Advertisment

ପୁଟିନଙ୍କୁ ବ୍ଲଡ୍‌ କ୍ୟାନ୍ସର ! ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ !

ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍‌ ରିପୋର୍ଟରୁ ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Russian President Vladimir Putin

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍‌ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବାରେ ଲାଗିଛି ଓ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି। ଏନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫେର ଷ୍ଟେଲି ସୂଚନା ଦେଇଛନ୍ତି। ରୁଷ୍‌-ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନ ଅଧିକ ଅସୁସ୍ଥ ହେବାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ବିଗିଡ଼ିବାରେ ଲାଗିଛି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଷ୍ଟେଲି ଏକ ବ୍ୟକ୍ତିଗତ ସୂଚନା ଲେଖିଥିଲେ। ୨୦୧୬ ଆମେରିକା ନିର୍ବାଚନରେ ରୁଷ୍ ହସ୍ତକ୍ଷେପ କରି ଟ୍ରମ୍ପକୁ ଜିତାଇଥିବା ଷ୍ଟ୍ରେଲି ଉଲ୍ଲେଖ କରିଥିଲେ। ସେହି ସମୟରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ହଇଚଇ ସୃଷ୍ଟି ହୋଇଥିଲା। ଏବେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ତଥ୍ୟ ପ୍ରଘଟ କରିବା ପରେ ଷ୍ଟେଲିଙ୍କୁ ନେଇ ଆହୁରି ଚର୍ଚ୍ଚା। 

ଅନ୍ୟପକ୍ଷେ, ପୁଟିନଙ୍କ ଅବସ୍ଥା ଗୁରୁତର ଥିବା ରୁଷ୍‌ ରାଷ୍ଟ୍ରପତିଙ୍କର ଜଣେ ଏକାନ୍ତ ଅନୁଗତ ମଧ୍ୟ କହିଥିବା ସୂଚନା ମିଳିଛି। ତାଙ୍କୁ ବ୍ଲଡ୍‌ କ୍ୟାନ୍ସର ହୋଇଥିବା ସେ କହିଛନ୍ତି। ଏହି ତଥ୍ୟ ଆମେରିକାର ପତ୍ରିକା ‘ନ୍ୟୁ ଲାଇନ୍ସ’ରେ ପ୍ରକାଶ ପାଇଛି। ଏହାପୂର୍ବରୁ ପୁଟିନଙ୍କର ଅପରେସନ୍‌ ହୋଇଥିବା ନେଇ ଲୋକପ୍ରିୟ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ୍‌ ଏସ୍‌ଭିଆର୍‌ରେ ଦାବି କରାଯାଇଥିଲା।

Advertisment

ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍‌ଙ୍କୁ ବହୁତ କମ୍‌ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା। 

Vladimir Putin Russian President Vladimir Putin Vladimir Putin Health News
Advertisment
Advertisment