ଭୁବନେଶ୍ୱର: ସ୍ୱଦେଶୀ ନିର୍ମିତ ଇଣ୍ଟରମିଡିଏଟ୍ ରେଞ୍ଜ ବାଲିଷ୍ଟିକ ମିସାଇଲ ଅଗ୍ନି-୨ ଆଜି ଭଦ୍ରକ ଧାମରା ସ୍ଥିତ ଅବଦୁଲ୍ କଲାମ ଦ୍ୱୀପରୁ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ର ଆଜି ସକାଳ ୮ ଟା ୩୮ ମିନିଟ୍ ସମୟରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜର ଲଞ୍ଚ କମ୍ପ୍ଲେକ୍ସ-୪ରୁ ଉତକ୍ଷେପଣ କରାଯାଇଥିଲା। ସୂଚନାନୁଯାୟୀ, ଏହି ବ୍ୟବହାରିକ ପରୀକ୍ଷଣ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡ (ଏସଏଫସି) ଦ୍ୱାରା କରାଯାଇଛି। ତେବେ ଅଗ୍ନି-୨ ମିସାଇଲ ଏହାପୂର୍ବରୁ ଭାରତୀୟ ସେନାରେ ସାମିଲ ହୋଇସାରିଛି। ୨ ଟି ଇଞ୍ଜିନରେ ପରିଚାଳିତ ଏହି କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର ଓ ଓଜନ ୧୭ ଟନ୍ ଓ ଏହା ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି। ଏଥିସହ ଏହି କ୍ଷେପଣାସ୍ତ୍ର ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି।

ବରଗଡ଼: ପୁଣି ଜଣେ ଚାଷୀ ଆତ୍ମହତ୍ୟାର ଖବର ସାମ୍ନାକୁ ଆସିଛି। ବିଜେପୁର ଉପନିର୍ବାଚନ ଲାଗି ସେଠାରେ ରାଜନୈତିକ ମହୋତ୍ସବ ଲାଗି ରହିଥିବା ବେଳେ ଏଭଳି ଖବର ଶୁଣିବାକୁ ମିଳିଛି। ମୃତ ଚାଷୀ ଜଣକ ହେଲେ ଗାଇସିଲଟ ବ୍ଲକ ନୂଆପାଲ୍ଲୀ ଗାଁର ଖେମସାଗର ବିଶ୍ୱାଳ। ଫସଲହାନୀ ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖେମସାଗର ଗତ ୧୫ ତାରିଖ ଦିନ ବିଷ ପିଇ ଦେଇଥିଲେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ଖେମସାଗର ଝିଅ ବାହାଘର ପାଇଁ ମହାଜନୀ ଋଣ ଆଣିଥିଲେ, କିନ୍ତୁ କ୍ରମାଗତ ଭାବେ ୩ ବର୍ଷ ଧରି ଫସଲହାନୀ ହେବା ପରେ ଋଣ ଶୁଝି ନପାରିବାରୁ ଚାପରେ ପଡ଼ି ସେ ଆତ୍ମହତ୍ୟା କରିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣା ପରେ ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ଭେଟି ସେ ସାନ୍ତ୍ୱନା ଜଣାଇଛନ୍ତି।

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି ଉପୁଜିଛି। କଳିଝଗଡ଼ା ଲାଗି ଗୋଟିଏ ପରିବାରର ୪ ଜଣ ସଦସ୍ୟ ନିଆଁରେ ପୋଡ଼ି ଆହତ ହୋଇଛନ୍ତି। ଢେଙ୍କାନାଳର ଲକ୍ଷ୍ମୀବଜାର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ଶାଶୂ ଓ ବୋହୂ ମଧ୍ୟରେ ପ୍ରଥମେ ଝଗଡ଼ା ଲାଗିଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। କିରୋସିନ ଫିଙ୍ଗାଫିଙ୍ଗି ହୋଇ ଶାଶୂ, ବୋହୂ ଓ ପୁଅ ଆହତ ହୋଇଛନ୍ତି। ସେମାନଙ୍କ ସହିତ ୮ମାସର ଶିଶୁ କନ୍ୟା ମଧ୍ୟ ଆହତ ହୋଇଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ମାଲକାନଗିରି: ୩ ଜଣ କ୍ୟାଡର୍ ମହିଳା ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ। ଗିରଫ ମାଓବାଦୀଙ୍କ ମଧ୍ୟରୁ ଜଣେ ଏରିଆ କମାଣ୍ଡର ଏବଂ ଅନ୍ୟ ଦୁଇ ଜଣ ଏରିଆ କମିଟି ମେମ୍ବର ବୋଲି ଜଣାପଡ଼ିଛି। ଏରିଆ କମାଣ୍ଡର ହେଲେ ଯୋଗୀ କବାସୀ ଓ କମିଟି ମେମ୍ବର ହେଲେ ଇଡ୍‌ମେ ମାଣ୍ଡବୀ ଏବଂ ଜାମଲୀ କୁରାମୀ। ପୂର୍ବରୁ ଯୋଗୀ କବାସୀଙ୍କୁ ଧରାଇଦେବାକୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ଅନ୍ୟ ୨ ଜଣଙ୍କ ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ତୁଳସୀ ପାହାଡ଼ରେ ମାଓ ଶିବିର ଥିବା ସୂଚନା ପାଇ ମାଲକାନଗିରି ପୋଲିସ ଅପରେସନ କରିଥିଲା। ଏସ୍‌ପିଙ୍କ ନେତୃତ୍ୱରେ ହୋଇଥିବା ଏହି ଅପରେସନରେ ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ସାମିଲ୍ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଚମ୍ପଟ ମାରିଥିବା ବେଳେ ପୋଲିସ୍‌ ଏହି ୩ ଜଣଙ୍କୁ ଗିରଫ କରିଛି।

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୫ଜଣ ନୂଆ ଆଇପିଏସ୍ଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ। ବିଜ୍ଞପ୍ତି ଅନୁସାରେ ପଦ୍ମିନୀ ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶର୍ବଣା ବିବେକ.ଏମ୍‌ଙ୍କୁ ମାଲକାନଗିରି ଏସ୍‌ଡିପିଓ, କୁଶାଲକର ନୀତିନ ଡାଗଡୁଙ୍କୁ ବାଲିଗୁଡ଼ା ଏସ୍‌ଡିପିଓ, ପ୍ରତ୍ୟୁଷ ଦିବାକରଙ୍କୁ ଜୟପୁର ଏସ୍‌ଡିପିଓ ଓ ରାହୁଲ ଜୈନଙ୍କୁ ବଡ଼ବିଲ ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମସ୍ତ ଆଇପିଏସ୍‌ ଅଫିସର ହଉଛନ୍ତି ୨୦୧୫ ବ୍ୟାଚ୍‌ର।

ଭୁବନେଶ୍ୱର: ତିନି ଦିନ ଧରି ହାତୀ ଆତଙ୍କ ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଖଣ୍ଡଗିରି ଓ ଆଖପାଖ ଅଞ୍ଚଳର ଲୋକେ। ହାତୀ ଘଉଡ଼ାଇବାରେ ଲାଗିଥିବା ବନ ବିଭାଗ ଶେଷରେ ସଫଳ ହୋଇଛି। ଆତଙ୍କ ଖେଳାଉଥିବା ଦନ୍ତା ହାତୀ ଶନିବାର ରାତିରେ ଭୁବନେଶ୍ୱର ଛାଡ଼ି ଚାଲିଯାଇଛି। ହାତୀଟି ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜୟଦେବ ବାଟିକାରୁ ବାହାରିଥିଲା। ସେ ଘାଟିକିଆ ଗହିର ପରେ ଶ୍ୟାମପୁର ନୂଆ ଗାଁ ଦେଇ ସହର ସୀମା ଛାଡ଼ିଥିବା ଜଣା ପଡ଼ିଛି।

ହାତୀଟି ତିନିଦିନ ଧରି ଖଣ୍ଡଗିରି ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଲାଇଥିଲା। OUATର ଉଦ୍ୟାନ ବିଭାଗ ଫାର୍ମରେ ଦୁଇ ଦିନ ଧରି ଉପଦ୍ରବ କରିବା ପରେ ଜୟଦେବ ବାଟିକାରେ ପଶିଯାଇଥିଲା। ହାତୀ ଘଉଡ଼ାଇବାକୁ ଚେଷ୍ଚା କରି ତିନି ଜଣ ଲୋକ ଆହତ ହୋଇଥିଲେ। ହାତୀ ସହର ଛାଡ଼ିଥିବାର ଖବର ଶୁଣିବା ପରେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି।

କଳାହାଣ୍ଡି : ଭବାନୀପାଟଣାରେ ଘଟିଛି ଏକ ଅଭାବନୀୟ ଘଟଣା । ବରଯାତ୍ରୀ ଗାଡି ହୋଇଛି ଦୁର୍ଘଟଣା ଗସ୍ତ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ବରର ବାପା ଓ ମାମୁଁ ଅଛନ୍ତି । ରାୟପୁରରୁ ବରଯାତ୍ରୀ ନେଇ ସ୍କର୍ପିଓ ଗାଡି ଭବାନୀପାଟଣା ଅାସୁଥିଲା। ଖଇରମାଲ ନିକଟରେ ପୋଲ ତଳକୁ ଗାଡିଟି ଖସିପଡିଥିଲା।

ଏହାସହ ଦେଖନ୍ତୁ ଏହି ଭିଡିଓ -

ବିଜେପୁର : ବିଜେପୁର ଉପନିର୍ବାଚନ ପ୍ରଚାର ଚାଲିଥିବା ବେଳେ ପୁଣି ଜବତ ହେଲା ଟଙ୍କା । ଗତକାଲି ବରଗଡ଼ ଜିଲ୍ଲା ମହୁଲିପାଲି ଛକରୁ ଏକ କାରରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ପଦ୍ମପୁର ପୋଲିସ ପକ୍ଷରୁ ମହୁଲିପାଲି ଚେକପୋଷ୍ଟରେ ଯାଞ୍ଚ ବେଳେ କାର ଡିକିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି ।

ଗତକାଲି ରାତିରେ OR 17 G 1855 ନମ୍ବର ବିଶିଷ୍ଟ କାରଟି ପଦ୍ମପୁରରୁ ବିଜେପୁର ଅଭିମୁଖେ ଯାଉଥିଲା ତେବେ ପୋଲିସର ସନ୍ଦେହ ହେବାରୁ କାରଟିକୁ ଯାଞ୍ଚ୍ ବେଳେ ଏହି ଟଙ୍କା ଥିବା ଦେଖିବାକୁ ମିଳିଥିଲା । ଏହି କାର ଚଳାଉଥିବା କାରର ମାଲିକ ରାଜେଶ ଅଗ୍ରଓ୍ୱାଲଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି । ଜବତ ଟଙ୍କା ସମ୍ପର୍କରେ ରାଜେଶ ଠିକରେ ତଥ୍ୟ ଦେଇ ପାରିନଥିବା ପଦ୍ମପୁର ଏସଡିପିଓ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଗତ ୧୪ ତାରିଖରେ ଗାଇସିଲେଟ୍ ଥାନା ତାଲପାଲି ଛକରୁ ୨ଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ -

ନୟାଗଡ଼: ଶନିବାର ଦିନ ଖଣ୍ଡପଡ଼ା ବାଣପୁର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼ ହୋଇଛି। ଦୁଇ ଛେଳି ବେପାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବୋମା ମାଡ଼ରେ ଦୁଇ ବେପାରୀ ଆହତ ହୋଇଛନ୍ତି। ଉଭୟ ବେପାରୀଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆହତ ବେପାରୀ ହେଲେ ୟୁସୁଫ ଖାନ୍‌ ଓ ମୀର ନିଜାମୁଦ୍ଦିନ୍। ଏମାନେ ଛେଳି କିଣିବାକୁ ଭୁବନେଶ୍ୱରରୁ ଗଣିଆ ଦଶିପୁର ହାଟକୁ ଯାଉଥିଲେ। ଅପରାହ୍ନ ୪ ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ଦୁର୍ବୃତ୍ତ। ଖବର ଅନୁସାରେ ୮ରୁ ଦଶ ଜଣ ଦୁର୍ବୃତ୍ତ ପ୍ରଥମେ ଗାଡ଼ି ଉପରକୁ ବୋମା ମାଡ଼ କରିଥିଲେ। ପରେ ଧାରୁଆ ଅସ୍ତ୍ରରେ ୟୁସୁଫ ଓ ନିଜାମୁଦ୍ଦିନଙ୍କ ଉପରକୁ ଆକ୍ରମଣ କରିଥିଲେ। ୟୁସୁଫଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଛି।

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଭାଲୁ ଅାତଙ୍କ । କବିସୂର୍ଯ୍ୟନଗରର ବୋରସିଂ ଗାଁରେ ଭାଲୁ ଅାକ୍ରମଣରେ ଦେବରାଜ ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ , ବ୍ୟକ୍ତି ଜଣକ ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରଥମେ ଅାସିକା ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତିନି ଦିନ ତଳେ ପାଇକ ଯମୁନା ଗ୍ରାମର ୨ଜଣଙ୍କୁ ଭାଲୁ ଅାକ୍ରମଣ କରିଥିଲା ।

ଭଦ୍ରକ : ଭଦ୍ରକ ବାସୁଦେବପୁରରେ ଘଟିଛି ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗତ ଶିବରାତ୍ରୀଠାରୁ ଉଭୟ ନାବାଳକ ନିଖୋଜ ଥିଲେ । ମୃତକ ଦୁଇ ନାବାଳକ ହେଲେ ଜଗନ୍ନାଥ ପ୍ରସାଦର କୁଳମଣି ବାରିକ ଓ ସରୋଜ ପାଢ଼ୀ । ତେବେ ସେମାନଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି ନା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ତାକୁ ନେଇ ସନ୍ଦେହ ଲାଗି ରହିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ରାଉରକେଲା: ରାଉରକେଲା ସିଭିଲ୍ ଟାଉନସିପ୍‌ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଫଳରେ ପୂରା ହସ୍ପିଟାଲ ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିଛନ୍ତି।

ଏହି ଅଗ୍ନିକାଣ୍ଡରେ ଏକ ୬ ଦିନର ଶିଶୁର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାକୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାଶ୍ମୀରୀ ଛାତ୍ର ସୁହେଲ୍ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଅନୁରୋଧ। ମେହବୁବା ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କୁ ଅନୁରୋଧ କରିଛନ୍ତି। ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୁହେଲ୍ ଅଜାଜ୍ ଫେବ୍ରୁୟାରୀ ୯ ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରିନଥିବା ଥାନାରେ […]

ବରଗଡ଼: ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

୧୪ଟି ଟେବୁଲ କରାଯାଇଛି। ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ରଖାଯାଇଛି। ଗୋଟିଏ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି। ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି।

ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ ବିଜେପୁରରେ କିଏ ଜିତିବ, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ରାଜନୈତିକ ଦଳ ନୁହନ୍ତି ରାଜନୀତି ସମକ୍ଷୀକ ଓ ସାଧାରଣ ଲୋକେ ବି ଉତ୍କଣ୍ଠାର ସହିତ ବିଜେପୁର ରେଜଲ୍ଟକୁ ଅପେକ୍ଷା କରିଛନ୍ତି। ବିଜେଡି, ବିଜେପି ନା କଂଗ୍ରେସ ବାଜି ମାରିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା ହେଉଛି।

ବିଜେପି ଓ ବିଜେଡି ଏହି ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି। ସେହିପରି ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଦଳରେ ଏକ ନୂଆ ଉତ୍ସାହ ଦେଖା ଦେଇଥିଲା। ତେବେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି, ତାହା ଆସନ୍ତାକାଲି ଜଣାପଡ଼ିବ।

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପଣ୍ଡ ହେଲା ଡକାୟତି ଉଦ୍ୟମ । ସଂକ୍ରମଣ ସମୟରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କ୍ଷରାପଡ଼ିଲେ ଦୁର୍ଦ୍ଦାନ୍ତ ଅପରାଧୀ । ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପାଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡା ଗ୍ରାମ ମଝିରେ…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭୀଷଣ ଶବ୍ଦ କରି ଫାଟିଗଲା କଂକ୍ରିଟ ଢଳେଇ ରାସ୍ତା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଚଣ୍ଡ ଶବ୍ଦ ହୋଇ ଗାଁ ରାସ୍ତା ଫାଟି ଯାଇଛି , ଫଳରେ ଭୟରେ ସାରା ରାତି ଶୋଇ ପାରିନାହାନ୍ତି ଗାଁ…
ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଦୁର୍ବୃତ୍ତଙ୍କ ଦ୍ୱାରା ଡକାୟତିର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର…
ବଲାଙ୍ଗିର: ଓଟିଭି ଖବରର ପ୍ରଭାବ। ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ। ପାଟଣାଗଡ଼ ଏଡିଏମ୍ଓ ବାଚସ୍ପତି ଦାସଙ୍କୁ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ରଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଅପରେସନ ପାଇଁ ବାଚସ୍ପତି ଦାସ…
ବ୍ରହ୍ମପୁର: କରୋନା କାଳରେ ପୁଣି ଆସିଛି ଏକ ଦୁଃଖଦ ଖବର । କରୋନାରେ ଆଜି ପୁଣି ଜଣେ ଯୁବ ସାମ୍ବାଦିକ ଆଖି ବୁଜିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ କିଶୋର ସାହୁ । ପ୍ରଦୀପ ଦୈନିକ ସମ୍ବାଦ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ପ୍ରଦୀପ ଗତ କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୧୫ ଦିନ ତଳେ ବ୍ରହ୍ମପୁର […]
ନୟାଗଡ଼(ଆତ୍ତ୍ରତ୍ରାଣ ପ୍ରଧାନ): ପୁଣି ଜଙ୍ଗଲରେ ଲାଗିଲା ନିଆଁ। ନୟାଗଡ଼ ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗଣିଆ ବ୍ଳକ ରାସଙ୍ଗ ପଚାଂୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟାର ପାର୍ଶ୍ବବର୍ତ୍ତୀ ଅଚଂଳ ଏବଂ ନିକଟସ୍ଥ ମହାନଦୀ…
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଲେ ମନୋରଂଜନଙ୍କ ୮୪ ବର୍ଷୀୟା ମା। ସେ କହିଛନ୍ତି ଯେ କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ନଛାଡ଼ିବା […]
ଭୁବନେଶ୍ୱର: ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ୍ ପୋଲିସ ଯୋଗାଇ ଦେଲା ଗ୍ରୀନ୍ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ଣ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। […]
ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନବଜାତ ଶିଶୁକୁ ତା’ ବାପା ବେଆଇନ ଭାବେ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିବାର ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ମିଳିତ ଟିମ ସେହି ଶିଶୁକୁ ଉଦ୍ଧାର କରିଛି। ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତାର ତଦନ୍ତ କରୁଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବୁଡୁପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ […]
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି