• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାଉଥ୍‌ କୋରିଆର ପର୍ପଲ୍‌ ଆଇଲ୍ୟାଣ୍ଡ 

ଦୁନିଆରେ ଗୋଟେରୁ ଗୋଟେ ସୁନ୍ଦର ସ୍ଥାନ ରହିଛି । ଯାହାକୁ ଦେଖିବାକୁ ପର୍ଯ୍ୟଟକମାନେ ଆସିଥାଆନ୍ତି । କିଛି ସ୍ଥାନ ବେଶ୍‌ ୟୁନିକ ଲାଗେ । ସେହିଭଳି ଏକ ୟୁନିକ ସ୍ଥାନ ରହିଛି ସାଉଥ୍‌ କୋରି‌ଆରେ । ଏହି ସ୍ଥାନ ନିଜ ଭିତରେ ହି ବେଶ୍‌ ନିଆରା ଆଉ ସୁନ୍ଦର । ଆଉ ଏହାକୁ କୁହାଯାଏ ପର୍ପଲ୍‌ ଆଇଲ୍ୟାଣ୍ଡ ।

ଏଠାରେ ଲାଭେଣ୍ଡରର ବିଶାଳକାୟ ବଗିଚା ରହିଛି । ଯେଉଁଠାରେ ବାଇଗେଣୀ ରଙ୍ଗର ଫୁଲ ସହ ଆଉ କିଛି ନିଆରା ଫୁଲ ଆଉ ଏହାକ ପ୍ରାକୃତିକ ସୁନ୍ଦରତା ଆପଣଙ୍କୁ କିଛି ସମୟ ପାଇଁ ଅଟକିଯିବା ପାଇଁ ବାଧ୍ୟ କରିଦେବ । ଏଠାରେ ଆପଣଙ୍କୁ ହୋଟେଲର ରୁମ୍‌ ଠାରୁ ଆରମ୍ଭ କରି ରେସେ୍ତାରାଁ ଓ ଟଏଲେଟ୍‌ ସବୁ କିଛି ପର୍ପଲ କଲରର ମିଳିଯିବ । ଏଠାରେ ସ୍ଥାନୀୟ ଗାଡି ଗୁଡିକ ମଧ୍ୟ ବାଇଗେଣୀ ରଙ୍ଗର । ବାଇଗେଣୀ ରଙ୍ଗର ଘର, ପୋଲ ଏପରିକି ସଡକ ମଧ୍ୟ ଏଠାରେ ବାଇଗେଣୀ ।

ଏଠାରେ ବନବୋଲ ଓ ବାକଜୀ ଆଇଲ୍ୟାଣ୍ଡକୁ ଯୋଡିବା ପାଇଁ ନିର୍ମିତ କାଠର ପୋଲକୁ ମଧ୍ୟ ବାଇଗେଣୀ ରଙ୍ଗରେ ରଙ୍ଗୀନ କରିଦିଆଯାଇଛି । ଏହି ଚେନ୍ସା ବ୍ରିଜ୍‌ ରାତିରେ ଆହୁରି ସୁନ୍ଦର ଲାଗେ । ତେବେ ଏଠାରେ ସବୁକିଛି ପର୍ପଲ୍‌ କାହିଁକି । ଏ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ଏଠାରେ ସ୍ଥାନୀୟ ଲୋକମାନେ ଏହି ସ୍ଥାନକୁ ଟୁରିଷ୍ଟ ସ୍ପଟ୍‌ ବନାଇବାକୁ ନିଷ୍ପତ୍ତି ବନାଇଥିଲେ । ଆଉ ଏହି ନିଷ୍ପତ୍ତିରେ ସରକାର ଲୋକମାନଙ୍କର ସହଯୋଗ କରିଥିଲେ । ଆଉ ଏହି କାମ ପାଇଁ ଏଭଳି ଆଇଲ୍ୟାଣ୍ଡ ବଛାଯାଇଥିସା ଯାହା ଟୁରିଜିମ୍‌ ପ୍ରୋଜେକ୍ଟ ପାଇଁ ଏକଦମ୍‌ ଫିଟ୍‌ ଥିଲା । ଏଠାକାର ଜନସଂଖ୍ୟା ପାଖାପାଖି ୧୦୦ ଥିଲା । ଆଉ ଏହି ସ୍ଥାନରୁ ହି ପର୍ପଲ୍‌ ପ୍ରୋଜେକ୍ଟର ଆଇଡିଆ ଆସିଥିଲା ।

ରିସର୍ଚ୍ଚ ଅନୁଯାୟୀ ଏଠାକୁ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୮୭ହଜାରରୁ ଅଧିକ ଲୋକ ବୁଲିବାକୁ ଆସି ସାରିଛନ୍ତି । ତେବେ ଏହି ସ୍ଥାନର ବାସ୍ତବିକ ନାଁ 'ହେଉଥି ସିନାନ କାଉଣ୍ଟିଙ୍ଗ୍‌' । ଯାହା ଖୁବ୍‌ କମ୍‌ ସମୟରେ ଏକ ସୁନ୍ଦର ଓ ସଫଳ ଟୁରିଷ୍ଟ ହବ୍‌ ହୋଇସାରିଛି । ବତର୍ତ୍ତମାନ ସୁଦ୍ଧା ୨୮ହଜାର ବର୍ଗ ମିଟରରୁ ଅଧିକ ସ୍ଥାନକୁ ବାଇଗଣୀ ରଙ୍ଗରେ ରଙ୍ଗୀନ କରିଦିଆଯାଇଛି । ତେବେ ଏହି ପ୍ରୋଜେକ୍ଟର ସଫଳତାର କାରଣ ଏଠାକାର ସ୍ଥାନୀୟ ଲୋକମାନଙ୍କ ଉତ୍ସାହ ବୋଲି ମଧ୍ୟ କୁହାଯାଏ । ଲୋକମାନେ ଅତି କମ୍‌ ସମୟରେ ଏକ କଷ୍ଟକର କାମକୁ ପୁରା କରିବାରେ ଭରପୁର ସହଯୋଗ ଦେଇଥିଲେ ।

PURPLE ISLAND, SOUTH KOREAPURPLE ISLAND, SOUTH KOREA

ଯଦି ‌ଆପଣଙ୍କୁ  ପର୍ପଲ କଲର ପସନ୍ଦ ତେବେ ଏଠାରେ ଦେଖିବା ପାଇଁ ଓ ଖାଇବା ପାଇଁ ବହୁତ କିଛି ପର୍ପଲ କଲରର ରହିଛି । ଏଠାକାର ରେସ୍ତୋରାଁ ଗୁଡିକ ମଧ୍ୟ ଏହି ଥିମ୍‌କୁ ‌ଆପଣାଇଛନ୍ତି । ଏଠାରେ ଆପଣଙ୍କୁ ବାଇଗଣୀ ପ୍ଲେଟରେ ସେହି ରଙ୍ଗର ଖାଦ୍ୟ ମଧ୍ୟ ପରସା ଯାଇଥାଏ । ଏହି ସ୍ଥାନକୁ ଏକ ପର୍ପଲ୍‌ ହେଭେନ୍‌ ବୋଲି କୁହାଯାଇପାରେ । ‌ଆଗକୁ ମଧ୍ୟ ଏଠାରେ ବାକି ସବୁକଛି ପର୍ପଲ କଲରର କରିବାକୁ ନିଷ୍ପତ୍ତି ନିଆଯାଇଛି । ୪୦ହଜାରରୁ ଅଧିକ ଲାଭେଣ୍ଡର ଗଛ ସହ ହଜାର ହଜାର ଅନ୍ୟ ବାଇଗେଣୀ ରଙ୍ଗର ଗଛ, ବାସଭବନ, ଆଉ ବାକି ଥିବା ସଡକକୁ ମଧ୍ୟ ପର୍ପଲ କଲରରେ ରଙ୍ଗୀନ କରାଯିବ । ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିବ