ଭୁବନେଶ୍ୱର: ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ‘ଆପଣ ଏକା ନୁହଁନ୍ତି’କୁ ବେଷ୍ଟ ସୋସିଆଲ୍ କଣ୍ଟ୍ରିବ୍ୟୁସନ୍’ ବର୍ଗରେ ଶ୍ରେଷ୍ଠ କାର୍ଯ୍ୟକ୍ରମର ପୁରସ୍କାର ମିଳିଛି। ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମ୍ ସଂସ୍ଥା ପକ୍ଷରୁ ଭର୍ଚୁଆଲ ପ୍ରୋଗ୍ରାମରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଦେଶର ଜାତୀୟ ଓ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ନ୍ୟୁଜ୍ ଚ୍ୟାନେଲକୁ ୧୨୦ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଟେଲିଭିଜନ୍ […]
କୋଭିଡ୍ ମୃତକଙ୍କ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ବାହାରିଛନ୍ତି ମଶାଣୀ ବନ୍ଧୁ। ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ଦାହ ସଂସ୍କାର ହୋଇଥିବା କୋଭିଡ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବିସର୍ଜନ କରିବାକୁ ବାହାରିଛନ୍ତି।
ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି। ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ […]
ନାରାୟଣପାଟଣା: ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ୬ ବର୍ଷ ପରେ ଘରକୁ ଫେରିଛନ୍ତି। ଜାମିନ୍ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା। ଗାଁ ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ। ନାଚିକା ଲିଙ୍ଗାଙ୍କ ବିରୋଧରେ ୪୫ଟି […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲରେ ପୋଲିସ୍ ରେଡ୍ କରି ୧ କେଜି ୧୦୫ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮୫ ହଜାର ୬୮୦ ଟଙ୍କା ମଧ୍ୟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଓ ପୋଲିସର ମିଳିତ ଚଢ଼ଉ ବେଳେ ଏତେ ପରିମାଣର ବ୍ରାଉନ୍ସୁଗର ଜବତ ହୋଇଛି।ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିରୁ ୭୯୬ ଏବଂ ଲୋକାଲ କେସ୍ ୫୬୭ ରହିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂଖ୍ୟା ୩ ଲକ୍ଷ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ଆଜି ସର୍ବାଧିକ କରୋନା ପଜିଟିଭ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୧୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ୧୨୧ ନୂଆ କରୋନା ରୋଗୀ ବାହାରିଛନ୍ତି। ଅନୁଗୋଳରୁ ୮୧, ଜଗତ୍ସିଂହପୁରରୁ ୭୦, […]
ଭୁବନେଶ୍ୱର: ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାବେଳେ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୪୧୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩, କଟକ, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼ରୁ ୨ ଜଣ ଲେଖାଏ, ପୁରୀ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ […]
କଥାରେ ଅଛି ଆଲ୍ଲା ଜବ୍ ଦେଗା ତୋ ଛପଡ଼୍ ଫାଡକେ ଦେଗା ଓର୍ ଲେଗା ତୋ ସବ୍ ଲେ ଲେଗା....ଏହି ଲୋକକଥା ଟି ଘରେ ଘରେ ବେଶ୍ ପରିଚିତ।
ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ୍ ପ୍ରଦାନରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ […]
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ, ଭୁବନେଶ୍ୱର- ୨୦.୬ ଡିଗ୍ରୀ, କଟକ- ୧୯ ଡିଗ୍ରୀ ରହିଛି। ଆଗକୁ ଶୀତ ବଢ଼ିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା […]
ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା…
ଭୁବନେଶ୍ୱର: ବାଙ୍କିରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଆଖିରେ ଅସ୍ତ୍ରୋପଚାର କରାଯାଇଛି। ଭୁବନେଶ୍ୱର ଓୟୁଏଟିରେ ଏହି ଅସ୍ତ୍ରୋପଚାର କରାଯାଇଛି । ଅସୁବିଧା ଯୋଗୁଁ ସାପଟି କାତି ଛଡାଇ ପାରି ନ ଥିଲା। ଫଳରେ କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା । ଏଥିଯୋଗୁଁ ସାପଟି ଠିକ ଭାବେ ଚଳପ୍ରଚଳ କରିପାରୁ ନଥିଲା ।ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାପର ମୁହଁରେ ଟେପ୍ ବାନ୍ଧି ଦେଇଥିଲେ॥ ଫଳରେ ସାପର ଆଖିରେ କ୍ଷତ […]
ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଲେଖଯୋଗ୍ୟ ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ କରି ସାରା ରାଜ୍ୟ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ BMC ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଇଛନ୍ତି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ । ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMC ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା । ପରେ ସାନ ଭାଇ ଓ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ […]
ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ। ଶୁଣାଣିରେ ମୁଖ୍ୟତଃ ଦୁଇଟି ଦାବି ରଖିଥିଲା ଓଡିଶା। ଅଣ ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି। ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି […]
ନିଆଳୀ: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ସରକାରଙ୍କ ଯୋଜନାର ସୁଫଳ। ଫୋନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଏବେ ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ହିତାଧିକାରି। କଟକ ଜିଲ୍ଲା ନିଆଳୀ ବ୍ଲକ ଅଂଚଳରେ ବହୁ ଗରିବ ପରିବାର ଭୋଗୁଛନ୍ତି ଏହି ସମସ୍ୟା। ତହସିଲ ପକ୍ଷରୁ ଆରଆଇମାନେ ଗାଁକୁ ଗାଁ ବୁଲି ତଦନ୍ତ କରିଥିଲେବି ଏଥିରେ ପାତର ଅନ୍ତର ହୋଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ତାଲିକାରେ ନାଁ ଉଠିବା ପରେ ପୁଣି କଟିଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ଫଳରେ ଘର […]
ଭୁବନେଶ୍ୱର: ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍! ରବୀନ୍ଦ୍ର ଜେନା ହିଁ ସ୍ୱରୂପଙ୍କ ଟିକଟ୍ କରାଇଛନ୍ତି। ସ୍ୱରୂପ ପ୍ରାର୍ଥୀ ହେବା ଦ୍ୱାରା ବାଲେଶ୍ୱରରେ ବିହାର ଭଳି ରାଜନୀତି ହେବ। ବିଜେଡି-ବିଜେପି ଏକ୍। ଜୀବନ ପ୍ରଦୀପଙ୍କ ଏହି ଭାଇରାଲ୍ ଅଡିଓ ସାମ୍ନାକୁ ଆସିବାପରେ ତେଜିଛି ରାଜ୍ୟ ରାଜନୀତି। ଏହା ଭିତରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ଓ ପରେ ଦଳ ଛାଡ଼ିଛନ୍ତି। ଜୀବନ ସେ ପ୍ରଥମେ ବିଜେପିରୁ ବିଧାୟକ ହୋଇଥିଲେ। ବିଜେପି-ବିଜେଡି […]
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି। ତାସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ […]
ଭଦ୍ରକ: ଏନ୍ଏଚ୍-୧୬ ଚରମ୍ପା ନିକଟ ତ୍ରିଶୁଳପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବାରୁ ୧୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ‘ ଶ୍ରୀ ଅନନ୍ତ’ ନାମକ ବସ୍ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ତେବେ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶୁଳପୁର […]
ନବରଙ୍ଗପୁର: ଘଞ୍ଚ ଜଙ୍ଗଲରେ ଯୁବତୀଙ୍କ ତପସ୍ୟା। ଗତ ସପ୍ତାହେ ହେଲାଣି ଏକାକୀ ପାହାଡ଼ ତଳେ ବସି ତପସ୍ୟା କରୁଛନ୍ତି ଏହି ଯୁବତୀ। ନା କାହା ସହ କଥା ହେଉଛନ୍ତି ନା ଖାଦ୍ୟ ଗ୍ରହଣ କରୁଛନ୍ତି। ଆଜି ଭଳି ଦିନରେ ଏସବୁ ଶୁଣି ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ସମ୍ପୃକ୍ତ ଯୁବତୀ ହେଲେ ଧାମନାଗୁଡ଼ା ଅଞ୍ଚଳର ନୀରାବତି। ସୂଚନା ଅନୁସାରେ, କିଛି ଦିନ ତଳେ ନୀରାବତିଙ୍କ ଦେହ ଖରାପ ହେବାରୁ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୦୧ ରହିଛି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ରେ ପହଞ୍ଚିଛି। Covid-19 Report For 7th […]
ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। ଖସୁଛି ପାରଦ, ବଢୁଛି ଥଣ୍ଡା। ଆଜି ୧୫ ଡିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୯.୬ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି। ସେହିପରି ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩ ଡିଗ୍ରୀ, କେନ୍ଦୁଝରରେ ୧୩.୮ ଡିଗ୍ରୀ ଓ […]
ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାନ ଭଉଣୀର ମୃତ୍ୟୁ ହୋଇ ଥିବାବେଳେ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା। ତାଙ୍କ ବଡ଼ ଭଉଣୀ ସଙ୍ଗୀତା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତାଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଶ୍ୱେତା ଓ ସଙ୍ଗୀତା ସ୍କୁଟିରେ ଜାରକା ଯାଉଥିଲେ। ଏହି ସମୟରେ ଭାରସାମ୍ୟ […]
ଆଠକମଲ୍ଲିକ: ଏକ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ ସାହୁ । କିଶୋରନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣାରେ ସଂଜୀବଙ୍କ ରୋଷେୟା ଅଭିଯୁକ୍ତ ଅଛନ୍ତି । ତେବେ ଏନେଇ ସେ ପୋଲିସ ଉପରେ ଚାପ ପକାଉଛନ୍ତି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ସଂଜୀବ କହିଛନ୍ତି । ଗତ କିଛି ମାସ ତଳେ […]