିଓ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି। ହେଲେ ସେମାନେ ଜାଣି ନାହାନ୍ତି ସେମାନଙ୍କର ଏହି ଟିକ୍‌ଟକ୍‌ ନିଶା କେଉଁଦିନ ସେମାନଙ୍କୁ ଅଡ଼ୁଆରେ ପକାଇଦେବ। ଏମିତି ଏକ ଘଟଣା ଘଟିଛି ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କ ସହ। ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ୍‌ ଏକ ପେଚା ସହ ଭିଡିଓ କରି ଅଡ଼ୁଆରେ ପଡ଼ି […]

rahul
ପୁଲ୍‌ୱାମା ଆକ୍ରମଣରୁ କିଏ ଅଧିକ ଲାଭବାନ ହୋଇଛି?: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ, ଫେବୃଆରୀ ୧୪ ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆରପିଏଫ ଯବାନଙ୍କ ବସ୍‌ ଉପରକୁ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ଦେବା ଫଳରେ ୪୦ ଯବାନ ସହିଦ ହୋଇଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଦେଶ ସହିଦ ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ କିଛି ପ୍ରଶ୍ନ ପଚାରିଛନ୍ତି। ଯାହାକୁ ନେଇ ଏବେ […]

coronavirus
ଗୋଟିଏ ଦିନରେ ୨୫୪ ଜଣଙ୍କ ମୁଣ୍ଡ ନେଲା କରୋନା

ବେଜିଂ: ଚୀନରେ ଘାତକ ସାଜିଥିବା କରୋନା ଭାଇରସରେ ଗୋଟିଏ ଦିନରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବେଇ ଅଞ୍ଚଳର। ଯାହାକୁ ନେଇ ଚୀନ ସରକାର ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨ ମାସରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପହଞ୍ଚିଛି। ଚୀନର ମିଡିଆ ରିପୋର୍ଟ ଅନୁଯାୟୀ ୨୫୪ ମୃତକଙ୍କ ମଧ୍ୟରେ ଅଧିକାଂଶ ହୁବେଇର। ଗତ ୨ ମାସରେ କରୋନାରେ ୧,୩୬୭ […]

salman
ସଲମାନ୍‌ଙ୍କ ପାଇଁ ସାଇକେଲରେ ଗଲେ ୬୦୦ କି.ମି.

ଗୁୱାହାଟୀ: ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ ଫ୍ୟାନ୍‌ମାନଙ୍କ ପାଗଳାମି କିଛି ନୂଆ କଥା ନୁହେଁ। ଏହି ପାଗଳାମି ଯୋଗୁ ଫ୍ୟାନ୍‌ମାନେ କେତେ କ’ଣ କରି ବସନ୍ତି। ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ଏବେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ଦେଖିବା ପାଇଁ ଜଣେ ଫ୍ୟାନ୍‌ ୬୦୦ କିଲୋମିଟର ସାଇକେଲ୍‌ ଚଲାଇ ଗୁୱାହାଟୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଫିଲ୍ମଫେୟାର ଆୱାର୍ଡସ୍‌ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ସଲମାନ୍‌ ଯୋଗ […]

marriage
ତୃତୀୟ ବିବାହ କରିବାକୁ ଯାଉଥିଲେ; ଠିକ୍‌ ସମୟରେ ପହଞ୍ଚିଗଲେ ପ୍ରଥମ ପତ୍ନୀ, ତା’ପରେ...

କରାଚି: ତୃତୀୟ ବିବାହ କରିବାକୁ ଯାଉଥିଲେ, ହେଲେ ଠିକ୍ ସମୟରେ ପହଞ୍ଚିଗଲେ ପ୍ରଥମ ପତ୍ନୀ। ଏହାପରେ ଯୁବକଙ୍କୁ ନିଧୂର୍ମ ପିଟିଲେ ପ୍ରଥମ ପତ୍ନୀ। ଏଭଳି କିଛି ଘଟଣା ଘଟିଛି ପାକିସ୍ତାନ କରାଚି ସହରର ଉତ୍ତର ନିଜାମାବାଦ ଅଞ୍ଚଳରେ। ସୂଚନା ଅନୁସାରେ, ଜଣେ ଯୁବକ ତୃତୀୟ ବିବାହ କରିବାକୁ ଯାଉଥିବା ବେଳେ ଏହି ସମୟରେ ତାଙ୍କର ପ୍ରଥମ ପତ୍ନୀ ବିବାହ ସ୍ଥଳରେ ପହଞ୍ଚି ଯାଇଥିଲେ। ସ୍ୱାମୀ ତୃତୀୟ ବିବାହ କରୁଥିବା ଦେଖି ପତ୍ନୀ ଏଥିରେ ରାଗିଯାଇ ତାଙ୍କୁ(ଯୁବକଙ୍କୁ) ନିର୍ଧୂମ […]

Capture
ପୁଲ୍‌ଓ୍ୱାମା ଆକ୍ରମଣକୁ ପୂରିଲା ବର୍ଷେ, ଦେଶ ପାଇଁ ବଳିଦାନ ଦେଇଥିଲେ ୪୦ ଯବାନ

ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଫେବୃଆରୀରେ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା। ସମସ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଇ ସହିଦ ଯବାନଙ୍କ ସ୍ମୃତିରେ ଲେଥ୍‌ପୋରା କ୍ୟାମ୍ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି। ଆଜି ଏହି ସ୍ମାରକୀ ଉଦ୍‌ଘାଟନ ହେବ। ଉଦ୍‌ଘାଟିତ ହେବାକୁ ଥିବା ସ୍ମାରକୀରେ ସହିଦ ଯବାନଙ୍କ […]

oppo
୨୯ ହଜାର ଟଙ୍କାର ସ୍ମାର୍ଟଫୋନ୍‌କୁ କିଣନ୍ତୁ ୧୫,୯୯୦ ଟଙ୍କାରେ

ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ବିଳମ୍ବ ନ କରି Oppoର ଦାମୀ ଫୋନ୍‌ ପୂରା ଶସ୍ତାରେ କିଣନ୍ତୁ। Flipkart ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ‘ବେଷ୍ଟ୍‌ ସେଲିଙ୍ଗ୍‌ ଫୋନ୍ସ’ କ୍ୟାଟାଗରିରେ Oppo F11 Pro ଫୋନ୍‌ ଆପଣଙ୍କୁ ଶସ୍ତାରେ ମିଳିପାରିବ। Flipkartରେ ଦିଆଯାଇଥିବା ସୂଚନା ଅନୁସାରେ, Oppo F11 Pro ଫୋନ୍‌ରେ ଆପଣଙ୍କୁ ୧୩ ହଜାର ଟଙ୍କାର ଡିସ୍‌କାଉଣ୍ଟ୍‌ ମିଳିବ। ଫୋନ୍‌ର ପ୍ରକୃତ ମୂଲ୍ୟ ୨୮,୯୯୦ ଟଙ୍କା ଥିବାବେଳେ କମ୍ପାନୀ […]

accident
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌, ଚାଲିଗଲା ୧୪ ଜୀବନ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ଏକ ଟ୍ରକ୍‌କୁ ପଛପଟୁ ବସ୍‌ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱା ସ୍ଥିତ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ସ୍ଲିପର୍‌ କୋଚ୍‌ ବସ୍‌ଟି ଦିଲ୍ଲୀରୁ ମୋତିହାରୀ(ବିହାର) ଅଭିମୁଖେ ଯାଉଥିବା ବେଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର […]

accident
ଦାମୀ କାର୍‌ ଚଢ଼ି ୨ ଜଣଙ୍କୁ ଧକ୍କା ଦେଲେ କଂଗ୍ରେସ ବିଧାୟକଙ୍କ ପୁଅ

ବେଙ୍ଗାଲୁରୁ: ଏକ ପବ୍‌ରେ ମାର୍‌ପିଟ୍‌ କରି ଗିରଫ ହୋଇ ପରେ ସର୍ତ୍ତମୂଳକ ଜାମିନରେ ଆସିଥିବା  କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକଙ୍କ ପୁଅ ପୁଣିଥରେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଦ୍ରୁତ ବେଗରେ କାର୍‌ ଚଳାଇ ବିଧାୟକ ଏନ୍‌ ହାରିସ୍‌ଙ୍କ ପୁଅ ମହମ୍ମଦ ନଲ୍‌ପଦ୍‌ ହାରିସ୍‌ ଏକ ଦୁର୍ଘଟଣା ଘଟାଇଛନ୍ତି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏହି ହିଟ୍‌-ଏଣ୍ଡ୍‌-ରନ୍‌ ଘଟଣା ଘଟିଛି। ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ନଲ୍‌ପଦ୍‌ଙ୍କ ଏକ ଲକ୍ସଜୁରି କାର୍‌ ୨ ଟି ଗାଡ଼ିକୁ […]

AAP leader
ମନ୍ଦିରରୁ ଫେରୁଥିବାବେଳେ ଆପ୍ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼; ଜଣେ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁଣିଥରେ ବାଜି ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଶୋକ ମାନ୍‌। ଏଥିରେ ଆଉ ଜଣେ କର୍ମୀ ଆହତ ହୋଇଥିବା ବେଳେ ନବନିର୍ବାଚିତ ବିଧାୟକ ନରେଶ ଯାଦବ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନରେ ବିଜୟ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ […]

petrol pump
କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇଛି। ଫଳରେ ପେଟ୍ରୋଲ ଦର ଲିଟର ପିଛା ୭ ୨.୧୦ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭ ପଇସା ହୋଇଛି। ଜାନୁଆରୀ ୭ରେ କରୋନା ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ […]

pallavi
ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପିପିଲି: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ସରି ଯାଇଛି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଉଭୟ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ଫେବୃଆରୀ ୧୪ରେ ବିବାହ କରିବେ। କିନ୍ତୁ ଫେବୃଆରୀ ୧୪ ନୁହେଁ ବରଂ ଆସନ୍ତା ୨୬ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ […]

corona
ଚୀନରେ ପ୍ରାଣଘାତୀ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ବେଜିଂ: ଚୀନରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୩୯ ହଜାର ୮୦୦ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜାନୁଆରୀ ୧୫ ପରେ ଚୀନ୍ ଯାଇଥିବା ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା DGCA। ଏନେଇ ଏକ ସର୍‌କୁଲାର୍‌ ଜାରି ହୋଇଛି। ଆକାଶ ମାର୍ଗ ସହ ଜଳ, ସ୍ଥଳପଥରେ ନେପାଳ, ଭୁଟାନ, ବାଂଲାଦେଶ ଓ ମିଆଁମାର ଦେଇ ଚୀନ […]

train
ରେଲ୍‌ୱେରେ ଚାକିରି ଅଫର୍‌, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଥିବା ବିଶେଷ କରି ଯେଉଁମାନେ ରେଲ୍‌ୱେରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। West Central Railway ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜାନୁଆରୀ ୧୫ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ଆବେଦନର ଶେଷ ତାରିଖ। ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୨୭୩। ଏହି ପଦବୀ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ […]