ଲମତାପୁଟ: ଗୋଟିଏ ରାତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଛକୁଣ୍ଡ ଓ ପାଡୁଆ ପୋଲିସ୍। ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି ପୋଲିସ୍। କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଜଣେ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ। ଘରେ ସର୍ଚ୍ଚ କରିବାରୁ ପୋଲିସ୍ ୨୭ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ବସ୍ତା […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧, ୭୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପରି କଟକରୁ ୧୧୫, ମୟୂରଭଞ୍ଜରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧, ୭୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୨୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୩୧ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of eleven covid positive patients while under treatment in hospitals. 1.A 62-year-old female of Keonjhar district who was also suffering from […]
ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍ ପଟୁ ପ୍ରଥମେ ପହଞ୍ଚିଥିବା ଗାଡ଼ି ଏବଂ ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡ଼ିକୁ ଅନୁମତି ମିଳୁଛି। ସେହିପରି ପ୍ରତିଦିନ ସକାଳ ୬ଟାରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ […]
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। ବିନା ନୋଟିସ୍ରେ ଭୋର୍ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିବା ତାଙ୍କ ଝିଅ ଗାୟତ୍ରୀ କହିଛନ୍ତି। ସେ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଗଲେ। ବାପା ଡାଇବେଟିକ୍ ପେସେଣ୍ଟ, ଖାଦ୍ୟ କି ଔଷଧ ଖାଇ ନାହାନ୍ତି। ତାଙ୍କୁ ମେଡିସିନ ଖାଇବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଏପରିକି […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା IICଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା IIC ରଞ୍ଜିତ କୁମାର ମୁନିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ IIC ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । କାଠ ଓ ପଥର […]
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଘଟଣାର ନିନ୍ଦା କରିବା ସହ ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି । ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଝି କହିଛନ୍ତି, ଏହା ମିଡ଼ିଆ ଉପରେ […]
ଭୁବନେଶ୍ୱର: OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିବା ସହ ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି। ଆଇନ ବାଟବଣା ନହେଉ । ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଜଣେ ଓଟିଭି କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏବେ ଆଉ ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି […]
ଭୁବନେଶ୍ୱର: OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। CFO ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉକି ଆଜି ସକାଳେ କୌଣସି ନୋଟିସ୍ ନ ଦେଇ ମନୋରଞ୍ଜନଙ୍କୁ ଉଠାଇ […]
ଭୁବନେଶ୍ୱର: ଆକ୍ରୋଶ! ଅମାନବୀୟ! ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ? ଇଏ ତାର ଆଉ ଏକ ବଡ଼ ଉଦାହରଣ ବିନା ନୋଟିସ୍ କି ସୂଚନାରେ ସାରୁଅ ଜମି କିଣାବିକା ମାମଲାରେ ଅତି ଅମାନବୀୟ ଢଙ୍ଗରେ ଓଟିଭିର ଚିଫ୍ ଫାଇନାନ୍ସିଆଲ୍ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପୂର୍ବର ପୁରା ପ୍ରକ୍ରିୟାକୁ ଦେଖିଲେ ବାରି ହୋଇ ପଡିଛି କିଭଳି ଆଇନ୍ର ବ୍ୟବସ୍ଥାକୁ ଦଳିମକଚି ଦେଇଛି କ୍ରାଇମବ୍ରାଞ୍ଚ। ମନୋରଞ୍ଜନଙ୍କ ଝିଅଙ୍କ ସୂଚନା ଅନୁସାରେ ଆଜି […]
ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା। ଇକୁଇଟି କ୍ଷେତ୍ରରେ […]
ବୌଦ୍ଧ: ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଠିଆ ହୋଇଥିବା ଇନୋଭାକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବସ୍ କଣ୍ଡକ୍ଟର ଓ ଇନୋଭା କାର୍ର ଡ୍ରାଇଭର ଅଛନ୍ତି। ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। […]
ଆନନ୍ଦପୁର: ରାସ୍ତାକଡ଼ରେ ଛିଡ଼ା ହୋଇ ଗାଡ଼ି ସଜାଡ଼ୁ ଥିବାବେଳେ ଟ୍ରକ୍ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ହେଲ୍ପର୍ ଆନନ୍ଦପୁର ଥାନା ଅନ୍ତର୍ଗତ ଜୋକନାଳି ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଟ୍ରକ୍ ଖରାପ ହୋଇଯିବାରୁ ରାସ୍ତାକଡ଼ରେ ଏହାକୁ ଛିଡ଼ାକରି ସଜାଡ଼ୁ ଥିବାବେଳେ ଏହି ସମୟରେ ଅନ୍ୟ ଏକ ଟ୍ରକ୍ ଆସି ୨ ହେଲ୍ପର୍ଙ୍କ ଉପରେ […]
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ରାଜ୍ୟପାଳ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛିଦିନ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। Hon’ble Governor and first lady have tested corona positive and have advised all who have come in close contact recently to […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୩୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 1st November New […]
ଭୁବନେଶ୍ୱର: ଆଜି ରାଜ୍ୟରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୪୦ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବାବେଳେ ସମ୍ବଲପୁର, ଭୁବନେଶ୍ୱର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of nine […]
ଭୁବନେଶ୍ୱର: ଓଟିଭିର ଚିଫ୍ ଫାଇନାନ୍ସ ଅଫିସର(ସିଏଫ୍ଓ) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅଧିକ ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା EOWର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା EOW। ତାଙ୍କ ବିରୋଧରେ […]
ଭୁବନେଶ୍ୱର : ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି। ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ। ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି। କଟକରେ ଥତ୍ୱା ସାଇବର ଥାନା ଏଠାରୁ ଅପରେଟ ହେବ। ତେବେ ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ […]
କଟକ: ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ କରାଯିବ। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କର ସାମ୍ପଲ ନିଆଯିବ ଏବଂ ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନିସ୍ପେର ସାମିଲ ହୋଇଛନ୍ତି। ସେରୋ ସର୍ଭେ […]
ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ। ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। […]
କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ଓ […]
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ସାଗର […]