• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

assam
ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୁଆହାଟୀ: ମିଜୋରାମ ସୀମାରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ରରୂପ ନେଉଛି। ଗତକାଲି ମିଜୋରାମର କୋଲସିବ ଜିଲ୍ଲା ଓ ଆସାମର କଚର ଜିଲ୍ଲାର ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲ॥ ଉଭୟପକ୍ଷ ପରସ୍ପରର ଘର ପୋଡିଦେବା ସହ ଆକ୍ରମଣ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରାଳୟକୁ […]

daud
କେରଳ ସୁନା ସ୍ମଗଲିଂ ସହ ରହିଛି ଆତଙ୍କୀ ଲିଙ୍କ୍‌-NIA

ଥିରୁଅନନ୍ତପୁରମ‌: କେରଳ ସୁନା ସ୍ମଗଲିଂ ମାମଲାରେ ରହିଛି ଆତଙ୍କୀ ଲିଙ୍କ୍। ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମଙ୍କ ସହ ରହିଛି ସୁନା ସ୍ମଗଲିଂରେ ସାମିଲ ଥିବା ଅଭିଯୁକ୍ତଙ୍କ ସମ୍ପର୍କ। ଆଜି ଏନେଇ ସ୍ପେଶାଲ୍ କୋର୍ଟକୁ ଜଣାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA। ଅଭିଯୁକ୍ତ କେ.ଟି. ରମେଶ ଏବଂ ସରାଫୁଦ୍ଦିନଙ୍କର ସିଧାସଳଖ ଦାଉଦ୍ ସହ ସମ୍ପର୍କ ରହିଛି । ବହୁବାର ଉଭୟେ ଦାଉଦକୁ ଦେଖା କରିଛନ୍ତି। ତାଞ୍ଜାନିଆରେ ଉଭୟଙ୍କ ମଧ୍ୟରେ ବୈଠକ ବି ହୋଇଛି। ଏନେଇ NIA ଆଜି କୋର୍ଟରେ […]

lockdown
ବଢୁଛି କରୋନା କୋପ; ଏହି ଦେଶରେ ପୁଣି ଲାଗିଲା କର୍ଫ୍ୟୁ

ପ୍ୟାରିସ:କରୋନା ସଂକ୍ରମଣ ରୋକିବାକୁ ଫ୍ରାନସର ପ୍ୟାରିସ ସମେତ ବିଭିନ୍ନ ସହରରେ ପୁଣି କର୍ଫ୍ୟୁ  ଜାରି କରାଯାଇଛି । ଆସନ୍ତା ଶନିବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବା । ୪ ସପ୍ତାହ ପାଇଁ ଏହି କଟକଣା ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଘୋଷଣା କରିଛନ୍ତି । ସୂଚନା ଥାଉ କି, ଫ୍ରାନ୍ସରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି। ଏହା ସମସ୍ତଙ୍କ ପାଇଁ ମାରାତ୍ମକ ହୋଇପାରେ । ଏଥିପାଇଁ ଆମ […]

odisha
ପୁଅକୁ ମାରି ବାଡ଼ି ପଛ ପଟେ ପୋତିଲା ବାପା

ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ […]

train
ବଢ଼ିଲା ଆଗୁଆ ରିଜର୍ଭେସନ୍‌ ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ଅବଧି

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍‌ ଓ ସ୍ୱତନ୍ତ୍ର ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍ ଗୁଡିକର ଆଗୁଆ ରିଜର୍ଭେସନ୍‌ ଟିକେଟ୍‌ ବୁକିଂ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। Indian Railways has decided that for all trains notified to run, the advance reservation period (ARP) shall be […]

short circuit
ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ୩ ମୃତ

ବ୍ରହ୍ମପୁର: ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କ ସଭାପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଜଣେ ସମ୍ପର୍କୀୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଅଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଅଲେଖଙ୍କ ଘରେ ଏହି ଅଗ୍ନିକାଣ୍ଡ […]

odisha cm
ଶନିବାର ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ମେ ୩୦ ତାରିଖ ଅର୍ଥାତ୍‌ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ। ଯାହା ଆମ କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ […]

bijay-mohanty-1
ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା ବିଜୟ ମହାନ୍ତିଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ […]

bijay mohanty
ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ସେ ଅସୁସ୍ଥ ଥିବା ନେଇ ଗତକାଲି ଖବର ଆସିଥିଲା। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଦେଇ କହିଛନ୍ତି, ‘ତାଙ୍କ(ବିଜୟ ମହାନ୍ତି) ସ୍ୱାସ୍ଥ୍ୟାବସ୍ଥା ଟିକେ ସୁଧୁରିଛି। ଏବେ ବି ସେ ICUରେ ଅଛନ୍ତି ଓ ଅକ୍ସିଜେନ୍‌ ଚାଲୁ […]

odisha
ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର ଝିଅ

ସୁକ୍‌ମା: ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର କୁନି ଝିଅ। ମହାମାରୀ କରୋନାକୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୁକ୍‌ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। […]

bus 1
ଜୁନ୍ ୧ ସୁଦ୍ଧା ରାଜ୍ୟରେ ବସ୍ ଚଳାଚଳ‌ ସ୍ୱାଭାବିକ ହୋଇପାରେ

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି। ହେଲେ ବସ୍ ଚଳାଚଳ ସ୍ୱାଭାବିକ ନ ଥିବା ଦେଖିବାକୁ ମିଳିଛି। କେଉଁଠି ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଅଛି, ହେଲେ ଯାତ୍ରୀ ନାହାନ୍ତି। ଆଉ କେଉଁଠି ଯାତ୍ରୀ ବସ୍‌କୁ ଅପେକ୍ଷା କରିଛନ୍ତି ହେଲେ ବସ୍ ନାହିଁ। ବସ୍ ଚଳାଚଳ ସ୍ୱାଭାବିକ ନ ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଧୀରେ ଧୀରେ ବସ୍ ଚଳାଚଳ […]

odisha
କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ମର୍ଡର !

ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ […]