• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜର କରିବି କହି ଧୋକା ଦେଲା ପ୍ରେମିକା । ମିଠା ମିଠା କଥା କହି ଟଙ୍କା ଲୁଟି ଚାଲୁଥିଲା । ଆଉ ବିବାହ କରିବେ ବୋଲି ପ୍ରେମିକାର ସବୁ ଡିମାଣ୍ଡ ମଧ୍ୟ ପୂରଣ କରୁଥିଲେ ପ୍ରେମିକ । ଉଭୟ ପକ୍ଷ ଲୋକ ମଧ୍ୟ ସବୁ କଥା ଜାଣିଥିଲେ । ହେଲେ ହଠାତ୍‌ ବଦଳିଗଲା ଘଟଣାକ୍ରମ । ସ୍ୱାର୍ଥ ପୂରଣ ହୋଇଗଲା ପରେ ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କଲା । ତେବେ ଗତକାଲି ବର କନ୍ୟା ବିଦା ହେଉଥିବା ସମୟରେ ରାସ୍ତା ମଝିରେ ଅଟକାଇଥିଲେ ପ୍ରେମିକ । ଲୋକମାନେ କିଛି ବୁଝିବା ପୂର୍ବରୁ ଗାଳି ଗୁଲଜ ଆରମ୍ଭ ହୋଇଗଲା । ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଡାକିନେଲା ଥାନାକୁ ।

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବରାଙ୍ଗ ଗ୍ରାମର ନିସାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ । ସେ ବାସୁଦେବପୁର ଥାନା ଅଧିନସ୍ଥ ଲୁଙ୍ଗା ପଞ୍ଚାୟତର ବାରିକସାହି ଗ୍ରାମର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ପ୍ରେମ କରୁଥିଲେ । ବିବାହ କରିବା ପାଇଁ ସ୍ୱପ୍ନ ବୁଣୁଥିଲେ । ପୁଅ ଝିଅର ପରିବାରଙ୍କ ସହ କଥା ମଧ୍ୟ ହେଉଥିଲେ । ଦୁଇ ଜଣଙ୍କ ବାହାଘର କରିବେ ବେଲି ଝିଅର ବାପା ପୁଅକୁ କଥା ଦେଇଥିଲେ । ଏପରିକି ଝିଅର ବାପା ପୁଅ ପାଖରୁ ଟଙ୍କା ମଧ୍ୟ ନେଇ ଥିବା ଅଭିଯୋଗ କରିଛନ୍ତି ଦୀନବନ୍ଧୁ ।

ଅନ୍ୟପଟେ ପୁଅର ପରିବାର ମଧ୍ୟ ଏସମ୍ପର୍କରେ ଅବଗତ ଥିଲେ । ସବୁକିଛି ଠିକ୍ ଠାକ୍ ଥିଲା, କିନ୍ତୁ ଗତକାଲି ରାତିରେ ହଠାତ ପୁଅ ପାଖକୁ ଖବର ଯାଇଥିଲା, ପ୍ରେମିକା ଅଲଗା ଯାଗାରେ ବାହାଘରେ ହେବାକୁ ଯାଉଛି । ତା’ପରେ ସେ ତୁରନ୍ତ ଫୋନରେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ଆଉ ଏନେଇ ସେ ସାବରଙ୍ଗ ଥାନାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ ।

ଆଜି ସକାଳୁ ବାହାଘର ସାରି ଫେରୁଥିବା ବେଳେ ପ୍ରେମିକ ଦୀନବନ୍ଧୁ ବାରିକ୍ ଇଛାପୁର ଠାରେ ବର ଗାଡ଼ିକୁ ଅଟକାଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲା, ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ିଦେଇଥିଲା ପୋଲିସ । ଝିଅର ବାପା ସୁଶାନ୍ତ ବାରିକ୍ ଓ ପୁଅ ଦିନବନ୍ଧୁ ବାରିକ୍ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ପରେ ବୁଝା ସୁଝା କରି ଉଭୟଙ୍କୁ ଛାଡି ଥିଲା ସାବରଙ୍ଗ ପୋଲିସ।

OTV is now on Whatsapp

Join and get latest news update delivered to you via whatsapp

Join Now