Advertisment

ବାଘ ବୁଲୁଛି ଶୁଣି ପଡିଲା ତାଟି କବାଟ.. ସିସିଟିଭିରେ ଦେଖିଲା ବେଳକୁ ବାଘ ବେଶରେ..

ବାଘ ଗୁଜବ ପ୍ରଚାରିତ ହେବାପରେ ଲାସ୍ପେଟ୍ ପୋଲିସ୍ ଇନ୍ସପେକ୍ଟର ଭେଙ୍କଟଚାଲାପାଥି କହିଛନ୍ତି, ଏହି ଅଞ୍ଚଳରେ ବାଘ ବୁଲିବାର କୌଣସି ସମ୍ଭାବନା ନାହିଁ। କେହି ଉଦ୍ଦେଶ୍ୟମୂଳକ ଭାବରେ କୁକୁରକୁ ବାଘ ପରେ ରଂଗ ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
dog-Tiger

dog-Tiger

ବାଘ ଜଙ୍ଗଲରେ ରହେ। ଚିଡିଆଖାନାରେ ବି ଆମେ ବାଘ ଦେଖୁ। ମାତ୍ର ହିଂସ୍ର ଜନ୍ତୁ ହୋଇଥିବାରୁ ତାକୁ ସମସ୍ତେ ଭୟ କରନ୍ତି। ହେଲେ ଯଦି ଗାଁ କିମ୍ୱା ଆପଣ ରହୁଥିବା ଅଂଚଳରେ ବାଘ ବୁଲୁଥିବାର ଖବର ପ୍ରସାରିତ ହୁଏ, ତେବେ କଣ ହେବ? ଉତ୍ତରରେ ଆପଣ କହିବେ ନିଶ୍ଚୟ ଭୟ ଲାଗିବ। ତେବେ ଏହିପରି ଏକ ଖବର ପୁଡୁଚୋରୀର ଲାସ୍ପେଟ୍ ଅଂଚଳରେ ପ୍ରଚାର କରାଯିବା ପରେ ଭୟରେ ତାଟି କବାଟ ପକାଇ ଦେଇଥିଲେ ଲୋକେ। ମାତ୍ର ଏହା ପରେ ଯାହା ଘଟିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଗୁରୁବାର ରାତିରେ ହଠାତ୍ ଦୁଇଜଣ ଯୁବକ ବାଇକରେ ଆସି ବାଘ ବୁଲୁଥିବା କଥା ପ୍ରଚାର କରିଦେଲେ। ବାସ୍ ଏହାପରେ ସମସ୍ତେ କବାଟ ପକାଇ ଘରେ ବନ୍ଦ ହୋଇ ରହିଲେ। ସୋସିଆଲ୍ ମିଡିଆରେ ମଧ୍ୟ ବାଘ ବୁଲୁଥିବା ଖବର ଭାଇରାଲ୍ ହୋଇଥିଲା। ଯାହାକୁ ଦେଖି ଭୟ ଦ୍ୱିଗୁଣିତ ହୋଇଗଲା। ଏନେଇ ପୋଲିସ ଓ ବନବିଭାଗ ଆରମ୍ଭ କରିଦେଲେ ସର୍ଚ୍ଚ ଅପରେସନ। ଆଥପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ବାଘକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଲା।

ମାତ୍ର ସିସିଟିଭି ଫୁଟେଜରେ ବାଘ ବଦଳରେ ଥିଲା କୁକୁର। ଯିଏକି ଅବିକଳ ବାଘ ରୂପ ଧାରଣ କରିଥିଲା। କେହି ଦୁର୍ବୃତ୍ତ କୁକୁରକୁ ବାଘ ରୂପରେ ଚିତ୍ରିତ କରିଥିଲା। କମଳା ଓ କଳା ରଂଗ ଦେଇ ଅବିକଳ ବାଘ ପରି ସଜାଇଥିଲା। ତେବେ ଏହି କାଣ୍ଡ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜାଖୋଜି କରୁଛି। କୁକୁରର ଫୁଟେଜ୍ ମିଳିଥିଲେ ବି କୁକୁର କିମ୍ୱା ସେହି ବ୍ୟକ୍ତିଙ୍କର ପତ୍ତା ମିଳିନି।

Advertisment

ବାଘ ଗୁଜବ ପ୍ରଚାରିତ ହେବାପରେ ଲାସ୍ପେଟ୍ ପୋଲିସ୍ ଇନ୍ସପେକ୍ଟର ଭେଙ୍କଟଚାଲାପାଥି କହିଛନ୍ତି, ଏହି ଅଞ୍ଚଳରେ ବାଘ ବୁଲିବାର କୌଣସି ସମ୍ଭାବନା ନାହିଁ। କେହି ଉଦ୍ଦେଶ୍ୟମୂଳକ ଭାବରେ କୁକୁରକୁ ବାଘ ପରେ ରଂଗ ଦେଇଛନ୍ତି। କୁକୁର ଦେହରେ କମଳା ଓ କଳା ରଂଗ ଦେଇ ତାକୁ ବାଘ ପରି ସଜାଇଛନ୍ତି। ଅନ୍ଧାରରେ ଲୋକମାନେ ଏହାକୁ ବାଘ ବୋଲି ଭାବିନେଇଛନ୍ତି। କୁକୁରଟିକୁ ଖୋଜା ଚାଲିଛି। ପଚରାଉଚରା ବେଳେ ଜଣାପଡିଛି ଯେ, କୁକୁରଟି ପୁଡୁଚେରି-ତାମିଲନାଡୁ ସୀମା ନିକଟରେ ଦେଖାଯାଇଥିଲା। ତେବେ ଏନେଇ କୌଣସି ଅଭିଯୋଗ ଆସିନି।ସେ ଆହୁରି ମଧ୍ୟ କହିଛନ୍ତି, କିଛି ବଦମାସ ଲୋକ କୁକୁରକୁ ଏପରି ରଂଦ ଦେଇ ତାହାର ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି। ଲେକମାନେ ଏନେଇ ଭୟଭୀତ ନହୁଅନ୍ତୁ।

Dogs Social Media Tiger Spotted
Advertisment
Advertisment