• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • SBI ସମେତ ୨୮ଟି ବ୍ୟାଙ୍କକୁ ଲଗାଯାଇଛି ଚୂନ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ । କୋଟିଏ କି ଦୁଇ କୋଟି ନୁହେଁ କିମ୍ବା ଶହେ କି ଦୁଇ ଶହ କୋଟି ବି ନୁହେଁ,ଏକାଥରକେ ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ । ତାପୁଣି ଭାରତୀୟ ଷ୍ଟେଟ ବ୍ୟାଙ୍କ-SBI ସମେତ ଅନ୍ୟ ୨୭ଟି ବ୍ୟାଙ୍କକୁ ଲଗାଯାଇଛି ଚୁନ । ଗତକାଲି ଏତେ ବଡ଼ ବ୍ୟାଙ୍କ ଠକେଇ କଥା ପଦାକୁ ଆସିଛି । ଜାହାଜ ନିର୍ମାଣକାରୀ ତଥା ମରାମତି କରୁଥିବା ଦେଶର ଏକ ପ୍ରମୁଖ କମ୍ପାନି ABG ସିପୟାର୍ଡ ଲିମିଟେଡ୍ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍-CBI କମ୍ପାନି ନାଁରେ ମାମଲା ରୁଜୁ କରିବା ସହ ଦେଶରେ ଅନେକ ସ୍ଥାନରେ ଚଢ଼ଉ କରିଛି ।

ମୁମ୍ବାଇର ଓଭରସିସ୍ ଏସବିଆଇ ବ୍ରାଞ୍ଚରୁ ଏହି ଠକେଇ ଆରମ୍ଭ ହୋଇଛି । ପରେ ଦିଲ୍ଲୀର ଏକାଧିକ ଶାଖାରେ ସମାନ ଭାବେ ଠକେଇ କରାଯାଇଛି । ଏପ୍ରିଲ ୨୦୧୨ରୁ ଜୁଲାଇ ୨୦୧୭ ମଧ୍ୟରେ ଏସବିଆଇର ୨୯୨୫ କୋଟି, ICICI ୭୦୮୯ କୋଟି, ବ୍ୟାଙ୍କ ଅଫ୍ ବରୋଦା ୧୬୧୪ କୋଟି, ପିଏନବି ୧୨୪୪ କୋଟି ଠକେଇର ଶିକାର ହୋଇଛନ୍ତି । ଦୁଇ ଦଶଦ୍ଧି ଧରି ସୁରତ ଓ ମୁମ୍ବାଇରେ ଜାହାଜ ନିର୍ମାଣ କରୁଛି ଏବିଜି ଲିମିଟେଡ୍ । ଏହି ମଧ୍ୟରେ ୧୬୦ରୁ ଅଧିକ ଜାହାଜର ନିର୍ମାଣ କରିଥିବା କମ୍ପାନି ବ୍ୟାପକ ମାତ୍ରାରେ କ୍ଷତି ସହିଥିଲା । ଏହାର ଭରଣା କରିବାକୁ ଯାଇ ଋ଼ଣ ଓ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ LOU ଅଣାଯାଇ ଠକେଇ କରିଥିବା ଜଣାପଡ଼ିଛି ।

ମାମଲାରେ ସିବିଆଇ ଏବିଜିର ତତ୍କାନୀଳ ପ୍ରତିଷ୍ଠାତା ଚେୟାରମ୍ୟାନ୍ ଓ ଏମଡି ରିଶି କମଲେଶ ଅଗ୍ରୱାଲଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେଥିରେ ରହିଛନ୍ତି କମ୍ପାନିର ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ ଅଗ୍ରୱାଲ୍, ରବି ବିମଲ୍ ପ୍ରମୁଖ । ଏହି ସମସ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅପରାଧିକ ବିଶ୍ୱାସ ଭଙ୍ଗ, ପଦବୀର ଅପବ୍ୟବହାର ବୋଲି ମାମଲା ରୁଜୁ ହୋଇଛି । ପିଏନବି ସ୍କାମ୍ ମାମଲାରେ ନିରବ ମୋଦି ନାଁରେ ୧୪ ହଜାର କୋଟି ଟଙ୍କା ଠକେଇ ମାମଲା ଥିଲା । ହେଲେ ଏବେ ଏହା ତାକୁ ବି ଟପି ଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now