• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ୟୁକ୍ରେନ୍‌ ଏବଂ ଋଷ୍‌ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ସୋସିଆଲ ମିଡିଆରେ ୟୁକ୍ରେନ୍‌ ନାଗରିକଙ୍କ ହୃଦୟ ବିଦାରକ ଫଟୋ ଭରି ରହିଛି। ୟୁକ୍ରେନ୍‌ର ଏକ ମେଟ୍ରୋ ଷ୍ଟେସନ୍‌ରେ ଏକ ଦମ୍ପତିଙ୍କର ବିଦାୟ ନେଉଥିବା ଭାଇରାଲ୍ ଫଟୋଠାରୁ ଆରମ୍ଭ କରି ବାପା ଏବଂ ଝିଅ ପରସ୍ପରକୁ କାନ୍ଦିବା ଏବଂ ଆଲିଙ୍ଗନ ହେବା ପର୍ଯ୍ୟନ୍ତ ଏହି ଦୃଶ୍ୟ ଲୋକମାନଙ୍କୁ ଚକିତ କରିଦେଇଛି।

ଏଥିସହିତ, ବର୍ତ୍ତମାନ ୟୁକ୍ରେନ୍‌ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ ବୃଦ୍ଧଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। କ୍ୟାଟ୍ରିନା ୟୁଶଚେକୋ ଟ୍ୱିଟରରେ ସେୟାର ହୋଇଥିବା ଏହି ଫଟୋରେ ଜଣେ ବୃଦ୍ଧ ବ୍ୟାଗ ଧରି ଧାଡିରେ ଠିଆ ହୋଇଛନ୍ତି । ସେ ସେନାରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ତାଙ୍କ ବ୍ୟାଗ୍‌ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।

ଏହି ପୋଷ୍ଟ୍‌ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଅଛି ଯେ, "କେହି ଜଣେ ଏହି ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରି ସେନାରେ ଯୋଗଦେବାକୁ କହୁଥିଲେ। ତାଙ୍କ ହାତରେ ଏକ ବ୍ୟାଗ୍ ଥିଲା, ଆଉ ସେହି ବ୍ୟାଗ୍‌ରେ ୨ ଟି-ସାର୍ଟ, ଗୋଟିଏ ପ୍ୟାଣ୍ଟ, ଟୁଥ୍ ବ୍ରଶ୍ ଏବଂ ମଧ୍ୟାହ୍ନ ଭୋଜନ ସହିତ କିଛି ସାଣ୍ଡୱିଚ୍ ଥିଲା। ସେ କହିଛନ୍ତି ଯେ ଏହି ବୃଦ୍ଧ ଜଣଙ୍କୁ ଏପରି ମହନ୍ତା ତାଙ୍କ ନାତି ନାତୁଣୀଙ୍କ ପାଇଁ କରୁଛନ୍ତି।

ଏହି ଖବର ଲେଖା ହେବା ବେଳକୁ ଏହି ଫଟୋକୁ ୨ ଲକ୍ଷରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟ ମିଳିସାରିଥିଲା। ନିଜ ଦେଶ ରକ୍ଷା କରିବା ନେଇ ଏହି ବୃଦ୍ଧ ଜଣଙ୍କ ଯେଉଁ ସାହସିକତା ଦେଖାଇଛନ୍ତି, ତାଙ୍କ ଦେଶ ପ୍ରେମକୁ ଦେଖି ଲୋକମାନେ ପ୍ରଶଂସା କରିବାକୁ ନିଜକୁ ଅଟକାଇ ପାରି ନାହାନ୍ତି।