Advertisment

Tips and Tricks: ବଳକା ଅଟାକୁ ଫ୍ରିଜ୍ ନୁହେଁ, ଏମିତି ରଖନ୍ତୁ; ରହିବ ପୂରା ଫ୍ରେସ୍

ଗହମ ଅଟାରେ ତିଆରି ଗୋଲାକାର ଏବଂ ନରମ ପତଳା ରୁଟି ସହିତ ଡାଲି ହେଉ କି ସନ୍ତୁଳା ବା ପନିପରିବା ଭଜା ଖୁବ୍ ସ୍ୱାଦିଷ୍ଟ ଲାଗେ। ରୁଟିକୁ ନରମ କରିବାକୁ ହେଲେ ଅଟାରେ ସଠିକ୍ ପରିମାଣର ପାଣି ବ୍ୟବହାର ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Follow these steps to reuse the kneaded dough

Follow these steps to reuse the kneaded dough

ଭାରତରେ ଅଧିକାଂଶ ଘରେ ସକାଳେ ଏବଂ ରାତିରେ ଗହମ ଅଟାର ରୁଟି ଖିଆଯାଏ। ଗହମ ଅଟାରେ ତିଆରି ଗୋଲାକାର ଏବଂ ନରମ ପତଳା ରୁଟି ସହିତ ଡାଲି ହେଉ କି ସନ୍ତୁଳା ବା ପନିପରିବା ଭଜା ଖୁବ୍ ସ୍ୱାଦିଷ୍ଟ ଲାଗେ। ରୁଟିକୁ ନରମ କରିବାକୁ ହେଲେ ଅଟାରେ ସଠିକ୍ ପରିମାଣର ପାଣି ବ୍ୟବହାର ଜରୁରୀ।

Advertisment

ତେବେ ଅଟା ଚକଟିବାର ଏକ କଳା ମଧ୍ୟ ଅଛି। ଅଟାକୁ ଯେତେ ଭଲ ଭାବେ ଦଳାଯାଏ ରୁଟି ସେତେ ଭଲ ହୋଇଥାଏ। ନରମ ଏବଂ ଭଲଭାବେ ଫୁଲିଥିବା ରୁଟି ଖାଇବାକୁ ଖୁବ୍ ଭଲ ଲାଗେ। କିନ୍ତୁ ଅଧିକାଂଶ ମହିଳା ଅଭିଯୋଗ କରନ୍ତି ଯେ ଚକଟା ହୋଇ ରହିଥିବା ଅଟାକୁ ରଖିବା ପରେ ଏହା ଟାଣ ହୋଇଯାଉଛି କିମ୍ବା ଶୁଖିଯାଉଛି।

ଏମିତି ଅବସ୍ଥାରେ ରୁଟି ମଧ୍ୟ ନରମ ହେଉନି କି ଫୁଲୁ ନାହିଁ। ସେହିପରି ଚକଟା ଅଟାକୁ କିଛି ସମୟ ରଖିବା ପରେ ରୁଟି ମଧ୍ୟ ଠିକରେ ଗୋଲ ହେଉନି। ଏପରି ପରିସ୍ଥିତିରେ ମହିଳାମାନେ କେବଳ ସେତିକି ଅଟା ଦଳନ୍ତି ଯେତିକି ଆବଶ୍ୟକ ହୋଇଥାଏ। କିନ୍ତୁ ବେଳେବେଳେ ଆବଶ୍ୟକତାଠାରୁ ଅଧିକ ଅଟା ମଧ୍ୟ ଚକଟି ହୋଇଯାଏ।

Advertisment

ଏଭଳି ପରିସ୍ଥିତିରେ ବଳକା ଚକଟା ଅଟାକୁ ରଖିବାକୁ ମଧ୍ୟ ପଡେ। କିନ୍ତୁ ଏହି ଅଟାରେ ଭଲ ରୁଟି ହୁଏ ନାହିଁ ବୋଲି ଅଧିକାଂଶ ମହିଳାଙ୍କ ଚିନ୍ତା। କିନ୍ତୁ ଏମିତି କିଛି ସହଜ ଟିପ୍ସ ଅଛି, ଯାହାକୁ ଚେଷ୍ଟା କରି ଆପଣ ଚକଟା ଅଟାକୁ ଅଧିକ ସମୟ ସତେଜ ରଖିପାରିବେ। ଏହା ଦ୍ୱାରା ଆପଣଙ୍କର ରୁଟି ମଧ୍ୟ ଫୁଲିବ ଆଉ ନରମ ବି ହେବ। ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ କ’ଣ ଜାଣିବା।

ପାଣି ବ୍ୟବହାର:

ଅଟା ଅଧିକ ଅଛି ନା କମ ତାହା ଦେଖିବା ଜରୁରୀ। ଏହାକୁ ଚକଟିବା ସମୟରେ ଅଧିକ ପାଣି ବ୍ୟବହାର କରନ୍ତୁ ନାହିଁ। କମ୍ ପାଣି ବ୍ୟବହାର କରି ଅଟାକୁ ଭଲଭାବେ ଚକଟିବାକୁ ଚେଷ୍ଟା କରନ୍ତୁ। ଅତ୍ୟଧିକ ପାଣିଆ ଅଟା ଅଧିକ ସମୟ ରହିପାରେ ନାହିଁ ଏବଂ ନଷ୍ଟ ହୋଇଯାଏ। ଯଦି ଅଟା ଅତ୍ୟଧିକ ପାଣି ହୋଇଯାଏ ତେବେ ସେଥିରେ କିଛି ଶୁଖିଲା ଅଟା ମିଶାଇ ଚକଟନ୍ତୁ।

ତେଲ ବ୍ୟବହାର:

ଅଟାକୁ ଚକଟିବାବେଳେ ସେଥିରେ କିଛି ତେଲ କିମ୍ବା ଘିଅ ମିଶାନ୍ତୁ। ଏହା କରିବା ଦ୍ୱାରା ରୁଟି ଅଧିକ ସମୟ ପାଇଁ ନରମ ହୋଇ ରହିଥାଏ।

ଉଷୁମ ପାଣି ବ୍ୟବହାର:

ଅଟା ଚକଟିବା ସମୟରେ ସାଧାରଣ ପାଣିର ତ ବ୍ୟବହୃତ ହୁଏ, କିନ୍ତୁ ସାଧାରଣ ପାଣି ବଦଳରେ ଉଷୁମ ପାଣି ବ୍ୟବହାର କରନ୍ତୁ। ଏହା ଅଟାକୁ ନରମ କରିଥାଏ। ଏହା ବ୍ୟତୀତ କ୍ଷୀର ଦେଇ ମଧ୍ୟ ଅଟାକୁ ଚକଟି ପାରିବେ।

ରଖିବା ପାଇଁ ଟିପ୍ସ:

  • ଯଦି ଚକଟା ଅଟା ବଳିଯାଏ ଲୋକମାନେ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତୁ। ତେବେ ଏହାକୁ ଫ୍ରିଜରେ ନ ରଖି ଏକ ଏୟାର ଟାଇଟ୍ ପାତ୍ରରେ ରଖନ୍ତୁ।
  • ବଳକା ଅଟାରେ ଘିର କିମ୍ବା ତେଲ ମାରନ୍ତୁ, ତା’ପରେ ଏହାକୁ ଏକ ଏୟାର ଟାଇଟ୍ ପାତ୍ରରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖନ୍ତୁ।
  • ବଳକା ଅଟାକୁ ପ୍ଲାଷ୍ଟିକ ରାପ୍ କିମ୍ବା ଆଲୁମିନିୟମ ଫଏଲ୍‌ରେ ମଧ୍ୟ ଗୁଡାଇ ଏହାକୁ ଏକ ଏୟାର ଟାଇଟ୍ ପାତ୍ରରେ ରଖିପାରିବେ।
Tips And Trick
Advertisment
Advertisment