୨୪ ଘଂଟାରେ ରାଜ୍ୟରେ କରୋନା ନେଇଛି ୧୫ ମୁଣ୍ଡ। ରାଜ୍ୟରେ କରୋନାରେ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ ମୃତ ହୋଇଛି
ବାଉଁଶରୁ ତିଆରି ସାମଗ୍ରୀର ଘରେ ରହିଛି ବେଶ ଚାହିଦା। କାହିଁ କେତେ ବର୍ଷରୁ ବାଉଁଶ ସାମଗ୍ରୀ ଘରେ ବ୍ୟବହାର ହେଉଛି। ହେଲେ ପ୍ରୋତ୍ସାହନ କମିବା ସହ ସରକାରୀ ବ୍ୟବସ୍ଥାର ଅଣ ଦେଖା ଏବେ ବାଉଁଶ କାରିଗରଙ୍କୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ କରୁଛି।
ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।
ଦିଲ୍ଲୀରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୪୩ ଜଣ ୫ ସପ୍ତାହ ପରେ ମୁମ୍ବାଇରେ ଚିହ୍ନଟ ହେଲେ କମ ଆକ୍ରାନ୍ତ ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ…
ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍। ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗିବ। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ
ଆଜିଠୁ ତିନି ଦିନ ଯାଏ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ
ରାଜ୍ୟରେ ଥମିବାର ନାଁ ନେଉନି କରୋନା। ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ।
ପଶ୍ଚିମବଙ୍ଗ ନିର୍ବାଚନରେ ମହିଳା ଭୋଟରଙ୍କ ବଳରେ ବିଜୟୀ ହୋଇ କ୍ଷମତାକୁ ପୁଣି ଫେରିଛି ଟିଏମସି। ସବୁ ଦଳ, ବଳ ଓ କୌଶଳ ଲଗାଇ ବି ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି ବିଜେପି। ଦଳର ବହୁ ଦିଗଜ ନେତାଙ୍କୁ ବି ପରାଜୟର ମୁହଁ ଦେଖିବାକୁ ପଡିଛି।
ବୃତ୍ତିରେ ସେ ଜଣେ ସାଧାରଣ ଅଟୋ ଚାଳକ। ଛୋଟ ଅଟୋଟି ତାଙ୍କ ସମ୍ପତ୍ତି। ଆଉ ତାଙ୍କ ଝାଟିମାଟି କୁଡ଼ିଆ ଘରଟି ତାଙ୍କର ସାଥୀ। ଘର ମଣିଷ ସିନା ମାମୁଲି, ହେଲେ ଏବେକା କରୋନା କାଳରେ ତାଙ୍କ କାମ କିନ୍ତୁ କେଉଁ ସମ୍ମୁଖ କରୋନା ଯୋଦ୍ଧାଠୁ କମ୍ ନୁହେଁ।
କଥାରେ ଅଛି ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ। ଏକଥା ଆମେ ଏଥିପାଇଁ କହୁଛୁ, କରୋନାକୁ ନେଇ ଲୋକେ ଯେତିକି ସଚେତନ ନୁହଁନ୍ତି, ଲକଡାଉନ୍ ନେଇ ତାଠୁ ଅଧିକ ଆତଙ୍କିତ ହୋଇ ହାଟ ବଜାରରେ ଗହଳି ବଢାଉଛନ୍ତି। ଦିନକ ପରେ ଆରମ୍ଭ ହେବ ୧୪ ଦିନିଆ ଲକଡାଉନ୍।
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ? ବଙ୍ଗରେ ବିଜେପି କ୍ଷମତା ହାସଲ କରିନଥିଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ସହିତ ୩୮ ପ୍ରତିଶତ ଭୋଟ୍ ପାଇଛି। ଆସାମରେ ପୁଣି ଥରେ କ୍ଷମତାକୁ ଫେରିଛି ଦଳ।
ଅଗରତାଲା : ପଶ୍ଚିମ ତ୍ରିପୁରା ଜିଲ୍ଲାର ଏକ ବିବାହ ହଲରେ ପ୍ରବେଶ କରି ବିବାହରେ ଜଡିତ ବର, ପଣ୍ଡିତ ଏବଂ ଅନ୍ୟ ଅତିଥିମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଶୈଳେଶ କୁମାର ଯାଦବଙ୍କୁ ମହଙ୍ଗା ପଡିଲା। ବିବାହ…
ପିପିଲି: ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ…
ଭୋପାଲ : କରୋନା ଜନତା କର୍ଫ୍ୟୁ ତଥା ଲକଡାଉନ୍ ବର୍ତ୍ତମାନ ମଧ୍ୟପ୍ରଦେଶର ଜବଲପୁର ସମେତ ସାରା ମଧ୍ୟପ୍ରଦେଶରେ ଲାଗୁ ହୋଇଛି। କିନ୍ତୁ କିଛି ଲୋକ ସେମାନଙ୍କ ପାଗଳାମିରୁ ନିବୃତ୍ତ ହେବାକୁ ଚାହୁଁ ନ ଥିବା ଦେଖିବାକୁ ମିଳୁଛି। ବିବାହ ଉତ୍ସବ ବା…
ନୂଆଦିଲ୍ଲୀ: ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍। ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା ବୋଲି ସେରମ୍ କହିଛି। କରୋନା ମହାମାରୀର ଭୟଙ୍କର ବୃଦ୍ଧିକୁ ଦେଖି ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି।…
ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାକୁ ନେଇ ଏମ୍ସ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା। ଅଯଥାରେ ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଲେ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ; କ୍ୟାନସର ହେବାର ବିପଦ ରହିଛି ବୋଲି ମଧ୍ୟ ସେ ସୂଚନା…
କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି
ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିବ। କରୋନା ଡ୍ୟୁଟିରେ ନିୟୋଜିତ ହେବେ MBBS ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କ ରିଲିଜ୍ ହୋଇଥିବା ଫିଲ୍ମ ‘ପଗଲୈଟ୍’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଏହି ସମୟରେ ସାନ୍ୟା ତାଙ୍କ ବିବାହ ପ୍ରସଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ…
ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଙ୍ଗ ଧରିଥିଲେ ବି ମମତା ଲ୍ୟାଣ୍ଡ ସ୍ଲାଇଡ୍ ଭ୍ରିି ହାସଲ କରିଛନ୍ତି। ଏଣୁ ଆଞ୍ଚଳିକ ଦଳଗୁଡ଼ିକର ସାରା ଦେଶରେ ପ୍ରଭାବ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି