ସୂର୍ଯ୍ୟ ମନ୍ଦିର କଥା ଉଠିଲେ ସାମ୍ନାକୁ ଆସେ ଓଡିଶାର କୋଣାର୍କ। ଆଉ ମନେ ପଡିଯାଆନ୍ତି ଲାଙ୍ଗୁଳା ନରସିଂହଦେବ, ବିଶୁ ମହାରଣା ଓ ଧର୍ମପଦ। କିନ୍ତୁ ବର୍ତ୍ତମାନ ଏହି ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ଭିନ୍ନ ଖବର ସାମ୍ନାକୁ ଆସୁଛି। ପିରାମିଡ୍ ପାଇଁ ପ୍ରସିଦ୍ଧ ମିଶରରେ ଏବେ ପ୍ରତ୍ନତତ୍ତ୍ୱବୀତଙ୍କୁ ଚକିତ କଲା ଭଳି କିଛି ଜିନିଷ ମିଳିଛି। ସେମାନେ ଏଭଳି ଦୁର୍ଲଭ ଜିନିଷର ଅନୁସନ୍ଧାନ କରିଛନ୍ତି ଯାହାକୁ ଜାଣି ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ।
ପ୍ରତ୍ନତତ୍ତ୍ୱବିମାନେ ମରୁଭୂମିରେ ମାଟି ତଳେ ପୋତିହୋଇ ରହିଥିବା ଦୀର୍ଘ ୪ହଜାର ୫ଶହ ବର୍ଷର ପୁରୁଣା ସୂର୍ଯ୍ୟ ମନ୍ଦିରକୁ ଖୋଳି ବାହାର କରିଛନ୍ତି। ମରୁଭୂମି ଖନନ ସମୟରେ ଏହି ସୂର୍ଯ୍ୟ ମନ୍ଦିର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ଅନୁସନ୍ଧାନ କରୁଛନ୍ତି ଯେ ସେହି ସମୟରେ ମିଶ୍ରର ରେଗିସ୍ଥାନରେ ପୂଜା ଅର୍ଚ୍ଚନା କରାଯାଉଥିଲା କି?
Also Read
ପ୍ରତ୍ନତତ୍ତ୍ୱବିତ୍ମାନେ ମିଶରର ରାଜଧାନୀ କାହିରୋ ନିକଟ ଆବୁ ଗୋରାବ ସହରରେ ଏହି ପୁରାତନ ସୂର୍ଯ୍ୟ ମନ୍ଦିର ପାଇଛନ୍ତି। ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ଯେ ଏହି ସୂର୍ଯ୍ୟ ମନ୍ଦିର ପ୍ରାୟ ୪,୫୦୦ ବର୍ଷର ପୁରୁଣା ଏବଂ ଏହାକୁ ଦୀର୍ଘ ବର୍ଷ ପୂର୍ବରୁ ମରୁଭୂମିରେ ପୋତି ଦିଆଯାଇଥିଲା। ବର୍ତ୍ତମାନ ଏହି ଆବିଷ୍କାରକୁ ଗତ କିଛି ଦଶନ୍ଧି ମଧ୍ୟରେ ପ୍ରତ୍ନତତ୍ତ୍ୱବିତ୍ଙ୍କ ସବୁଠାରୁ ବଡ ଆବିଷ୍କାର ଭାବରେ ଗ୍ରହଣ କରାଯାଉଛି।

ମିଶ୍ରର ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି ଯେ ପ୍ରାୟ ୪,୫୦୦ ବର୍ଷ ପୂର୍ବେ ଏହି ସୂର୍ଯ୍ୟ ମନ୍ଦିର ମିଶରର ଫାରୋହଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ସୂର୍ଯ୍ୟ ମନ୍ଦିରକୁ ଖ୍ରୀଷ୍ଟପୂର୍ବ ୨୫ ଶତାବ୍ଦୀରେ ନିର୍ମିତ ହୋଇଥିବା ସେମାନେ ଅନୁମାନ କରିଛନ୍ତି। ଅନୁସନ୍ଧାନ ସମୟରେ ପ୍ରତ୍ନତତ୍ତ୍ୱବିତ୍ମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ସୂର୍ଯ୍ୟ ମନ୍ଦିରର ଭିତ୍ତିଭୂମି ମାଟି ଇଟା ଦ୍ୱାରା ନିର୍ମିତ, ଯାହା ଦର୍ଶାଏ ଯେ ଏହି ସ୍ଥାନରେ ପୂର୍ବରୁ ଏକ କୋଠା ଥିଲା।
ଅନ୍ୟପକ୍ଷରେ, ଏହି ମନ୍ଦିର ନିକଟରେ ପିରାମିଡ୍ଗୁଡିକ ରାଜାଙ୍କର ଶେଷ ବିଶ୍ରାମ ସ୍ଥାନ ଭାବରେ ନିର୍ମାଣ କରାଯାଇଥିଲା ଯାହା ଫଳରେ ମୃତ୍ୟୁ ପରେ ରାଜା ପୁନର୍ବାର ଈଶ୍ୱରଙ୍କ ସ୍ୱରୂପ ହୋଇ ଦୁନିଆ ସାମ୍ନାରେ ରହିପାରିବେ। ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ ଏହି ମନ୍ଦିରଟି ମାଟିରେ ନିର୍ମିତ ଇଟା ଦ୍ୱାରା ହୋଇଛି, ଯାହାର ମୂଳଦୁଆ ଦୁଇ ଫୁଟ ତଳକୁ ଚୂନ ପଥରରେ ତିଆରି ହୋଇଛି।

ଏହି ପରିପ୍ରେକ୍ଷୀରେ, ଇଜିପ୍ଟୋଲୋଜିର ସହକାରୀ ପ୍ରଫେସର ଡ. ମାସିମିଲାନୋ ନୁଜୋଲୋ କହିଛନ୍ତି ଯେ ଆମର ଦୀର୍ଘ ଦିନ ଧରି ଏକ ଧାରଣା ଥିଲା ଯେ ନ୍ୟୁସିରି ଦ୍ୱାରା ନିର୍ମିତ ଆବୁ ଗୋରାବର ମରୁଭୂମିରେ କିଛି ଜିନିଷ ଭୂମି ତଳେ ଲୁଚି ରହିଛି। କିନ୍ତୁ ଆମର କେବେ ଏଭଳି ଧାରଣା ନଥିଲା ଯେ ଆମେ ଏତେ ବଡ଼ ଜିନିଷର ଅନୁସନ୍ଧାନ କରିବୁ। ସେ କହିଛନ୍ତି ଯେ ବର୍ତ୍ତମାନ ମିଶରର ସୂର୍ଯ୍ୟ ମନ୍ଦିରଗୁଡ଼ିକର କାହାଣୀ କହିବା ପାଇଁ ଆମର ଯଥେଷ୍ଟ ପ୍ରମାଣ ଅଛି।