ଭୁବନେଶ୍ୱର: ଖାଉଟିଙ୍କୁ ବାଧିଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚାଦର। ଆଳୁ ୨ ମାସରେ ଡବଲ୍ ତ ଖାଇବା ତେଲ ଏହା ଭିତରେ ଦେଢ଼ଗୁଣା ମହଙ୍ଗା ହୋଇଛି। ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି। ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ […]
ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ’ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିବା ସହିତ କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବନି ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା। ପରୀ ହତ୍ୟାଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅପରାଜିତା କହିଛନ୍ତି। ତା ସହିତ ଓଡ଼ିଶାରେ ସୁରକ୍ଷା ଓ ରାଜ୍ୟ […]
ଭୁବନେଶ୍ୱର:୨୪ ଘଣ୍ଟାରେ ରାଜ୍ୟରେ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକ ୭୦, ମୟୂରଭଞ୍ଜ ୫୬,ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲଙ୍ଗିର ୨୯, ପୁରୀ ୨୭, କୋରାପୁଟରୁ […]
କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟଙ୍କୁ ଡିସେମ୍ବର ୨ ତାରିଖ ଯାଏ ପୋଲିସ୍ ରିମାଣ୍ଡରେ ନେଇଛି। ଅମ୍ରିତଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍ ରିମାଣ୍ଡରେ ନେଇଛି। ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଁଞ୍ଚିଛି। ଗିରଫଙ୍କ ମଧ୍ୟରେ ୨ଜଣ ସୁନା ବ୍ୟବସାୟୀ ଅଛନ୍ତି। ଜଣେ ହେଲେ ମଙ୍ଗଳାବାଗ ଅଞ୍ଚଳର ସରୋଜ କୁମାର ପୃଷ୍ଟି ଓ ଅନ୍ୟ ଜଣେ ଆଲାମଚାନ୍ଦ ବଜାର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୧ ତାରିଖରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍ ନିକଟତର ହେବେ। ଏହା ଏକ ବିରଳ ଘଟଣା। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ମହାମିଳନ ସମୟରେ ଉଭୟ ଗ୍ରହ ଅତି ନିକଟତର ହେବେ। ଏହି ସମୟରେ ଧୀର ଗତିଶୀଳ ଶନି ଗ୍ରହକୁ ବୃହସ୍ପତି ଅତିକ୍ରମ କରିବ। ଏବେ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ […]
ଆଠଗଡ଼: ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ନୀତିକାନ୍ତି ସମ୍ପନ୍ନ ହେବାପରେ ରାତି ୩ଟାରେ ବାବା ଧବଳେଶ୍ୱରଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା। କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି। ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। […]
ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଏନେଇ ପ୍ରେସ୍ ରିଲିଜ ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ନିଲମ୍ବିତ IFS ଅଧିକାରୀ ଅଭୟ ପାଠକଙ୍କ ପୁଅଙ୍କର ବାହାଘର ଠିକ୍ ହୋଇଥିଲା। ଆୟ ବହିର୍ଭୂତ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୩୪ରେ ପହଞ୍ଚିଛି। ଚିହ୍ନଟ ୫୧୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରରୁ ୨୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨୨୧ ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ ଖୋର୍ଦ୍ଧାରୁ […]
ଭୁବନେଶ୍ୱର: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୋଲିସ୍ ଟ୍ରାଫିକରେ ପରିବର୍ତ୍ତନ ଆଣିଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ […]
ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ଦୋଷ ଘୋଡ଼ାଇବା ପାଇଁ ନବୀନ ବାବୁ ଏଭଳି ପଦକ୍ଷେପ ନେଲେ। ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆହୁରି ଅନେକ ସଙ୍ଗୀନ ଅପରାଧିକ ମାମଲା ଅଛି। ଏହାକୁ ଚାପି ଦେବା ପାଇଁ ନବୀନ ବାବୁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ […]
ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କୃତ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଅଭୟକାନ୍ତ ପାଠକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଓଡ଼ିଶା ଇତିହାସରେ ଭିଜିଲାନ୍ସ ରେଡ୍ କରି ଏତେ ସମ୍ପତ୍ତି କେବେ ଠାବ କରି ନାହାନ୍ତି। ଅଭୟଙ୍କ ପୁଅ ଆକାଶ […]
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ। ଯଦି କରିଛି, ପାର୍ଟି ତା’ର ସ୍ପଷ୍ଟୀକରଣ ଦେଉ। ସେ ଆହୁରି କହିଛନ୍ତି, ଗତ ନିର୍ବାଚନ ସମୟରେ ମୁଁ ଗଞ୍ଜାମ ଜିଲ୍ଲାର ସଭାପତି ଥିବାବେଳେ ମୋତେ ୧୫ଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଥିଲେ। ସେଥିରୁ ୧୨ଟିରେ ବିଜେଡି ଜିତିଲା। ଦଳ ପକ୍ଷରୁ ମୋତେ କୁହାଗଲା ଯେ, ତୁମେ ଉଦ୍ଦେଶ୍ୟମୂଳକ ଭାବେ […]
ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। କଂଗ୍ରେସକୁ କବଜା କରି ନେଇଛି ବିଜେଡି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର। କେବଳ ପରୀ ନୁହେଁ ୫୩୨୩ କୁନି ପିଲା ରାଜ୍ୟରେ ନିଖୋଜ ଅଛନ୍ତି। ଆମେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି ବିଜେପି କହିଛି। ପରୀ ହତ୍ୟା […]
ଭୁବନେଶ୍ୱର: ଜନବିରୋଧୀର ସଂଜ୍ଞା କଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ଆମକୁ ବହିଷ୍କାର କଷ୍ଟ ଦେଇନି, ହେଲେ ଜନବିରୋଧୀ ଆକ୍ଷେପ କଷ୍ଟ ଦେଇଛି ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ। ଜନବିରୋଧୀ କାର୍ଯ୍ୟ କଣ ତାର ତଥ୍ୟ ବିଜେଡି ଦେବା ପାଇଁ ଆମେ ଦାବି କରୁଛୁ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଆମେ ଡରିବାର ଲୋକ ନୁହଁ, କାହିଁକି ନା ଆମେ କିଛି ଭୁଲ୍ କରିନୁ ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ। ଅନ୍ୟପଟେ ବିଜେଡିରୁ ବହିଷ୍କାର […]
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଛି ବିଧାନସଭାର ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଚନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। କୋଭିଡ୍ କଟକଣା ଭିତରେ ମାତ୍ର ୧୦ ଦିନରେ ଶୀତ ଅଧିବେଶନ ଶେଷ ହୋଇଛି। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ ମୁଲତବି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ […]
କରୋନା ବିରୋଧୀ ମହାଯୁଦ୍ଧରେ ବଡ଼ ଅସ୍ତ୍ର ସାଜିଥିବା କୋଭିଡ୍ ଟିକାର ଅଭାବ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି। ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ହୋଇପାରିନି ଟିକାକରଣ।
ମାଲକାନଗିରି: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମନୀଷଙ୍କ ବିରୋଧରେ ନାନା ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯୋଗାଣ ଅଧିକାରୀ ଓ ମନୀଷ ମିଳିମିଶି ଚାଷୀଙ୍କୁ ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ। ଦୁଇ ଜଣ ଅଧିକାରୀ ମାଲକାନଗିରି ଜିଲ୍ଲାରୁ ବିପୁଳ ଅର୍ଥ ବେଆଇନ ଭାବେ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ […]
ଜଗତସିଂହପରୁ: ବିନା ମାଟିରେ ଚାଷ ସମ୍ଭବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସତ। ବିନା ମାଟିରେ ହାଇଡ୍ରୋପେନିକ ପ୍ରଣାଳୀରେ ଚାଷ ହୋଇଛି ଭଳିକି ଭଳି ଲିଫ ଭେଜିଟେବୁଲ। ଘରର ଛାତ ଉପରେ ୮୦୦ ବର୍ଗ ଫୁଟ ପରିମିତ ଜାଗାରେ ଏଭଳି ଚାଷ ହୋଇଛି। ଏହି ଚାଷା କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ସୁଜଙ୍ଗ ଗାଁର ଆଶିଷ ମହାନ୍ତି। ହାଇଦ୍ରାବାଦରେ ଚାକିରି କରୁଥିବା ଆଶିଷ ଦିନେ ଏ ଚାଷ ନେଇ ପ୍ରଶିକ୍ଷଣରେ ଯୋଗ ଦେବା ପରେ ଏହାକୁ […]
ଭୁବନେଶ୍ୱର: ବିଜେଡିର ମିଷ୍ଟର କ୍ଲିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ? କାଳ ହେଲା କି ନୂଆ ନୂଆ ସମୁଦି ବନିଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ବିରୋଧରେ ଉଠିଥିବା କୋଟି କୋଟିର ଦୁର୍ନୀତି ଅଭିଯୋଗ ? ନଜର ପକାନ୍ତୁ ଏହି ନିମନ୍ତ୍ରଣ କାର୍ଡ ଉପରେ। ଦିନ କେଇଟା ପରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ବିବାହ କରିଥାନ୍ତେ ଅଭୟଙ୍କ ପୁଅ ଆକାଶ। ତାପୂର୍ବରୁ କିନ୍ତୁ ଦୁର୍ନୀତି ଟଙ୍କା ଠୁଳ […]
ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍। କାଟେଗୋରୀ-Aରେ ଆଉ ୩ଟି ଜିଲ୍ଲା ସାମିଲ କରାଯାଇ ମୋଟ୍ ୨୦ଟି ଜିଲ୍ଲାରେ ନିୟମକୁ ଅଧିକ କୋହଳ କରାଯାଇଛି। ବଳକା ୧୦ ଜିଲ୍ଲାକୁ କାଟେଗୋରୀ Bରେ ରଖାଯାଇଛି
ଭେଜ୍ ମଞ୍ଚୁରିଆନ୍, କୋବି ମଞ୍ଚୁରିଆନ୍ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍ଲିରେ ମଞ୍ଚୁରିଆନ୍ ଖାଇଛନ୍ତି କି? ସାଧାରଣତଃ ଇଡ୍ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍ଲିର ଏକ ନୂଆ ଆଇଟମ୍ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରିବା […]
ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଜିଉ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ। ଅବକାଶ ନୀତି ପରେ ପୁଷ୍ପାଳକ ସେବାୟତ ଶ୍ରୀଜିଉଙ୍କୁ ବେଶ କରିବେ। ଏହା ମହାପ୍ରଭୁଙ୍କ ସୁନାବେଶ ଅନୁରୂପ ବୋଲି ସେବାୟତଙ୍କ ସୂଚନା ଦେଇଛନ୍ତି। ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। […]
ଭୁବନେଶ୍ୱର: ଆଜି ପଡୁଛି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣ। ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ରଗ୍ରହଣ । ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ। ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି […]
ବାପା ପର ଘରେ ମୂଲ ଲାଗନ୍ତି କିନ୍ତୁ ଝିଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଛନ୍ତି। ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ଝିଅ ମୋନାଲିସା ଯେଉଁ କଷ୍ଟ କରିଥିଲେ ତାହାର ଫଳ ଭଗବାନ ତାଙ୍କୁ ଦେଇଛନ୍ତି। କଥାରେ ଅଛି କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରିବ
ଭୁବନେଶ୍ୱର: ଖରିଫ ଧାନ କିଣାବିକା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଓ ସମବାୟ ବିଭାଗର ୧୨ ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟକୁ ସ୍ୱଚ୍ଛ , ସୁବ୍ୟବସ୍ଥିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏହି ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି […]