ନୂଆଦିଲ୍ଲୀ: ଫୋନ୍, ବ୍ୟାଙ୍କିଂ ଆପ୍, ଇମେଲ୍, ଫେସ୍ବୁକ୍, ଅବା ଅନ୍ୟ କୌଣସି ସୋସିଆଲ୍ ନେଟ୍ଓ୍ୱର୍କିଂ ସାଇଟ୍ ସବୁଠି ବ୍ୟବହାର ପୂର୍ବରୁ ପ୍ରଥମେ ପାସ୍ଓ୍ୱାର୍ଡ ଦେବାକୁ ପଡ଼େ। ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍ କରି ଦେଇଥାନ୍ତି।
ତେବେ ଆପଣ ଜାଣିଛନ୍ତି କି, ଭାରତରେ ସର୍ବାଧିକ ବ୍ୟବହୃତ ପାସ୍ଓ୍ୱାର୍ଡ କ’ଣ? ଗ୍ଲୋବାଲ୍ ପାସ୍ଓ୍ୱାର୍ଡ ମ୍ୟାନେଜର୍ ନର୍ଡପାସ୍(NordPass) ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ, ଭାରତରେ ସର୍ବାଧିକ ବ୍ୟବହୃତ ପାସ୍ଓ୍ୱାର୍ଡ ହେଉଛି ଇଂରାଜୀ ଶବ୍ଦ- "password"। ଏହାପରେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି 12345, ଯାହାକି ବିଶ୍ୱର ସବୁଠୁ ଅଧିକ ବ୍ୟବହୃତ ପାସ୍ଓ୍ୱାର୍ଡ।
Yes, it's that time of the year again when you get a glimpse into the Top 200 Most Common Passwords. The 2021 report is here and it's bigger and better than ever 💣💥
— NordPass (@NordPass) November 17, 2021
Enjoy the joy of discovery! #NordPass #worstpasswords
ସେହିପରି 123456, 123456789, 12345678, india123, 1234567890, 1234567,abc123 ଆଦି ବି ତାଲିକାରେ ଆଗରେ ରହିଛି। ଏସବୁ ଅତି ଦୁର୍ବଳ ପାସ୍ଓ୍ୱାର୍ଡ ବୋଲି NordPass କହିଛି। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସତର୍କ କରାଯିବା ପରେ ମଧ୍ୟ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ରଖିଛନ୍ତି। ଯାହାକୁ କ୍ରାକ୍ କରିବାକୁ ୧ ସେକେଣ୍ଡ୍ରୁ କମ୍ ସମୟ ଲାଗିବ। ‘india123’ ପାସ୍ୱର୍ଡକୁ କ୍ରାକ୍ କରିବା ପାଇଁ ୧୭ ମିନିଟ୍ ସମୟ ଲାଗିବ।
Hackers, when they get access to an account due to a weak password: pic.twitter.com/ueCM4braay
— Mumbai Police (@MumbaiPolice) March 13, 2021
Update your 'aam' password to the 'King of all passwords!' #NoAamPasswords pic.twitter.com/whjiL1bPAC
— Mumbai Police (@MumbaiPolice) May 31, 2020
ତେଣୁ ଏଭଳି ଦୁର୍ବଳ ପାସ୍ଓ୍ୱାର୍ଡ ନଦେଇ ଷ୍ଟ୍ରଙ୍ଗ୍ ପାସ୍ଓ୍ୱାର୍ଡ ଦେବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯିବା ସହ ପରାମର୍ଶ ଦିଆଯାଇଛି। କାରଣ ଏଭଳି ଦୁର୍ବଳ ପାସ୍ୱାର୍ଡ ଦ୍ୱାରା ଅପାଣଙ୍କର ସୋସିଆଲ୍ ନେଟ୍ଓ୍ୱର୍କିଂ ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି।