ଗ୍ଲୋବାଲ ୱାର୍ମି କାରଣରୁ ୨୦୫୦ ଓ ୨୧୦୦ ସୁଦ୍ଧା ପୃଥିବୀର ଅନେକ ସହର ସମୁଦ୍ରରେ ବୁଡିଯିବ। କିନ୍ତୁ ସବୁଠାରୁ ଅଧିକ ବିପଦ ଏହି ୯ ବର୍ଷ ଭିତରେ ରହିଛି। କାରଣ ଏହାରି ଭିତରେ ଦୁନିଆର ୯ଟି ବଡ ବଡ ସହର ଜଳମଗ୍ନ ହେବ ବୋଲି ସୂଚନା ରହିଛି। ଏହି ସହର ଗୁଡିକ ସାମୁଦ୍ରିକ ଜଳସ୍ତର ଓ ନଦୀ ବଢି କାରଣରୁ ବୁଡିଯିବ ବୋଲି କୁହାଯାଉଛି। ସବୁଠାରୁ ହୁଦୟକାତର ଏହା ଯେ ଏହି ତାଲିକାର ଭାରତର କୋଲକାତା ସହର ମଧ୍ୟ ସାମିଲ ହୋଇଛି। ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଅନ୍ୟାନ୍ୟ ସହର ଏହି ତାଲିକାରେ ଅଛନ୍ତି।
ଆମଷ୍ଟରଡ୍ୟାମ୍, ନେଦରଲାଣ୍ଡ୍ସ୍

ନେଦରଲାଣ୍ଡ୍ସର ରାଜଧାନୀ ଆମଷ୍ଟରଡ୍ୟାମ୍, ରାଣ୍ଟରଡମ୍ ଓ ହଗ୍ ସହର ସମୁଦ୍ର ପତ୍ତନ ଠାରୁ ବହୁ କମ ଉଚ୍ଚରେ ଅବସ୍ଥିତ। ଏହା ଉତ୍ତର ସାଗରର ପାଖାପାଖି। ଡଚ୍ ଦେଶ ନିଜକୁ ନଦୀବଢୀରୁ ରକ୍ଷା କରିବା ନେଇ ବ୍ୟବହାର କରୁଥିବା ବୈଷୟିକ ଜ୍ଞାନ ନେଇ ସାସା ବିଶ୍ୱରେ ପ୍ରସିଦ୍ଧ। କିନ୍ତୁ ଯେଉଁଭଳି ଭାବେ ସାମୁଦ୍ରିକ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ଜଣାପଡୁଛି ଯେ ଏହି ଦେଶର କେବଳ ମାତ୍ର କିଛି ସୁନ୍ଦର ସହର ହିଁ ରକ୍ଷା ପାଇ ପାରିବ। ନା କୌଣସି ଡ୍ୟାମ୍ ଏହାକୁ ରକ୍ଷା କରି ପାରିବ, ନା କୌଣସି ପ୍ରାଚୀର ବା ଫ୍ଲଡ୍ଗେଟ୍। ଯଦି ବା କିଛି ନୂଆ କୌଶଳ ବ୍ୟବହାର କରାଯାଏ ତେବେ କିଛି ସମୟ ପାଇଁ ଏହି ସବୁଅ ସହରକୁ ରକ୍ଷା କରାଯାଇ ପାରେ।
ବସ୍ରା, ଇରାକ୍ବସ୍ରା
ଇରାକ୍ର ମୁଖ୍ୟ ବନ୍ଦର ବସ୍ରା ଶତ ଅଲ୍ ଆରବ ନାମକ ବିଶାଳ ନଦୀର ତଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଶତ ଅଲ୍ ଆରବ ନଦୀରେ ପାରସ ଗଲ୍ଫ ମିଶିଛି। ଅନେକ ଛୋଟ ଛୋଟ ନାଳି ଓ ପଶ୍ଚାତ ଜଳଧାର ମାଧ୍ୟମରେ ସହର ଗଲ୍ଫ ସହିତ ମିଶିଛି। ଏହି କାରଣରୁ ସହରର ଆଖପାଖ ଅଞ୍ଚଳ ବହୁତ ସନ୍ତସନ୍ତିଆ ହୋଇଥାଏ। ଯଦି ସମୁଦ୍ର ପତନ ବୃଦ୍ଧିପାଏ ତେବେ ସହର ପାଇଁ ବିପଦ। ତେବେ ଯଦି ବନ୍ୟା ଆସେ ତେବେ ଏହି ସହର ବୁଡିଯିବା ଥୟ।
ନିୟୁ ଓର୍ନିଲ୍, ଆମେରିକା

ଆମେରିକାର ନିୟୁ ଓର୍ନିଲ୍ ସହର ମଧ୍ୟରେ ଅନେକ ନାଳି ଓ ଜଳଧାର ପ୍ରବାହିତ ହେଉଛି। ଏହା ସହରକୁ ନଦୀ ବଢୀରୁ ରକ୍ଷା କରିଥାଏ। ଏହାର ଉତ୍ତରରେ ମାରିପାସ୍ ହ୍ରଦ ଓ ଦକ୍ଷିଣରେ ସଲ୍ୱାଡୋର୍ ହ୍ରଦ ସହିତ ଅନ୍ୟ ଏକ ଛୋଟ ହ୍ରଦ ମଧ୍ୟ ରହିଛି। ଏହା ଯଦି ସୁରକ୍ଷା କବଚ ନ ହୁଏ ତେବେ ସହରକୁ ଭାରି ପଡିବ। ଏହା ଛଡା ଜଡି ସମୁଦ୍ର ଜଳସ୍ତର ବୃଦ୍ଧିପାଏ ତେବେ ଏହା ମଧ୍ୟ ସହର ପାଇଁ ବିପଦ ଆଣିବ। ସହରର ବିଲୋକ୍ସୀ ଓ ଜୀନ୍ ଲେଫିଟେ ୱାଇଲ୍ଡଲାଇଫ୍ ପ୍ରିଜର୍ଭ ପାଇଁ ସବୁଠାରୁ ଅଧିକ ବିପଦ ରହିଛି। ଏହା ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସାମାନ୍ୟ ପାଣିରେ ମଧ୍ୟ ବୁଡିଯାଇପାରେ।
ଭେନିସ୍, ଇଟାଲୀଭେନିସ୍
ପାଣି ଭିତରେ ନିର୍ମିତ ହୋଇଛି ଇଟାଲୀର ଭେନିସ ସହର। ସାମୁଦ୍ରିକ ଜୁଆର କାରଣରୁ ଏଠାରେ ପ୍ରତି ବର୍ଷ ବନ୍ୟା ଆସିଥାଏ। ଏହି ସହରରେ ଦୁଇ ପ୍ରକାରର ବିପଦ ରହିଛି। ପ୍ରଥମ କାରଣ ସାମୁଦ୍ରିକ ଜଳସ୍ତର ବୃଦ୍ଧି ହୋଇଥିବା ବେଳେ ଦ୍ୱିତୀୟ କାରଣ ହେଉଛି ସହର ନିଜେ ନିଜେ ବୁଡିବା। ପ୍ରତି ବର୍ଷ ସହର ୨ ମିମି ଧ୍ୱଂସ ହୋଇଥାଏ। ଭେନିସରେ ମଧ୍ୟ ବନ୍ୟାକୁ ପ୍ରତିହତ କରିବା ନେଇ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯାଇଛି। ଏହା ପରେ ମଧ୍ୟ ଏଠାରେ ବନ୍ୟା ଉପରେ ଲଗାମ ଦିଆଯାଇ ପାରିନି। ଯଦି ସମୁଦ୍ର ଜଳସ୍ତର କ୍ଷୀପ୍ର ଭାବେ ବଢେ ୨୦୩୦ ସୁଦ୍ଧା ସହର ଜଳମଗ୍ନ ହୋଇଯିବ।
ହୋ ଚୀ ମିନ୍ହ ସିଟୀ, ଭିଏତନାମହି ଚୀ ମିନ୍ ସିଟୀ
ଭିଏତନାମର ପୂର୍ବାଞ୍ଚଳରେ ଅବସ୍ଥିତ ଏହି ସହର ସମ୍ପୂର୍ଣ୍ଣ ସମତଳ। ସମୁଦ୍ର ପତନରୁ ଏହା ଅଧିକ ଉଚ୍ଚା ନୁହେଁ। ଏଠାରେ ଥିବା ମେକାଙ୍ଗ ତ୍ରିକୋଣୀୟ ଭୂମି ଅଧିକ ବିପଦ। ଏହି ତ୍ରିକୋଣୀୟ ଭୂମିର ଜଳସ୍ତର ଲଗାତର ବୃଦ୍ଧି ପାଇଥାଏ। ଏହି କାରଣରୁ ୨୦୩୦ ସୁଦ୍ଧା ଏହି ସହର ବୁଡିଯିବା ଆଶଙ୍କା ରହିଛି।
କୋଲକାତା, ଭାରତକୋଲକାତା
ଭାରତର ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ଏହାର ଆଖପାଖ ଅଞ୍ଚଳ ବହୁ ଉର୍ବର ବୋଲି କୁହାଯାଏ। ତଥାପି ଏହି ସହର ଜଳମଗ୍ନ ହେବାର ବିପଦରେ ରହିଛି। ଏହି ସହର ମଧ୍ୟ ମୌସିମୀଜନିତ ବର୍ଷା ଓ ସାମୁଦ୍ରିକ ଜୁଆରର ସମସ୍ୟା ଦ୍ୱାରା ପ୍ରଭାବିତ। ବର୍ଷାଦିନେ ଏଠାରେ ବନ୍ୟା ଆସିଥାଏ। ବର୍ଷା କାରଣରୁ ପାଣି ମଧ୍ୟ କଟେ ନାହିଁ। ଏଠାରେ ଥିବା ବିରାଟ ଡେଲ୍ଟା ଅଞ୍ଚଳ ବି ଏହା ପାଇଁ ବିପଦ ଅଟେ।
ବ୍ୟାଙ୍ଗକକ୍, ଥାଇଲାଣ୍ଡ

ଥାଇଲାଣ୍ଡର ପ୍ରସିଦ୍ଧ ସହର ଗ୍ଲୋବାଲ୍ ୱାର୍ମିରେ ସବୁଠାରୁ ଅଧିକ ପ୍ରଭାବିତ। ଏହି ସହର ସମୁଦ୍ର ପତନରୁ ପାତ୍ର ୧.୫ ମିଟର ଉପରେ। ଏହା ମଧ୍ୟ ବର୍ଷକୁ ୨ ରୁ ୩ ସେମି ଭଳି ଧ୍ୱଂସ ହୋଇଚାଲିଛି। ପୂରା ସହର କେବଳ ବାଲୁକା ମାଟିରେ ନିର୍ମିତ। ଏହି କାରଣରୁ ଏହା ସମୁଦ୍ରରେ ମିଶିଯିବା ଆଶଙ୍କା ରହିଛି।
ଜର୍ଜଟାଉନ୍, ଗୁଏନା

ଗୁଏନା ରାଜଧାନୀ ଜର୍ଜଟାଉନକୁ ବନ୍ୟାରୁ ରକ୍ଷା କରିବା ନେଇ ଏହାର ଚାରିପାଖରେ ସୁଉଚ୍ଚ ପ୍ରାଚୀର ନିର୍ମାଣ କରାଯାଇଛି। ଏହାର ଏକ ପାର୍ଶ୍ୱରେ ପାଖାପାଖି ୪୦୦ କିଲୋମିଟରର ସମୁଦ୍ର ଘେରି ରହିଛି। କିନ୍ତୁ ଉଚ୍ଚ ଜୁଆର ସମୟରେ ଏହି ପ୍ରାଚୀରର କୌଣସି ମାନେ ରହେ ନାହିଁ। ସମୁଦ୍ରର ପାଣି ପ୍ରାଚୀର ଡେଇଁ ସହରକୁ ପ୍ରବେଶ କରିଥାଏ। ଏନେଇ ଏହି ସହରକୁ ରକ୍ଷା କରିବାକୁ ହେଲେ ଏହାର ପ୍ରାଚୀରକୁ ଆହୁରି ଉଚ୍ଚା କରିବାର ଆବଶ୍ୟକତା ରହିଛି।
ସଭାନ୍ନା, ଆମେରିକା

ଆମେରିକାର ଜର୍ଜିଆରେ ଅବସ୍ଥିର ସଭାନ୍ନା ସହର ହରିକେନର ମୁଖ୍ୟ କେନ୍ଦ୍ର ଅଟେ। ଏହି ସହରକୁ ପ୍ରତି ବର୍ଷ ହରିକେନର ସମ୍ମୁଖିନ ହେବାକୁ ପଡିଥାଏ। ଏହାର ଚାରିପଟେ ସମୁଦ୍ର ମଧ୍ୟ ଘେରି ରହିଛି। ସହର ଭିତରେ ଉତ୍ତର ଦିଗରେ ସଭାନା ନଦୀ ପ୍ରବାହୀତ ହେଉଥିବା ବେଳେ ଦକ୍ଷୀଣରେ ଓଗୀଚୀ ନଦୀ ପ୍ରବାହିତ। ଏହି କାରଣରୁ ଏହାର ଆଖପାଖ ସନ୍ତସନ୍ତିଆ ରହିଥାଏ। ତେଣୁ ୨୦୩୦ ସୁଦ୍ଧା ଏହି ସହରର କିଛି ଅଂଶ ବୁଡିଯିବ ବୋଲି କୁହାଯାଉଛି।