ଘରର ପରଦା ଠାରୁ ଗାଡ଼ି, ପୋଷାକ ଠାରୁ ଜୋତା ପର୍ଯ୍ୟନ୍ତ ସବୁ କିଛି ନାଲି ଓ ଧଳା । ଚାରିଆଡ଼ର ଦୃଶ୍ୟ କେବଳ ଧଳାନାଲି । ରେଡ୍ ଆଣ୍ଡ ହ୍ୱାଇଟ୍ ଫ୍ୟାମିଲି ସମ୍ପର୍କରେ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏପରି ପରିବାର ରହୁଛନ୍ତି ଭାରତର ବେଙ୍ଗାଲୁରରେ । ଏହି ପରିବାରର ଲୋକମାନେ ଧଳାନାଲି ରଙ୍ଗ ପଛରେ ପାଗଳ କହିଲେ ଚଳେ । ସେମାନେ ବ୍ୟବହାର କରୁଥିବା ଜିନିଷପତ୍ର ଓ ପୋଷାକ, ଛତା, ଗାଡ଼ି ସବୁକିଛି ଲାଲ ଓ ଧଳା ରଙ୍ଗର । ସେଭେନ୍ ରାଜଙ୍କ ସବୁକିଛି କେବଳ ଲାଲ ଏବଂ ଧଳା ରଙ୍ଗର । ଏହି ରଙ୍ଗ ତାଙ୍କୁ ଏବଂ ତାଙ୍କ ପରିବାରକୁ ଏକ ନିଆରା ପରିଚୟ ଦେଇଛି ।
Also Read
ତାଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଘରର ଆସବାବପତ୍ର ଏବଂ ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛି ଲାଲ ଏବଂ ଧଳା ରଙ୍ଗର । ସେଭେନ୍ରାଜଙ୍କ ଜୀବନରେ ସବୁକିଛି ଏହି ଦୁଇଟି ରଙ୍ଗରେ ସୀମିତ ହୋଇ ରହିଛି । ସେଭେନରାଜଙ୍କ ଭିନ୍ନ ଜୀବନଶୈଳୀ କାରଣରୁ ସ୍ଥାନୀୟ ଅଞ୍ଚଳରେ ସେ ଏକ ସେଲିବ୍ରିଟି ଭାବରେ ପରିଗଣିତ ହୋଇଥାନ୍ତି ।
ସୂଚନା ଅନୁସାରେ, ସେଭେନରାଜଙ୍କ ପରିବାର ବାଙ୍ଗାଲୋରରେ “ରେଡ୍ ଏବଂ ହ୍ୱାଇଟ୍ ଫ୍ୟାମିଲି” ଭାବରେ ମଧ୍ୟ ବେଶ୍ ପରିଚିତ । ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ସେଭେନ୍ରାଜ ତାଙ୍କ ପରିବାରର ସପ୍ତମ ସନ୍ତାନ ହୋଇଥିବାରୁ ତାଙ୍କୁ ୭ ନମ୍ବର (ସେଭେନ) ନାମରେ ନାମିତ କରାଯାଇଥିଲା । ତେଣୁ ସେଭେନ୍ରାଜଙ୍କ ଲକି ନମ୍ବର ୭। ସେଭେନ୍ରାଜଙ୍କ ଜୀବନରେ ସବୁକିଛି ୭ ନମ୍ବର ସହ ଜଡିତ ଥାଏ । ଯେମିତିକି ତାଙ୍କ କାର୍ ନମ୍ବର ପ୍ଲେଟ୍ ୭୭୭୭ ହୋଇଥିବାବେଳେ ତାଙ୍କ ଫୋନ୍ ନମ୍ବର ମଧ୍ୟ ୭ରେ ହିଁ ଶେଷ ହୋଇଛି । କେବଳ ଏତିକି ନୁହେଁ ସେ ପିନ୍ଧୁଥିବା ପୋଷାକମାନଙ୍କରେ ମଧ୍ୟ ୭ ଟି ବଟନ୍ ରହିଥାଏ ।
ତାଙ୍କର ଏହି ଭିନ୍ନ ଜୀବନଶୈଳୀ ଦେଖି ଅନେକ ଲୋକ ପରିହାସ କରିଥାନ୍ତି । ହେଲେ ସେସବୁ ଉପରେ ଧ୍ୟାନ ନ ଦେଇ ନିଜ ଜୀବନକୁ ଖୁସିରେ ଅତିବାହିତ କରଛୁନ୍ତି ସେଭେନ୍ରାଜ ।
୨୦୧୮ ମସିହାରେ ସେଭେନ୍ରାଜ ବାଙ୍ଗାଲୋରର ଶାନ୍ତିନାଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ। କେବଳ ବ୍ୟବସାୟ ନୁହେଁ, ସେଭେନରାଜ ଆଗାମୀ ଦିନରେ ନିଜ ଚଳଚ୍ଚିତ୍ର ପ୍ରଡକ୍ସନ୍ ‘ସେଭେନ୍ ରାଜ’ ଦ୍ୱାରା ଚଳଚ୍ଚିତ୍ର ନିର୍ମାଣ କରିବାକୁ ଲକ୍ଷ ରଖିଛନ୍ତି ।