• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଶାଚିନୀ ଚାକରାଣୀ । ମାଲିକଙ୍କ ବିଶ୍ୱାସରେ ବିଷ ଦେଲା । ଜଣେ ମା’ ହୋଇ ଅନ୍ୟ ଜଣେ ମା’ର ମନ ବୁଝିଲାନି । ବ୍ରେନ୍ ହାମରେଜ୍ ହେବା ପର୍ଯ୍ୟନ୍ତ ୮ ମାସର ଶିଶୁକୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଲା ଚାକରାଣୀ । ଗୁଜୁରାଟର ସୁରଟ ସହରରେ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଆଠ ମାସର ଶିଶୁକୁ ଚାକରାଣୀ ଅତି ନିର୍ମମ ଭାବେ ମାଡ ମାରିବା ଦ୍ୱାରା ଏବେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚାକରାଣୀର ଏହି କୁକାର୍ଯ୍ୟ କଏଦ ହୋଇଛି ।

ପୋଲିସ୍ ସୂଚନା ଅନୁସାରେ ମହିଳା ଜଣକ ଶିଶୁଟିକୁ ଅତି ନିର୍ମମ ଭାବେ ମାରିଛି । ଶିଶୁକୁ ହତ୍ୟା ଉଦ୍ୟମ ଅଭିଯୋଗରେ ବର୍ତ୍ତମାନ ମହିଳାଙ୍କୁ ଗିରଫ କରାଯାଇଛି । ଶିଶୁର ବ୍ରେନ୍ ହାମରେଜ୍ ହୋଇଯାଇଥିବା ବଆଳଆ ସେ ଚିକିତ୍ସିତ ହେଉଥିବା କଥା କୁହାଯାଉଛି ।

ସୁରଟ ସହରରେ ଏକ ଦମ୍ପତିଙ୍କର ଯାଆଁଳା ପିଲା ଅଛନ୍ତି । ଚାକିରି କରିଥିବା ଯୋଗୁଁ ଉଭୟ ସ୍ୱାମୀସ୍ତ୍ରୀ ସକାଳ ହେଲେ କାମକୁ ବାହାରି ଯାଆନ୍ତି । ସେଥିପାଇଁ ସେ ପିଲାମାନଙ୍କର ଯତ୍ନ ନେବା ପାଇଁ ଏହି ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ସେମାନେ ବାହାରିଯିବା ପରେ ପିଲାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଉଥିଲା ଚାକରାଣୀ । ତେବେ ପଡ଼ୋଶୀଙ୍କୁ ସନ୍ଦେହ ହେବାରୁ ଦମ୍ପତିଙ୍କୁ ଏକଥା କହିଥିଲେ । ଆଉ ତା’ପରେ ସେମାନେ ଏକ ସିସିଟିଭି ଲଗାଇଥିଲେ । ଆଉ ତା’ପରେ ସତ କଥା ପଦାକୁ ଆସିଛି ।

ପିଲା ସହିତ ମାରପିଟ୍ ହୋଇଥିବା ଅଭିଯୋଗ ଆସିବା ପରେ ପ୍ରଥମେ ପୋଲିସ ଘରେ ଲାଗିଥିବା ସିସିଟିଭି ଫୁଟେଜ୍ ଚେକ୍ କରିଛି । ମହିଳା ଜଣକ ପିଲାକୁ କୋଳରେ ବସାଇ ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ।

କେବଳ ଏତିକି ନୁହେଁ ଚାକରାଣୀ କେତେବେଳେ ଶିଶୁକୁ ଖଟ ଉପରେ ଚାପୁଡ଼ା ମାରୁଛି ତ କେତେବେଳେ ତଳେ ପକାଇ ମାରୁଛି । ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଶିଶୁ ଉପରେ ଏପରି ଅତ୍ୟାଚାର କରିଛି ଚାକରାଣୀ । ବର୍ତ୍ତମାନ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଔପଚାରିକ ଭାବେ କରୋନା ପରୀକ୍ଷଣ ପାଇଁ କରାଯାଇଛି, ତା’ପରେ ତାଙ୍କୁ ଗିରଫ କରାଯିବ ।