• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
ଏଥର ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ଦିନକରେ ଓଡ଼ିଶାରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୦୧୭୭୭ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଆଜି କଟକରୁ ସର୍ବାଧିକ ୧୦୮ ଜଣ  ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡ଼ାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, […]

  • Thursday, 01 July 2021
punishment
ଦୁଷ୍କର୍ମକାରୀକୁ ୨୦ ବର୍ଷର ସଜା ସହ ୧୫ ହଜାର ଟଙ୍କା ଜରିମାନା

ନୂଆପଡ଼ା: ୨୦୧୮ ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି। ୨୦୧୮ରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ବାଇକରେ ଆଣି ଗାଁ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଗତକାଲି […]

  • Thursday, 01 July 2021
୧,୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୋଲିସ୍‌ ବାବୁ

ଭୁବନେଶ୍ୱର: ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଧଉଳି ଥାନା ASI ତୋଫାନ୍ ଗୁରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏକ ମାମଲାକୁ ରଫାଦଫା ପାଇଁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ। ସୂଚନାଥାଉ କି, ବାଲି ପକାଇବାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ଏହି ସମୟରେ ସେ […]

  • Thursday, 01 July 2021
ବ୍ରାଉନସୁଗର ମୋହରେ BMC ଠିକା କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବିଏମ୍‌ସି ଠିକା କର୍ମଚାରୀଙ୍କ ସମ୍ପୃକ୍ତି। ବ୍ରାଉନସୁଗର ମୋହରେ ପଡ଼ିଥିବା ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) ଜଣେ ଠିକା ପିଅନ ଦିଲୀପ ବେହେରାଙ୍କଠାରୁ ୭.୫ ଗ୍ରାମ ବ୍ରାଉନସୁଗର ପୋଲିସ୍ ଜବତ କରିଛି‌। ଏହା ସହ ତାଙ୍କ ନିକଟରୁ ୪୨ ହଜାର ଟଙ୍କା, ୫ଟି ମୋବାଇଲ, ୪୦ ଗ୍ରାମ ସୁନା, ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ସବୁଠାରୁ ବଡ଼କଥା ହେଲା, ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ସୂଚନା ଦେଇଛି ଲିଙ୍ଗରାଜ ପୋଲିସ୍‌। ଦିଲୀପ ବିଏମ୍‌ସି […]

  • Thursday, 01 July 2021
ବାଇକ୍‌ରେ ଯାଉଥିଲେ, ପୋଲ ବାଡ଼ାରେ ପିଟି ହୋଇ ନାଳକୁ ଖସି ପଡ଼ିଲେ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏକ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ଯଦୁମଣି ପାଟଣାର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍‌ରେ ରେଢ଼ାଖୋଲ ସ୍ଥିତ‌ ଘରକୁ ଫେରୁଥିଲେ। […]

  • Thursday, 01 July 2021
corona-1
ଖୋର୍ଦ୍ଧାରେ ଥମୁନି କରୋନା ସଂକ୍ରମଣ; ଆଜି ପୁଣି ଚିହ୍ନଟ ହେଲେ ୧୨୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୯୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୯ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଚିନ୍ତା ବଢାଇଛି ଖୋର୍ଦ୍ଧା। କିଛି ଦିନ ସଂକ୍ରମଣ କମିବା ପରେ ଏବେ ଲଗାତାର ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି  ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୬ ଆକ୍ରାନ୍ତ ଚିହ୍ନଟ […]

  • Thursday, 01 July 2021
download
୨୪ ଘଣ୍ଟାରେ ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୫୯୨  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ବି ଆଗରେ ରହିଛି। ଆଜି ଏଠାରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛରେ ଅଛି ସମ୍ବଲପୁର। ଏଠାରେ ଆଜି ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଭୁବନେଶ୍ୱରରେ ୨ ଜଣଙ୍କର […]

  • Thursday, 01 July 2021
କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି

କଟକ: କଟକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା IIFL ନାମକ ଏହି ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ IIFL ଫାଇନାନ୍ସ କମ୍ପାନୀରୁ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି। ଏହି ଲୁଟ୍‌ରେ ୪ ଜଣ ଦୁର୍ବୃତ୍ତ ସାମିଲ ଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୧୦ କୋଟିରୁ ଅଧିକ ଟଙ୍କା ଓ ଅଳଙ୍କାର […]

  • Thursday, 01 July 2021
ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀରେ ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା।‌ ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି। ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ […]

  • Thursday, 01 July 2021
money
ଜବତ ହେଲା ୧୦ ଲକ୍ଷ ଟଙ୍କା, ସୁନା ଗହଣା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡାରେ ୩୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଲୁଟ୍‌ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ କୁଚିଣ୍ଡା ପୋଲିସ୍‌ ଗିରଫ କରିଛି। ଗିରଫ ଲୁଟେରାଙ୍କ ଠାରୁ ୧୦ ଲକ୍ଷ ୯ ହଜାର ଟଙ୍କା ସହ କିଛି ସୁନାଗହଣା ଜବତ ହୋଇଛି। ସେମାନଙ୍କ ନିକଟରୁ ଲୁଟ୍ ବେଳେ ବ୍ୟବହାର ହୋଇଥିବା କଟୁରୀ, ଛୁରା, ୭ଟି ବାଇକ୍, ୮ଟି ମୋବାଇଲ, ଗୋଟିଏ କାର୍ ଜବତ ହୋଇଛି। ଡକାୟତି ଘଟଣାରେ ମୋଟ ୧୧ ଜଣଙ୍କ ସଂପୃକ୍ତି ଥିବା ଏକ […]

  • Thursday, 01 July 2021
odisha cm
ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପଡ଼ୋଶୀ ରାଜ୍ୟ ସହିତ ଥିବା ସୀମା ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ସୀମା ବିବାଦ ରହିଛି। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ଏହାର ସମାଧାନ ହୋଇପାରିବ। ଏଥିପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ବିଧାୟକଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହିତ […]

  • Thursday, 01 July 2021
jya narayana mishara
ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏମିତି କହିଲେ ବିଜେପି ନେତା

ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ଏଥିସହ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ […]

  • Thursday, 01 July 2021
ood
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା। ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ […]

  • Thursday, 01 July 2021
bhubaneswar fog
୭ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ସତର୍କ ସୂଚନା କଲା ପାଣିପାଗ କେନ୍ଦ୍ର। ଘନ କୁହୁଡ଼ି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୱାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିସବୁ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦେଖାଯିବ। ସେହିପରି ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି […]

  • Thursday, 01 July 2021
3
ସମାଧାନ ହେବ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ

ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ […]

  • Thursday, 01 July 2021
hajat mrutyu
ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ପୁରୀ ହସ୍ପିଟାଲ ସାମ୍ନାରେ ପୋଲିସ ସହ ସାଧାରଣ ଜନତା ଏବଂ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ। ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୋଲିସ। ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ ସହ […]

  • Thursday, 01 July 2021
helmt
ଏଣିକି ହେଲ୍‌ମେଟ୍‌ ନପିନ୍ଧିଲେ ଲାଇସେନ୍ସ ବାତିଲ୍, ଦେବାକୁ ପଡ଼ିବ ଫାଇନ୍

ଭୁବନେଶ୍ୱର: ରାଜ୍ୟରେ ହେଲମେଟ ନିୟମ ଏଣିକି କଡାକଡି କରାଯିବ। ସୁପ୍ରିମ କୋର୍ଟ କମିଟିଙ୍କ ଉଦବେଗ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ହେଲମେଟ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ନେଇ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ତାକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପୋଲିସ ମହାନିର୍ଦ୍ଦେଶକ ଓ ପରିବହନ କମିସନରଙ୍କୁ ଏ ସଂପର୍କରେ ଏକ […]

  • Thursday, 01 July 2021
tara-bahini-pati
ବିଧାନସଭା ଲାଗି ଶାସକ ବିଜେଡି ଏବଂ କଂଗ୍ରେସର ବୈଠକ ଶେଷ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଲାଗି ଶାସକ ବିଜେଡି ଦଳ ବୈଠକ ଶେଷ ହୋଇଛି। ଆସନ୍ତା ଅଧିବେଶନରେ ଗୃହରେ ୧୦ଟି ବିଲ୍ ଆସିବା ନେଇ ବୈଠକ ପରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ। ତା ସହିତ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି ବିକ୍ରମ ଆରୁଖ କହିଛନ୍ତି। ଅନ୍ୟପଟେ ବିଧାନସଭା ଅଧିବେଶନ ଲାଗି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଶେଷ ହୋଇଛି। ବୈଠକରେ ଆସନ୍ତା ଅଧିବେଶନରେ ଦଳର ରଣନୀତିକୁ ନେଇ […]

  • Thursday, 01 July 2021
coronavirus
ଦିନକରେ ସୁସ୍ଥ ହେଲେ ୧୦୧୯ କରୋନା ରୋଗୀ; ଏହି ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୧୦୨, ଖୋର୍ଦ୍ଧା- ୯୫, ଅନୁଗୁଳ- ୭୫, କେନ୍ଦ୍ରାପଡ଼ା- ୫୯ ଜଣ […]

  • Thursday, 01 July 2021
curruption
ଘର ନାଁରେ ଘୋଟାଲା, ନିରୀହଙ୍କୁ ମୋହରା ବନେଇ ଚଳୁ ହେଉଛି ଟଙ୍କା  

କଳାହାଣ୍ଡି:  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାକେଳେଙ୍କାରୀ ସାମ୍ନାକୁ ଆଇଛି। କେଉଁଠି ମଲା ଲୋକ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଚଳୁ ତ ଆଉ କେଉଁଠି ଘର ଖଣ୍ଡିଏ ପାଇଁ ବାସହୀନଙ୍କୁ ନାକେଦମ୍ ହେବାକୁ ପଡୁଛିା ଖାଲି ସେତିକି ନୁହେଁ, କଳାହାଣ୍ଡିରେ ଘର ଖଣ୍ଡିଏ ପାଇଁ ମହିଳା ହିତାଧିକାରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଜଣେ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ୍। ଏଭଳି ଅଭିଯୋଗ ପରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯୋଜନା କାର୍ଯ୍ୟକାରିତାରେ […]

  • Thursday, 01 July 2021
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇଲେ ହଜାରେ ଟଙ୍କା ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିପାରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ରାଜ୍ୟ ପୋଲିସ୍‌ ଏବଂ ପରିବହନ କମିଶନରଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।ପରିବହନ ବିଭାଗ ସଚିବ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ହେଲ୍‌ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ […]

  • Thursday, 01 July 2021
ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ବିନିକା: ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି। ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ଆଧାର […]

  • Thursday, 01 July 2021
man
ଯୁବକଙ୍କ ହାତରେ ଅଖା ବ୍ୟାଗ୍‌ ଦେଖି ଧରିଲା ପୋଲିସ୍‌, ବ୍ୟାଗ୍‌ରୁ ବାହାରିଲା...

ଭୁବନେଶ୍ୱର: ଖଣ୍ଡଗିରି ତପୋବନ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଜଣେ ଯୁବକ ଛିଡ଼ା ହୋଇଥିବା ନେଇ ପୋଲିସ୍‌ ଦେଖିବାକୁ ପାଇଥିଲା। ଯୁବକଙ୍କ ନିକଟରେ ଏକ ଅଖା ବ୍ୟାଗ୍‌ ଥିବାରୁ ପୋଲିସ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କ ନିକଟକୁ ଯାଇ ଅଖା ବ୍ୟାଗ୍‌ ଯାଞ୍ଚ କରିବାରୁ ସେଥିରୁ ୩୦ ଲକ୍ଷ ଟଙ୍କା ମିଳିଥିଲା। ଖଣ୍ଡଗିରି ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣା ପରେ ଯୁବକଙ୍କ ବନ୍ଧୁ ଥାନାରେ ପହଞ୍ଚିଛନ୍ତି। ଟଙ୍କା […]

  • Thursday, 01 July 2021
corona
ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୭୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୭୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୩୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୩୨୧ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଅନୁଗୁଳ ରୁ ସର୍ବାଧିକ ୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 19th November New Positive Cases: 757 In Quarantine: 436 Local contacts: 321 (Details of […]