• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି । ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ ହୋଇଛି । ପ୍ରକଳ୍ପ ପାଇଁ ଜମି ଯୋଗାଇଥିବା ଶ୍ରୀମନ୍ଦିରର କିଛି ମୁଖ୍ୟ ସେବାୟତଙ୍କ ପକ୍ଷରୁ ଏହି ପିଟିସନ୍ ଦାଏର  କରାଯାଇଛି । ଏଥିରେ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେବା ଲାଗି ପ୍ରାର୍ଥନା କରାଯାଇଛି । ପିଟିସନରେ ମୁଷ୍ଟିମେୟ ଲୋକ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାସହ ସେବାୟତମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା । ତପଭୂମିକୁ ଭୋଗ ଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ତେବେ ଏଭଳି ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି କୌଣସି ଯେପରି କ୍ଷତି ନପହଞ୍ଚିବ ସେମିତି କାର୍ଯ୍ୟ କରାଯିବା ଉଚିତ୍ ।

ତେବେ ଜଗଦଗୁରୁଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ । ତେବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ କେଉଁ ପ୍ରସଙ୍ଗରେ ସାକ୍ଷାତ କରିଛନ୍ତି, ସେ ନେଇ ଜିଲ୍ଲାପାଳ କିଛି ସୂଚନା ଦେଇନାହାନ୍ତି ।

ଅନ୍ୟପଟେ ମଇଳା ଓ ଆବର୍ଜନା ପାଣିରେ ଭାସୁଛି ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ପରିସର । ନଳାପାଣି ଦକ୍ଷିଣଦ୍ୱାର ସମ୍ମୁରାସ୍ତାରେ ଭାସି ମୁଖ୍ୟ ଡ୍ରେନରେ ନିଷ୍କାସିତ ହେଉଛି । ଦକ୍ଷିଣ ଦ୍ୱାର ସମ୍ମୁଖ ଖୋଲାସ୍ଥାନରେ ବର୍ଷାପାଣି ଜମି ରହିଥିବା ବେଳେ ନଳା ଜାମ ହୋଇଥିବାରୁ ବର୍ଷାପାଣି ରାସ୍ତାରେ ଭାସୁଛି ।