• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bus
ଆଜିଠୁ ଗଡ଼ିଲା ଘରୋଇ ବସ୍

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍‌ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି। ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ ପୂର୍ବରୁ ବସ୍‌କୁ […]

telangana
୧୨୦ ଫୁଟ୍ ଗାତରେ ଗଳି ପଡ଼ିଲା ୩ ବର୍ଷର ଶିଶୁ

ହାଇଦ୍ରାବାଦ: ୧୨୦ ଫୁଟ୍ ଗାତରେ ଗଳି ପଡ଼ିଲା ୩ ବର୍ଷର ଶିଶୁ ପୁତ୍ର। ତେଲେଙ୍ଗାନା ମେଡକ୍ ଜିଲ୍ଲାର ପୋଡଚନ୍‌ପଲ୍ଲୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁଟି ଖେଳୁଥିବାବେଳେ ବୋର୍‌ୱେଲ୍‌ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ବିଲରେ ପାଣି ମଡ଼ାଇବା ପାଇଁ ଗୋବର୍ଦ୍ଧନ ନାମକ […]

91421093_3110305529059371_5797060119829151744_n
ବରଗଡ଼ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବରପାଲି ବ୍ଲକ୍‌ ଅଞ୍ଚଳର। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

electricity
ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର […]

Capture-11
ହୃଦୟ ବିଦାରକ: ମୃତ ମା’ଙ୍କୁ ଉଠାଇବା ପାଇଁ ଚେଷ୍ଟା କରୁଛି କଅଁଳ ଶିଶୁ

ପାଟନା: ବିହାରର ମୁଜାଫରପୁର୍‌ ରେଲ୍‌ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଦୁନିଆ କ’ଣ ଭଲ ଭାବରେ ଜାଣି ନ ଥିବା ଏହି କଅଁଳ ଶିଶୁ ତା’ର ମୃତ ମା’ଙ୍କୁ ଉଠାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ବିନା ଖାଦ୍ୟପେୟ ଓ ପ୍ରବଳ ଗରମରେ ଗୁଜରାଟରୁ ଆସି ନିଜ ଗନ୍ତବ୍ୟସ୍ଥଳ ବିହାରର ମୁଜାଫର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ମହିଳା […]

electrocution
ବିଦ୍ୟୁତ୍‌ ନେଲା କୁନି ଝିଅର ଜୀବନ

ଭଦ୍ରକ: ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଚକ୍ରଧର ମଲ୍ଲିକଙ୍କ ୫ ବର୍ଷର ଝିଅ ଆଜି ସକାଳେ ନିଜ ବାଡ଼ିରେ ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହାପରେ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ […]

odisha
ଗାଁ ମୁଖିଆଙ୍କୁ ହତ୍ୟା କରି ଶବ ଜଗିଲା ହତ୍ୟାକାରୀ

ଉମରକୋଟ: ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗିରହିଲା ହତ୍ୟାକାରୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହଳଦୀ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକଙ୍କ ନାଁ ମିନିଚାନ୍ଦ ଚୌହାନ। ପୁଲିସ୍‌ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ବହୁ ବର୍ଷ ତଳେ ହିରଣ୍ୟ ଜମାଦାରପଡ଼ା ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ବିବାହ ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ […]

odisha
ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି

ବରଗଡ଼: ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସ୍‌ପି ପଦ୍ମିନୀ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି। ଜଣେ ଅଜଣା ବ୍ୟକ୍ତି ଫେସ୍‌ବୁକ୍‌ରେ ଏହି ଫେକ୍‌ ଆକାଉଣ୍ଟ୍‌ କରି ଏହାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଜଣକ ଫେକ୍‌ ଆକାଉଣ୍ଟ୍‌ରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ […]

locust
ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ ! କୃଷକମାନଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: କରୋନା ସଙ୍କଟ ଦେଇ ରାଜ୍ୟ ଏବେ ଗତି କରୁଛି। ନିକଟରେ ବାତ୍ୟା ଅମ୍ପନ୍‌ ଆସି ଏହି ସଙ୍କଟକୁ ଆହୁରି ଦ୍ୱିଗୁଣିତ କରି ଦେଇଥିଲା। ଏସବୁ ଭିତରେ ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ। ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ। ବିଶେଷ କରି କୃଷକମାନଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ OUAT ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଏନେଇ କୃଷି […]

actress
ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘କ୍ରାଇମ୍‌ ପାଟ୍ରୋଲ୍‌’ରେ ଅଭିନୟ କରିଥିବା ପ୍ରେକ୍ଷା ମେହତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସ୍ଥିତ ତାଙ୍କ ଘରେ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ୨୫ ବର୍ଷୀୟ ପ୍ରେକ୍ଷାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ କୌଣସି କାମ ନ ମିଳିବାରୁ ସେ ଚିନ୍ତାରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ‘କ୍ରାଇମ୍‌ […]

vlcsnap-error152
ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍‌ ହୋଇଥିଲା। କାଲିଠାରୁ ICUରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି। ଗତ ୩-୪ ମାସ ହେବ ସେ ଡାଇବେଟିସ୍ […]