Advertisment

Bhubaneswar Metro project: କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜଧାନୀରେ ହେବ ମେଟ୍ରୋ ପ୍ରକଳ୍ପ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବରର ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ନେଇ ବଡ଼ ଅପଡେଟ୍। ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ କେନ୍ଦ୍ରକୁ ଦିଆଯିବ ପ୍ରସ୍ତାବ। କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ ପ୍ରକଳ୍ପ

author-image
Ramakrushna Dakua
Bhubaneswar Metro Rail project soon

Fresh proposal for Bhubaneswar Metro Rail project soon: Urban Development Minister

ପୁଣି ଥରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଚର୍ଚ୍ଚା ଏଇଥିପାଇଁ କାହିଁକି ନା ଆଜି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମେଟ୍ରୋ ପାଇଁ କେନ୍ଦ୍ରକୁ ଦିଆଯିବ ପ୍ରସ୍ତାବ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହାରକୁ  ଯାଇ ସ୍ଥିତି ଅନୁଧ୍ୟାନ କରିବ । ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ । 

Advertisment

ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ଜାଗାରେ ପର୍କିଙ୍ଗ ଅଞ୍ଚଳ ହେବ ଟେକ୍ନିକାଲ କମିଟି ରିପୋର୍ଟ ଦେବ ।  ସାଧାରଣ ଲୋକଙ୍କ ମତାମତ ନିଆଯିବ, ପୁରୁଣା ପ୍ରକଳ୍ପ ବନ୍ଦ ରହିଛି ।  ସେହି ରାସ୍ତା ଟ୍ରାଫିକ ଯାମ ରହୁଛି, ଖାଲି ଟେଷ୍ଟିଙ୍ଗ ବେଳେ କଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା ବୋଲି କହିଛନ୍ତି ମନ୍ତ୍ରୀ । ସେ ଏହା ବି କହିଛନ୍ତି ଯେ, ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ ହୋଇଯାଇ ଥାନ୍ତା ।

କିଛି ଦିନ ତଳେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ହୋଇଥିଲା । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ କରାଯାଇଥିଲା । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଥିଲା ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌। ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି।  

Advertisment
Odisha News Bhubaneswar Odisha Metro Rail Project
Advertisment
Related Articles
Advertisment