Papaya Health Issue

ଗର୍ଭବତୀ ମହିଳା: ମହିଳାମାନେ ଗର୍ଭବତୀ ଥିବା ସମୟରେ ଅମୃତଭଣ୍ଡା ଖାଇବା ଅନୁଚିତ। ବିଶେଷକରି କଞ୍ଚା ଅମୃତଭଣ୍ଡା ଖୁବ୍ ହାନିକାରକ। ଏମିତିକି ଗର୍ଭପାତ ହେବାର ଆଶଙ୍କା ଉପୁଜିପାରେ।

କମ୍ ଶର୍କରା: ଯେଉଁମାନଙ୍କ ଶରୀରରେ କମ୍ ଶର୍କରା ରହିଥାଏ। ସେମାନେ ଅମୃତଭଣ୍ଡା ଖାଇବା ଅନୁଚିତ। କାରଣ ଅମୃତଭଣ୍ଡାରେ ଥିବା ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଗ୍ଲୁକୋଜ କରୁଥିବା ଗୁଣ ରକ୍ତର ଶର୍କରା କମାଇଦେଇଥାଏ।

ଅନିୟମିତ ହୃଦ୍‌ସ୍ପନ୍ଦନ: ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନରେ ଅନିୟମିତତା ଦେଖା ଦେଉଥାଏ, ଅମୃତଭଣ୍ଡା ସେମାନଙ୍କ ପାଇଁ ଖୁବ୍ ହାନିକାରକ।

ଆଲର୍ଜି ସମସ୍ୟା: ଆଲର୍ଜି ସମସ୍ୟା ରହିଥିବା ବ୍ୟକ୍ତିମାନେ ଅମୃତଭଣ୍ଡାଠାରୁ ଦୂରେଇ ରହିବା ଉଚିତ। କାରଣ ଏଥିରେ ଥିବା ଚିଟିନାସେସ୍ ନାମକ ଏନ୍‌ଜାଇମ ଆଲର୍ଜି ପ୍ରତିକ୍ରିୟାର କାରଣ ସାଜିଥାଏ।

କିଡ୍‌ନୀରେ ପଥର : ଅମୃତଭଣ୍ଡା ଖାଇବା ଦ୍ୱାରା କିଡ୍‌ନୀରେ ପଥର ସମସ୍ୟା ଗମ୍ଭୀର ହୋଇଥାଏ।