Advertisment

ଆସନ ସଂରକ୍ଷଣ ନେଇ ଗାଇଡଲାଇନ ଆସିବା ପରେ ନେତାଙ୍କ ବଢିଲା ହାର୍ଟବିଟ୍‌

ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ  ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି।

author-image
Chandan Shishu
State Election Commission Odisha

State Election Commission Odisha

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍ତରରେ ଆରମ୍ଭ ହେଲା ପ୍ରକ୍ରିୟା। ପଞ୍ଚାୟତ ସଂଶୋଧନ ଆଇନ୍‌ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜାରି ହେଲା ସଂରକ୍ଷଣ ବ୍ୟବସ୍ଥା ନେଇ ଗାଇଡଲାଇନ୍ ଯେଉଁଥିରେ ଚଳିତ ମାସ ଶେଷ ସୁଦ୍ଧା ଆସନ ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ଗାଇଡଲାଇନ୍ ଅନୁସାରେ ଆସନ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ପ୍ରଥମେ ସିଟ୍ ସଂରକ୍ଷଣ ପରେ ବଳକା ସଂରକ୍ଷିତ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ଲାଗି ରିଜର୍ଭସନ ରହିବ।

Advertisment

ତେବେ ତାହା ୨୭ ପ୍ରତିଶତରୁ ଅଧିକ ହେବ ନାହିଁ। ପେସା ଆଇନ ଲାଗୁ ହୋଇଥିବା ସ୍ଥାନ ବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ଆସନ କେବଳ ଅନୂସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିବ। ଆବଶ୍ୟକ ହେଲେ ଏହାକୁ ବଢ଼ାଯାଇପାରିବ। ୨୦୧୧ ଜନଗଣନା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସେହିପରି ଗତ ୪ଟି ପଂଚାୟତ ନିର୍ବାଚନର ସଂରକ୍ଷଣ ସ୍ଥିତିକୁ ଦେଖି ରୋଟେସନ୍ ବା ପର୍ଯ୍ୟାୟ କ୍ରମେ ଆସନ ସଂରକ୍ଷଣ ନିଷ୍ପତ୍ତି ହେବ। ଅନ୍ୟପକ୍ଷରେ ଯେଉଁ ବର୍ଗର ଯେତେ ସିଟ୍ ସଂରକ୍ଷିତ ରହିବ। ତାର ୫୦ ପ୍ରତିଶତ ବା ଅଧା ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ  ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି।

Advertisment

ସେପଟେ ଆସନ ସଂରକ୍ଷଣ ନେଇ ଗାଇଡଲାଇନ ଆସିବାପରେ ନେତାଙ୍କ ମଧ୍ୟରେ ଛନକା ପଶିଛି। କେଉଁ ଆସନ କେଉଁ ବର୍ଗ ପାଇଁ ସଂରକ୍ଷଣ ରହିବ ତାକୁ ନେଇ ଆଶଙ୍କା ବଢିଲାଣି। ଏଣେ ଗାଇଡଲାଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଅଭିଯୋଗ କରିଛନ୍ତି- ଏହା ବିଜେଡିକୁ ସୁହାଇବା ଭଳି କରାଯାଇଛି ବିଜେଡି ଏହାର ଜବାବ ରଖିଛି।

ଆସନ ସଂରକ୍ଷଣ ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ଶେଷ ହେବା ପରେ ନିର୍ବାଚନ କମିଶନଙ୍କୁ ଏ ନେଇ ରାଜ୍ୟ ସରକାର ଅବଗତ କରାଇବେ। ନିର୍ବାଚନ କମିଶନ୍ ଭୋଟର ଲିଷ୍ଟ ପ୍ରସ୍ତୁତ କରିବା ପରେ ଭୋଟ୍ ତାରିଖ ଘୋଷଣା ହେବ।

ରିପୋର୍ଟ: ମନରଂଜନ ଯୋଶୀ ଓ ଜଗଦୀଶ ଦାଶ, ହରିହର ଚାନ୍ଦ

Odisha Panchayat Election
Advertisment
Advertisment