
ବ୍ରହ୍ମପୁର(ଜଗନ୍ନାଥ ସାହୁ): ମୋବାଇଲ୍ରେ ଲୁଡୁ ଖେଳକୁ ନେଇ ପ୍ରଥମେ ବଚସା, ତା’ପରେ ଜଣେ ଅନ୍ୟ ଜଣଙ୍କ ପେଟରେ ଭୁସି ଦେଲା ଛୁରୀ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ଅନ୍ୟ ଜଣେ ଯୁବକ ଲୁଡ଼ୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ରାତିରେ ପୁଣି ସେହି ମନ୍ଦିର ନିକଟରେ […]
ଭୁବନେଶ୍ୱର: ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ / ଶିକ୍ଷୟିତ୍ରୀ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ପ୍ରାଥମିକ ସ୍ତରରେ ୧୫, ମାଧ୍ୟମିକ ସ୍ତରରେ ୭୬ ଏବଂ ୧୨୫ ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ଧରା ପଡିଥିବା ବିଧାନସଭାକୁ ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ସମସ୍ତ ଶିକ୍ଷକ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ୍। କେହି ଦୁବୃର୍ତ୍ତ ଜିଲ୍ଲାପାଳଙ୍କ ନାଁରେ ଫେସ୍ବୁକ୍ରେ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଆକାଉଣ୍ଟ୍ରେ ପ୍ରୋଫାଇଲ୍ ପିକ୍ଚର୍ରେ ସମର୍ଥ ବର୍ମାଙ୍କ ଏକ ଫଟୋ ଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତ ଜଣଙ୍କ ଏହାର ଅପବ୍ୟବହାର କରୁଥାଇପାରେ ବୋଲି ଜିଲ୍ଲାପାଳ ଆଶଙ୍କା କରିଛନ୍ତି। ତେବେ ଏହି ଆକାଉଣ୍ଟ୍କୁ ବିଶ୍ୱାସକୁ ନ ନେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଏନେଇ ଜିଲ୍ଲାପାଳ […]
ରାୟଗଡ଼ା: ମଦ ପିଇଲେ ଗଣିବେ ଟଙ୍କା। ଖାଲି ଟଙ୍କା ଗଣିବେ ନାହିଁ ଏହାସହ ମଦ ପିଇ ଥିବା ବ୍ୟକ୍ତିଙ୍କୁ ପୁଲିସ୍ ଜିମାରେ ମଧ୍ୟ ଦିଆଯିବ। ମଦୁଆଙ୍କୁ ସାବାଡ୍ କରିବା ପାଇଁ ରାୟଗଡ଼ା ଜିଲ୍ଲା ଉପକଣ୍ଠ ଦୁମାଗୁଡା ଓ ମାରିଗୁଡା ଗାଁର ମହିଳା ଅଣ୍ଟା ଭିଡ଼ିଛନ୍ତି। ଯେଉଁ ବ୍ୟକ୍ତି ମଦ ପିଇବେ ପ୍ରଥମେ ତାଙ୍କୁ ହଜାରେ ଟଙ୍କା ଜରିମାନା କରାଯିବ। ଏହାସହ ତାଙ୍କୁ ପୁଲିସ୍ ଜିମା ଦିଆଯିବ। ଦିନକୁ ଦିନ ମଦୁଆଙ୍କୁ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡ଼ିଲାଣି। ତେଣୁ […]
ବ୍ରହ୍ମପୁର: ଘରୋଇ ବସ୍ ମାଲିକ ସଂଘ ଆଜି ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି। ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲ୍ରୁ ବସ୍ ଚଳାଚଳକୁ ବିରୋଧ କରି ସଂଘ ଆନ୍ଦୋଳନ ଜାରି ରଖିଛି। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ପୂରା ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି ସଂଘ। ଅଚଳାବସ୍ଥା ପାଇଁ ପ୍ରଶାସନ ଦାୟୀ ବୋଲି ସଂଘ କହିଛି। ବସ୍ ମାଲିକ ସଂଘ ଓ ପ୍ରଶାସନ ନିଜ ଜିଦ୍ରେ ଅଟଳ ଥିବାରୁ ଏଥିପାଇଁ ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ […]
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି। ଏହାସହ ସେ ପାସ୍ପୋର୍ଟ ଜମା କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଗିରଫ କରିଥିଲା। ଆଶୀର୍ବାଦଙ୍କର ଏଟି ଗ୍ରୁପ୍ ସହ ଲିଙ୍କ ଥିବା ଅଭିଯୋଗ […]
ଭୁବନେଶ୍ୱର: ବିଜେପି ଆଣିଥିବା ୧୦୦ କୋଟିର ଜମି ଦୁର୍ନୀତି ଅଭିଯୋଗର ଜବାବ ରଖିଛନ୍ତି ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ସେ କହିଛନ୍ତି, ବିଜେପି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ ଓ କପଳକଳ୍ପିତ। ଯଦି ମୁଁ ଗୋଟିଏ ଟଙ୍କାର ସରକାରୀ, ଅନାବାଦି, ଗୋଚର, ସ୍ଥିତିବାନ୍ ଜମିକୁ ହଡ଼ପ କରିଥିବାର ପ୍ରମାଣ ଦେବେ ତା’ହେଲେ ମୁଁ ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ୟାସ ନେଇଯିବି। ସେ ଆହୁରି ମଧ୍ୟ କହିଛନ୍ତି, ‘୧୦୦ କୋଟି କ’ଣ ୧୦୦ ଟଙ୍କାର ଜମି ଆଜି ଯାଏ […]
ଭୁବନେଶ୍ୱର: ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲା ଯାଇଥିଲା ଏବଂ ସେହି ସମୟରେ କ’ଣକ’ଣ ରତ୍ନ କେତେ ପରିମାଣର ଗଚ୍ଛିତ ଥିଲା ? ରତ୍ନଭଣ୍ଡାର ଏବେ […]
ଅନୁଗୁଳ(ବିରଜା ଦାଶ): ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଓଲିଉଡ୍ ଅଭିନେତା ଅଶୋକ ଦାସ ଆଜି ଜଣେ ସଫଳ ଦୁଗ୍ଧ ଚାଷୀ। ବଳିଷ୍ଠ ଅଭିନୟ ଜରିଆରେ ସେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ଓ ଗୋପାଳନକୁ ନିଶାରୂପେ ଗ୍ରହଣ କରିଥିବା ଅଶୋକଙ୍କ ଗୋପାଳନ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ପେଶା ହୋଇଯିବ ତାହା ସେ ବି ଜାଣି ନ ଥିଲେ। ୧୯୮୬-୮୭ରେ ମାତ୍ର କେତୋଟି ଗାଈକୁ ନେଇ ଅଶୋକ, ଅନୁଗୁଳ […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଯାହାର ପରିମାଣ ରହିଛି ୮ ହଜାର ୧୨୬ କୋଟି ଟଙ୍କା। ଏହି ଅତିରିକ୍ତ ବଜେଟ୍ର ଆକାର ମୂଳ ବଜେଟ୍ର ୫.୮ ପ୍ରତିଶତ ହୋଇଥିବା ବେଳେ ଏହାର ୯୨ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଥିବା ଗୃହରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭ ହଜାର ୪୩୩ କୋଟି ଟଙ୍କା ଥିବା ବେଳେ ସେଥିରୁ […]
ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସ୍ଷ୍ଟାଣ୍ଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍। ହଳଦିଆ ପଦର ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ନୂଆ ବସ୍ଷ୍ଟାଣ୍ଡ ତିଆରି ହେବା ଯାଏ ବସ୍ ସେବା ବନ୍ଦ ରଖାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ବ୍ରହ୍ମପୁର ବସ୍ଷ୍ଟାଣ୍ଡର ଉନ୍ନତିକରଣ […]
ଚାନ୍ଦବାଲି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦେଲେ ଅଶୋକ ଦାସ ଓ ବଳରାମ ନାୟକ। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଆନନ୍ଦ ନାୟକ। ମୃତାହତ ସମସ୍ତେ ନଳଗୋହିରା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକ୍ରେ ମତୋ- […]
ରାୟଗଡ଼ା: ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍କାଉଣ୍ଟର୍ କରିଛି ପୁଲିସ୍। ଆଜି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ଟାଉନ ଥାନା ପୁଲିସ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚଲାଇଥିଲା ଶିବା। ଯାହାର ଜବାବ ଦେଇଥିଲା ପୁଲିସ୍। ଶିବାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ଶିବା ନାଁରେ ରାୟଗଡ଼ା ଓ ଅନ୍ୟ ଜିଲ୍ଲାରେ ୫୦ରୁ […]
ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି ଗୋଲକ ମହାପାତ୍ର। ମହାରଥୀ ନିଜ ହୁଙ୍କେଇପୁର ଫାର୍ମ ହାଉସ୍ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସ୍ରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଯାହାର ଆନୁମାନିକ ମୂଲ୍ୟ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜଳ ହିଁ ଜୀବନ। ଜଳ ଶରୀରର ହଜମ କ୍ରିୟା, ଅବଶୋଷଣ, ସଂଚାଳନ, ଶରୀରର ତାପମାତ୍ରା ନିୟନ୍ତ୍ରଣ, ନିର୍ଜଳୀକରଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ। ତେଣୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଯଥେଷ୍ଟ ପାଣି ପିଇବା ଉଚିତ୍। ଦେଖାଯାଏ, ବିଶେଷକରି ପିଲାମାନେ ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ନ ପିଇବା ଫଳରେ ନାନା ପ୍ରକାର ରୋଗର ଶିକାର ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଆଜିଠାରୁ […]
ପୁରୀ: ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାର ଫଟୋ ଭାଇରାଲ୍ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଆନନ୍ଦ ବଜାରର ଫଟୋକୁ ଅପ୍ଲୋଡ୍ କରିଛନ୍ତି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେଉଥିବା ଦୃଶ୍ୟ ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୯ ତାରିଖରେ ସମ୍ପୃକ୍ତ ଯୁବକ ଜଣକ ଏହି ଫଟୋକୁ ତାଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ଅପ୍ଲୋଡ୍ କରିଥିଲେ। ସୂଚନାଥାଉ କି, ଗତ କିଛିଦିନ ତଳେ ନିରାକାରପୁର ଅଞ୍ଚଳର ଜଣେ ଯୁବତୀ […]
କଟକ: ଦ୍ରୁତ୍ ଗତିରେ ଆସି ଅଟୋକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ ବେଳେ କାର୍ ଡ୍ରାଇଭରଙ୍କୁ ଧରିଲେ ଲୋକେ। ଏହାପରେ ଗାଡ଼ି ଭିତରୁ ଯାହା ମିଳିଥିଲା ତାହା ଦେଖି କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍ ରିଙ୍ଗବନ୍ଧରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରିଙ୍ଗବନ୍ଧରେ ଏକ ଅଟୋରେ ଡ୍ରାଇଭର ସମେତ ୫ ଜଣ ଯାଉଥିଲେ। ଏହି ସମୟରେ ପଛରୁ […]
ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡ଼ାବ, ଉପର ନଗଡ଼ା ଓ ତଳ ନଗଡ଼ାର ଲୋକଙ୍କୁ ଭିଏସ୍ଏସ୍ ଯୋଜନାରେ କାମ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଜଙ୍ଗଲକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ଆହୁରି ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫରେଷ୍ଟ ରେଞ୍ଜର କହିଛନ୍ତି। ବନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ନଗଡ଼ାବାସୀ କହିଛନ୍ତି, […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ର ବାବୁ ସାହୁ। ସେ ଜଣେ ସୁଇପର୍ ବୋଲି ଜଣାପଡ଼ିଛି। ଆଜି ସକାଳେ ଇସ୍କନ ମନ୍ଦିର ପରିସରରେ ଥିବା ଏକ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ୍ ପହଞ୍ଚି ଛାନଭିନ୍ କରୁଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ […]
ଯାଜପୁର: ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ ସଂଗ୍ରାମ କେଶରୀ ଜେନା। ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍ ଟିମ୍ରେ ସାମିଲ ହୋଇ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି। ନିକଟରେ ଜବଲପୁରରେ ଆୟୋଜିତ ଏକ ଡେୟାର ଡେଭିଲ୍ ଶୋ’ ରେ ଭାଗ ନେଇ ସଂଗ୍ରାମ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ଖାଲି ଓଡ଼ିଶା ନୁହେଁ ଦେଶ ପାଇଁ ଗୌରବ ଆଣିଛି। ସଂଗ୍ରାମ, ବୁଲେଟ […]
ପାରାଦୀପ: ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘରିଆଲ ଓ ଆଇଏନ୍ଏସ୍ ରାଣା ପାରାଦୀପ ବନ୍ଦରରେ ଲାଗିଛି। ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପାରାଦୀପ ବନ୍ଦରରେ ଏହି ୨ଟି ଯୁଦ୍ଧ ଜାହାଜ ରହିବ। ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ମାଗଣାରେ ବୁଲି ଏହି ଯୁଦ୍ଧ ଜାହାଜ ଦେଖିପାରିବେ। ତେବେ ଯୁଦ୍ଧ ଜାହାଜ ଦେଖିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନିଜର ପରିଚୟ ପତ୍ର ଆଣି ପାରାଦୀପ ଜୟଦେବ ସଦନ ନିକଟରେ […]
ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍ ଅସଦାଚରଣ କରୁଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍ ଅଧିକାରୀ […]
ଯାଜପୁର: ଯାଜପୁର- କେନ୍ଦୁଝର ରୋଡ୍ର ଅହମ୍ମଦନଗରଠାରେ ଟ୍ରେନ୍ ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ ଘଟିଛି। ରେଳ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଧକ୍କା ଦେଇଥିବା ଜଣାପଡ଼ିଛି। ମୃତକ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ସେମାନଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ଚାନ୍ଦମା ଗାଁରେ। ଘଟଣାସ୍ଥଳରେ ଜିଆରପି ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ବିମାନ ଛାଡ଼ିବ। ବେଙ୍ଗାଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ। ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ CMDଙ୍କୁ ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି। Congratulations to all our Odia friends in Bhubaneswar […]
ଜୟପୁର: କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଏକ ଛୋଟ ଛୁଆର ମୃତ୍ୟୁ ଘଟିଛି। ତାଙ୍କ ନାଁ ରସେଲ୍ ଖରା। ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡ଼ିଛି। ଉକ୍ତ କୋଠା ତଳେ ଗୋଟିଏ ପରିବାରର ୪ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ରସେଲ୍ଙ୍କ ମା’ ମହିଳା ସୂର୍ଯ୍ୟ ମଣି, ଭଉଣୀ ରଶ୍ମି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର […]