• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମକୁ ନେଇ ଚର୍ଚ୍ଚା ଉଭୟ ସଂଗଠନର ସଂପ୍ରସାରଣ କରାଯିବା ସହ ଅନେକ ନୂଆ ମୁହଁକୁ ସାମିଲ କରାଯାଇଛି । ଫଳରେ ବିଜୁ ଜୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦପଦବୀରେ ଥିବା ସଦସ୍ୟଙ୍କ ସଂଖ୍ୟା ୪ଶହକୁ ବଢିଛି । ଅନ୍ୟପଟେ ୨୦୧୯ରୁ ରାଜ୍ୟରେ କଲେଜ ଇଲେକ୍ସନ ବନ୍ଦ ଥିବା ବେଳେ ଦଳୀୟ ପ୍ରଚାରପ୍ରସାର ଲାଗି ଯୁବ ଓ ଛାତ୍ର ନେତାଙ୍କୁ ବ୍ୟବହାର ଲାଗି ବିଜେଡିର ଏହି ଷ୍ଟ୍ରାଟେଜୀ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।

ସଂପ୍ରସାରିତ ହୋଇଛି ବିଜୁ ଯୁବ ଓ ଛାତ୍ର ସଂଗଠନ । ତିନି ବର୍ଷ ବଦଳରେ ଦୁଇ ବର୍ଷରେ ଦଳ ଯୁବ ଓ ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି । ଖାଲି ସେତିକି ନୁହେଁ ଗଠନ ହୋଇଛି ଜୁମ୍ବୋ ଟିମ୍ । କଲେଜ୍ ଇଲେକସନ୍ ବନ୍ଦ ଥିବାରୁ ଛାତ୍ରନେତାଙ୍କୁ ଥଇଥାନ ଲାଗି ଦଳ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ବିଜୁ ଯୁବ ଜନତା ଦଳରେ ଏଥର ଅନେକ ନୂଆ ମୁହଁ ସ୍ଥାନ ପାଇଛନ୍ତି ପୂର୍ବର ୨ କାର୍ଯ୍ୟକାରୀ ସଭାପତିଙ୍କ ସହ ଆଉ ଜଣଙ୍କୁ ଯୋଡା ଯାଇଛି ଏହାସହ ୧୩ ଉପସଭାପତି ନିଯୁକ୍ତ କରାଯାଇଛି । ବିଜୁ ଛାତ୍ର ଜନତା ଦଳରେ ମଧ୍ୟ ଅନେକ ନୂଆ ମୁହଁ ସାମିଲ ହୋଇଛନ୍ତି ।

ପୂର୍ବରୁ ୩ କାର୍ଯ୍ୟକାରୀ ସଭାପତି ଥିବା ବେଳେ ଏବେ ସଂଖ୍ୟାକୁ ବଢାଇ ୫ କରାଯାଇଛି । ତେବେ ଟିମ୍ ଗଠନ ହେଉ ହେଉ ଦେଖା ଦେଇଛି ଅସନ୍ତୋଷ । ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଥିବା ରଶ୍ମି ରଞ୍ଜନ ପରିଡ଼ା ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ତାଙ୍କ ଇସ୍ତଫା ଗୃହୀତ ହୋଇନି । ତେଣେ ଛାତ୍ର କଂଗ୍ରେସ ଓ ଏବିଭିପି ବିଜେଡିର ଏଭଳି ଟିମକୁ ସମାଲୋଚନା କରିଛନ୍ତି । କଲେଜ ଇଲେକ୍ସନ ବନ୍ଦ କରି ଦଳୀୟ ପ୍ରଚାର ପ୍ରସାର ଲାଗି ଯୁବ ଓ ଛାତ୍ର ନେତାଙ୍କୁ ବ୍ୟବହାର କରାଯିବ ବୋଲି ଉଭୟ ସଂଗଠନ ଅଭିଯୋଗ କରିଛନ୍ତି ।

୨୦୧୯ରୁ ରାଜ୍ୟରେ କଲେଜ ଇଲେକ୍ସନ ହୋଇନାହିଁ । ଅନ୍ୟପଟେ ବିଜେଡି କହିଛି ବିରୋଧୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଅନ୍ୟପକ୍ଷରେ ଅସନ୍ତୋଷକୁ ନେଇ ବିଜେଡ଼ି କହିଛି, ଏତେ ବଡ଼ ଦଳରେ ଅସନ୍ତୋଷ ରହିବା ସ୍ୱାଭାବିକ ।

ବିଜେଡିର ସମ୍ପ୍ରସାରଣ ଷ୍ଟ୍ରଟେଜିକୁ ନେଇ ରାଜନୀତି ସମୀକ୍ଷକଙ୍କ ମତ ହେଲା, ଆଗକୁ ଦଳ ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ଏହାସହ ୨୪ ସାଧାରଣ ର୍ନିବାଚନରେ ଯୁବ ଓ ଛାତ୍ର ନେତା ମୁଖ୍ୟ ଅସ୍ତ୍ର ପାଲଟିବେ । ଦଳୀୟ ପ୍ରଚାରପ୍ରସାରରେ ଏମାନେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନେବେ ।

ଜୁମ୍ବୋ ଟିମ୍ ମାଧ୍ୟମରେ ବିଜେଡି ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ବି ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ତେବେ ଦଳର ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।