Advertisment

ଅନ୍‌ଲାଇନ୍ ପ୍ଲାଟଫର୍ମରେ ୟୁଜର୍ସଙ୍କ ଡାଟାର ଦୁରୂପଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଡିଜିଟାଲ୍ ଡାଟା ପ୍ରୋଟେକ୍ସନ ଆଇନ୍ ଦ୍ୱାରା ଲୋକଙ୍କ ତଥ୍ୟ ଅଧିକ ସୁରକ୍ଷିତ ରହିବା ନୂଆ ଡାଟା ପ୍ରୋଟେକ୍ସନ ଆଇନ୍ ସୋସିଆଲ ମିଡିଆ କମ୍ପାନୀଙ୍କ ମନମାନୀ ଉପରେ ଲଗାମ ଲଗାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ashiwini Vaishnaw On Digital Data Protection Act

Data will be more secure after the implementation of Digital Data Protection Act: Ashiwini Vaishnaw

ଡିଜିଟାଲ୍ ଡାଟା ପ୍ରୋଟେକ୍ସନ ଆଇନ୍ ଦ୍ୱାରା ଲୋକଙ୍କ ତଥ୍ୟ ଅଧିକ ସୁରକ୍ଷିତ ରହିବା ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଭଳି କିଛି ସୂଚନା ଦେଇଛନ୍ତି। ନୂଆ ଡାଟା ପ୍ରୋଟେକ୍ସନ ଆଇନ୍ ସୋସିଆଲ ମିଡିଆ କମ୍ପାନୀଙ୍କ ମନମାନୀ ଉପରେ ଲଗାମ ଲଗାଇବ। ଅନ୍‌ଲାଇନ୍ ପ୍ଲାଟଫର୍ମରେ ୟୁଜର୍ସଙ୍କ ଡାଟାର ଦୁରୂପଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନ୍‌ରେ ପରିଣତ ହୋଇଛି। କେବଳ ସରକାର ନୁହଁନ୍ତି ବିରୋଧୀ ଦଳର ଅନେକ ସଦସ୍ୟ ବି ଏହାକୁ ସମର୍ଥନ ଜଣାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ମନୁଷ୍ୟକୃତ ତ୍ରୁଟି ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତିା ସିବିଆଇ ଏହି ମାମଲାରେ ତଦନ୍ତ କରୁଛି ଏହାର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ପୂର୍ବ ସରକାର ଅପେକ୍ଷା ମୋଦି ସରକାରଙ୍କ ଅମଳରେ ରେଳ ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛିା ଗତ ସରକାରରେ ୧୪ରୁ ୧୫ ଷ୍ଟେସନରେ ଇଣ୍ଟରଲକିଂ ହେଉଥିବା ବେଳେ ଏବେ ୪୦୦ରୁ ଅଧିକ ଷ୍ଟେସନରେ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ପ୍ରତିବର୍ଷ ହେଉଛିା ଏହାସହ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଢାଞ୍ଚାରେ ଥିବା ତ୍ରୁଟି ଅଭିଯୋଗକୁ କେନ୍ଦ୍ର ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି। 

Advertisment

ବନ୍ଦେ ଭାରତ ଏକଦମ୍‌ ସୁରକ୍ଷିତ, ଡିଜାଇନ ସମ୍ପୂର୍ଣ୍ଣ ଠିକ୍‌ ଥିବା ସେ କହିଛନ୍ତିା ଏହାବ୍ୟତୀତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ସମ୍ପର୍କରେ ବି ମନ ଖୋଲି ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ନିର୍ବାଚନ ଲଢ଼ିବା ନିଷ୍ପତ୍ତି ଦଳର, ପାର୍ଟି ଯାହା ଚାହିଁବ ତାହା ହେବ।

Ashwini Vaishnow
Advertisment
Advertisment