• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋସିଆଲ୍‌ ମିଡିଅରେ ଭାଇରାଲ୍‌ ହେଉଛି ଯୁବକ ଓ ଯୁବତୀଙ୍କ କିସ୍ ଭିଡିଓ।  ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ର ଓ ଛାତ୍ରୀଙ୍କ କିସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।ଏମାନେ ଏକ ପ୍ରାଇଭେଟ୍‌ ଅପାର୍ଟମେଣ୍ଟରେ କିସ୍‌ କରୁଥିବା ଦୃଶ୍ୟ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଏହି ଘଟଣା ଘଟିଛି।

ଉଭୟ ଯୁବକ ଓ ଯୁବତୀ କଲେଜ ୟୁନିଫର୍ମରେ ଥିବାବେଳେ କିସ୍‌ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସେମାନଙ୍କର ସାଙ୍ଗମାନେ ସେମାନଙ୍କୁ ଉତ୍ସାହିତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ଏକ କିସିଂ ପ୍ରତିଯୋଗିତା ଆୟୋଜନ କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି। କିସ୍‌ ଭିଡିଓ ଶୁଟିଂ କରିଥିବା ଯୁବକଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। 

ପୋଲିସ୍‌ ସୂଚନା ଅନୁସାରେ, ୬ ମାସ ପୂର୍ବେ ଏକ ପ୍ରାଇଭେଟ୍‌ ଫ୍ଲାଟ୍‌ରେ ଏହି ଘଟଣା ଘଟିଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ସପ୍ତାହକ ପୂର୍ବେ ହ୍ୱାଟ୍ସଆପ୍‌ରେ ଭିଡିଓ ଶେଆର କରିଥିଲେ। ଯାହା ପରେ ଭାଇରାଲ୍‌ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବିତ ପାଇଁ କଲେଜ କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ। ହେଲେ ପରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନା କଲେଜ କର୍ତ୍ତୃପକ୍ଷ ନା ଅଭିଭାବକ କେହିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏପରିକି ପୋଲିସ୍‌ରେ ଏନେଇ କୌଣସି ଅଭିଯୋଗ ମଧ୍ୟ ହୋଇନଥିଲା।

ଆୟୋଜିତ ହୋଇଥିବା ଏହି କିସିଂ ପ୍ରତିଯୋଗିତାରେ ଡ୍ରଗ୍ସ ବ୍ୟବହାର ହୋଇଥିଲା କି ନାହିଁ ସେନେଇ ପୋଲିସ୍‌ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।