• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ଚିହ୍ନଟ ହେଲେ ୫୯୪

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ  ୬୪୪  କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୫୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୪୩  ଥିବାବେଳେ ଲୋକାଲ କେସ  ୨୫୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। । ଆଜି ଖୋଦ୍ଧାରୁ ସର୍ବାଧିକ ୫୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ ଓ ପୁରୀ । ଏହି ଦୁଇ ଜିଲ୍ଲାରୁ […]

  • Wednesday, 30 June 2021
corona
୨୪ ଘଣ୍ଟାରେ ଓଡ଼ିଶାରେ କରୋନା ଆକ୍ରାନ୍ତରେ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ୪ଜଣ, ଅନୁଗୁଳରୁ ୪ଜଣ, ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ଜଣ ଲେଖାଏ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fourteen numbers of Covid positive […]

  • Wednesday, 30 June 2021
j13
ନାଗାର୍ଜ୍ଜୁନ ବେଶରେ କେଉଁ ଆୟୂଧରେ ସଜ୍ଜିତ ହୁଅନ୍ତି ମା’ ସୁଭଦ୍ରା ?

ପୁରୀ:  ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ […]

naveen patnaik
ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ […]

  • Wednesday, 30 June 2021
arun sahu
‘ମୋର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ହିଁ ଦାୟୀ ରହିବେ’

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସେ ଏହି ବୟାନ ଦେଇଛନ୍ତି। ସରପଞ୍ଚ ସୌମ୍ୟରଞ୍ଜନ କହିଛନ୍ତି, ‘ପରୀ ଘଟଣାକୁ ନେଇ ମୁଁ ସମ୍ପୂର୍ଣ୍ଣ ଭାବରେ ମର୍ମାହତ। ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସମ୍ପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ମୋର କିମ୍ବା ମୋ ପରିବାରର […]

  • Wednesday, 30 June 2021
abhay pathak
‘ପୁଅ ମୋ ଟଙ୍କାରେ ଅୟସ କରୁ ନଥିଲା, ତା’ର ମାସିକ ଦରମା କୋଟିଏ ଟଙ୍କା’

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅଡ଼ୁଆରେ ପଡ଼ି ଯାଇଛନ୍ତି IFS ଅଧିକାରୀ ଅଭୟ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟ ପାଠକଙ୍କ ଘର ଚଢାଉ କରିବାସହ ତାଙ୍କ ସମ୍ପତ୍ତିର ଆକଳନ କରୁଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହସ୍ପିଟାଲ ଯିବା ବେଳେ ଅଭୟ ପାଠକ କହିଛନ୍ତି, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି। ପୁଅ […]

  • Wednesday, 30 June 2021
somyrjn-pattnk
ପରୀ ହତ୍ୟାକୁ ଏକ ଛୋଟିଆ ଅଘଟଣ କହିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭା ଅଚଳ। ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ରାସ୍ତାକୁ ଓହ୍ଲାଇଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏହାକୁ ଏକ ଅଛୋଟିଆ ଅଘଟଣ କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ । ପରୀ ହତ୍ୟା ଘଟଣାରେ ବିଧାନସଭା ଅଚଳ ଘଟଣାକୁ ନେଇ ସାମ୍ବାଦିକମାନଙ୍କୁ […]

  • Wednesday, 30 June 2021
gg
ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ; ଏଥର ୩ ଚାଷୀ

ଭୁବନେଶ୍ୱର: ଆଜି ପୁଣିଥରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି। ଏଥର କେଉଁ ପୀଡ଼ିତ ବାପାମା ନୁହଁନ୍ତି, ବରଂ ଅନ୍ନଦାତା ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହି ଚାଷୀମାନେ ହେଲେ ଆଠଗଡ଼ ଅଛଳର। ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ଚାଷୀମାନଙ୍କୁ ହଠାତ୍ କାବୁ କରିନେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷା […]

  • Wednesday, 30 June 2021
pathak2
ବିଳାସପୂର୍ଣ୍ଣ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ବନ୍ଧାହେଲେ ବାପ-ପୁଅ

ଭୁବନେଶ୍ୱର: ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି।  IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଛି। ବାପା ଅଭୟକାନ୍ତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ବାପା ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଇଡି କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏତେ ପଇସା ଆସୁଥିଲା କେଉଁଠୁ, ଖର୍ଚ୍ଚ କିପରି ଏହାର […]

  • Wednesday, 30 June 2021
soumya-ranjan
'ମୋ ପରିବାର ପ୍ରତି ବିପଦ ରହିଛି'

ଭୁବନେଶ୍ୱର: ପରୀ ହତ୍ୟାକୁ ନେଇ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିସ୍ଫୋରକ ବୟାନ। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି। ଏଥିରେ ମୂଳରୁ ଚୂଳ ସମସ୍ତେ ସଂପୃକ୍ତ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସୌମ୍ୟ। ଏହା ସହିତ ସେ ପଚାରିଛନ୍ତି, ବାବୁଲି ନାୟକକୁ କାହିଁକି […]

  • Wednesday, 30 June 2021
medical-college
ଡିସେମ୍ବର ୧ରୁ ଖୋଲିବ ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ। ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଖୋଲିବ ମେଡିକାଲ କଲେଜ। ମେଡିକାଲ କଲେଜ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗାଇଡଲାଇନ ମାନିବା ସହ SOP ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS।

  • Wednesday, 30 June 2021
gold
ଏୟାରପୋର୍ଟରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଧରାପଡିଲା ୪୦୦ ଗ୍ରାମ ସୁନା। ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି। ଯାତ୍ରୀଙ୍କ ନାଁ ଜୈନୁଲଆବେଦିନ୍ ଏବଂ ସେ ଚେନ୍ନାଇ ଯାଉଥିଲେ ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ […]

  • Wednesday, 30 June 2021
abhaya
ଚାକିରିରୁ ନିଲମ୍ୱିତ ହେଲେ IFS ଅଭୟ

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ। ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଅଭୟ। ଏହା ସହ ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଥିଲା। ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବାପା […]

  • Wednesday, 30 June 2021
baijayant panda
ବୈଜୟନ୍ତ ପଣ୍ଡାଙ୍କୁ କରୋନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏନେଇ ବୈଜୟନ୍ତ ପଣ୍ଡା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ସେ ଆଇସୋଲେସନରେ ଅଛନ୍ତି। ଗତ କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ସତର୍କ ରହିବା ସହ କୋଭିଡ୍ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ ପଣ୍ଡା। Because […]

  • Wednesday, 30 June 2021
container catches fire
ବୋଲେରୋକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର

ଭଦ୍ରକ: ବୋଲେରୋକୁ ଧକ୍କା ଦେବା ପରେ ରାସ୍ତା ଉପରେ ଜଳିଗଲା କଣ୍ଟେନର। ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକରେ କଣ୍ଟେନରଟି ଜଳି ଯାଇଥିଲା। ଏଥିରେ କଣ୍ଟେନରର ଡ୍ରାଇଭର ଓ ବୋଲେରୋରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। କଣ୍ଟେନରରେ ଫ୍ଲିପ୍‌କାର୍ଟ ସାମଗ୍ରୀ ପାର୍ସଲ ଥିଲା ଓ ଏହା ମୁମ୍ବାଇରୁ କୋଲକାତା ଯାଉଥିଲା। ତେବେ ଡାହାଣୀଗଡ଼ିଆ ଛକରେ ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ […]

  • Wednesday, 30 June 2021
gopalpur sea beach
୩ ଦିନ ଗୋପାଳପୁର ଓ ସୁନପୁର ବେଳାଭୂମି ପର୍ଯ୍ୟଟକଙ୍କୁ ମନା

ଗୋପାଳପୁର: ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ସୁନପୁର ବେଳାଭୂମିକୁ ନଆସିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ୩ ଦିନ ସମୁଦ୍ରବେଳାକୁ ନ ଆସିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସମୁଦ୍ରବେଳାରେ ଉନ୍ନତିମୂଳକ କାର୍ଯ୍ୟ ସହ ସଫେଇ କାମ ଥିବାରୁ ସମୁଦ୍ରବେଳାକୁ ବନ୍ଦ କରାଯାଇଛି। ଆଜିଠାରୁ ସମୁଦ୍ରବେଳାରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଆଶଙ୍କା […]

  • Wednesday, 30 June 2021
abhay 11
ବିଳାସପୂର୍ଣ୍ଣ ଆବାସରୁ ଆସି ଝାରପଡ଼ା ଜେଲ୍‌ରେ ରାତି କଟାଇଲେ କୁବେର ବାପା-ପୁଅ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ କଟିଛି ନିଲମ୍ବିତ IFS ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ପ୍ରଥମ ରାତି। କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଆସନ୍ତା ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ, ଘଟଣାର ଅଧିକ ତଦନ୍ତ ପାଇଁ ୨୦ ଜଣିଆ ଏସ୍‌ଆଇଟି ଟିମ୍ ଗଠନ କରାଯାଇଛି। ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସ୍‌ପି, ଏସ୍‌ପି ଓ ଡିଆଇଜି ପୂରା ଘଟଣାର ତଦନ୍ତ କରୁଛନ୍ତି। ଏସ୍ଆଇଟି ଟିମ୍ […]

  • Wednesday, 30 June 2021
ଖସିଲା କରୋନା ଗ୍ରାଫ; ଚିହ୍ନଟ ହେଲେ ୫୫୦, ଆଖି ବୁଜିଲେ ୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ତଳକୁ ଖସିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ କେସ ୩୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ରହିଛି ୨୩୩ । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୧୨ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନଗୁଳରେ ସର୍ବାଧିକ ୫୩ […]

  • Wednesday, 30 June 2021
ବିଧାନସଭା ନିକଟରେ କିରାସିନି ଢାଳି ମା’, ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ। ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ […]

  • Wednesday, 30 June 2021
7am-bada-osa
ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। […]

  • Wednesday, 30 June 2021
soumya
ପରୀ ହତ୍ୟା ମାମଲାରେ ‘ୟୁ’ ଟର୍ଣ୍ଣ ନେଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ । ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି କହିନାହାନ୍ତି ବୋଲି ଆଜି କହିଛନ୍ତି ।ନୟାଗଡ଼ର ୫ ବର୍ଷୀୟ ଝିଅ ପରୀ ମୃତ୍ୟୁ ଏକ ଛୋଟ ଘଟଣା ଥିଲା । କିନ୍ତୁ ପରେ ତାହା ବିରାଟ ରୂପ […]

  • Wednesday, 30 June 2021
Capture
‘ମୋ ପୁଅକୁ ୧୦ରୁ ୧୨ ଜଣ ମାରି ଫୋପାଡ଼ି ଦେଲେ, ମୋର ସବୁ ସରିଗଲା’

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାଙ୍କ ମା’ ଓ ଭାଇ। ତେବେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ଅମୃତଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା’ ଓ ଭାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।  ଅମୃତଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ଜଗତସିଂହପୁର […]

  • Wednesday, 30 June 2021
ମିଳିଲା ୧୦ କିଲୋ ସୁନା

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ମାମଲାରେ ୧୦ କିଲୋ ସୁନା ଜବତ ହେଲାଣି। କମିଶନରେଟ୍ ପୋଲିସ୍‌ର ଏକ ତଦନ୍ତକାରୀ ଟିମ୍ ପୁରା ମାମଲା ଯାଞ୍ଚ କରୁଛନ୍ତି। ଖାଲି କଟକ ନୁହେଁ ମୁମ୍ବାଇ ହେଡ୍ ଅଫିସ୍ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ୍ କମିଶନର ସୁଂଧାଶୁ ଷଡ଼ଙ୍ଗୀ ସନ୍ଦେହ କରିଛନ୍ତି। ଏବେ ଯାଏ ୧୦ ଜଣଙ୍କୁ ଗିରଫ କରାଯାଇଛି। ଲାଲା […]

  • Wednesday, 30 June 2021
chnadrasurjya
ବେଶ ଓଲାଗି ପରେ ସେବାୟତଙ୍କ ଘରକୁ ଗଲା ମହାପ୍ରଭୁଙ୍କ ସୂର୍ଯ୍ୟଚନ୍ଦ୍ର !

ପୁରୀ: ସେବାୟତଙ୍କ ଘରକୁ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର। ବେଶ ଓଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡମ୍ବନା, ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଆଜି ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଗାରଦରୁ ଏହି ବେଶ ଉପକରଣ ନେଇ […]

  • Wednesday, 30 June 2021
pari
ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ସରକାର

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT(ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କଲେ ରାଜ୍ୟ ସରକାର। ଏହି ଟିମ୍‌ରେ SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ତା ସହିତ ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି। ପରୀ ହତ୍ୟା ଘଟଣାର SIT […]

  • Wednesday, 30 June 2021