ଜୟପୁର: ନିର୍ବାଚନରେ ହାରିଲେ ସରପଞ୍ଚ। ଗାଁ ଲୋକ ମିଶି ଚାନ୍ଦା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦେଲେ ୨୧ ଲକ୍ଷ ଟଙ୍କା। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ନାନନ ଗାଁରେ। ଏହି ଗାଁରେ ବ୍ୟକ୍ତି ଜଣକ ବିରୋଧୀଙ୍କଠାରୁ ମାତ୍ର ୮୪ ଖଣ୍ଡ ଭୋଟ୍ରେ ହାରିଗଲେ। କିନ୍ତୁ ଗାଁ ଲୋକଙ୍କର ଏଭଳି ଭଲପାଇବା ତାଙ୍କୁ ପରାଜୟର ଦୁଃଖ ଭୁଲାଇ ଦେଲା। ନିକଟରେ ନାନନ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। […]
ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର […]
ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ […]
କଟକ: ରାଜ୍ୟରେ ଲକଡାଉନ ବେଳେ କୋର୍ଟ ଚାଲିବା ନେଇ ଗାଇଡଲାଇନ ଜାରି । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜିଲ୍ଲା ଓ ଅଧସ୍ତନ କୋର୍ଟ ପାଇଁ ଜୁଲାଇ ୧୭ ଯାଏ ମାର୍ଗଦର୍ଶିକା ଜାରି । ଜିଲ୍ଲା…
କାବୁଲ: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ର ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଦକ୍ଷିଣ ହେଲମନ୍ଦ ପ୍ରଦେଶର ମଝି ଆକାଶରେ ଆଫଗାନିସ୍ତାନ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି […]
ଚେନ୍ନାଇ: ତାମିଲ ସୁପରଷ୍ଟାର ଧନୁସ ଓ ତାମିଲନାଡୁ ରାଜନେତା ବିଜୟକାନ୍ତଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଲା ଦୁର୍ବୃତ୍ତ। ପୋଲିସ କଣ୍ଟ୍ରୋଲ୍ ରୁମ୍କୁ ଦୁଇଟି ଅଲଗା ଅଲଗା ଫୋନ୍ କରି ଉଭୟ ସେଲିବ୍ରିଟିଙ୍କ ଘରେ ବୋମା ଫିଟ୍ କରାଯାଇଥିବା ନେଇ ଦୁର୍ବୃତ୍ତ କହିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମିତି କୌଣସି ବିସ୍ଫୋରକ ବସ୍ତୁ ମିଳିନଥିଲା। ସୂଚନା ଅନୁସାରେ, ଅକ୍ଟୋବର ୧୮ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ କେସ୍ ଘଟାଇଛି ଜଣେ ନାବାଳକ। ସୋମବାର ରାତିରେ ଏଭଳି ଘଟଣା ଘଟିଛି। ୧୭ ବର୍ଷୀୟ ଏହି ନାବାଳକର କାର୍ ଧକ୍କାରେ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ବର୍ଷର ଭାଇ ଗୁରୁତର ହୋଇଛନ୍ତି। ତାକୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକାଙ୍କର ବୟସ ଯଥାକ୍ରମେ ୫ ଓ ୮ ବର୍ଷ। ନିଜ ଅଙ୍କଲଙ୍କ ସହ ତିନି ଜଣ ପିଲା ରାସ୍ତା ପାର୍ […]
ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର। ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ […]
ଭୁବନେଶ୍ୱର: ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ୨ ହଜାର ୮୫୮ କୋଟି ଟଙ୍କା ଋଣ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନୁମତି ଦେଇଛି। ଜିଏସ୍ଟି କାର୍ଯ୍ୟକାରିତାରେ ସମସ୍ୟା ଯୋଗୁଁ ପୁଞ୍ଜି ଅଭାବ ପୂରଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ତରଫରୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେଥିମଧ୍ୟରୁ ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକୁ ରାଜ୍ୟ ଜିଡିପିର ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିଛି […]
ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବାର ଦିନକ ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତୀଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍ନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲା। ୧୪ ମାସର ଗୃହବନ୍ଦୀ ଜୀବନ କାଟିବା ପରେ ମଙ୍ଗଳାବାର ରାତିରେ ମୁକୁଳିଛନ୍ତି ମେହବୁବା। ଆଉ ଆଜି ତାଙ୍କୁ ଭେଟିଛନ୍ତି ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲା ଓ ପୁଅ ଉମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଥିଲା। ହେଲେ ସେମାନେ ମେହବୁବାଙ୍କ ପୂର୍ବରୁ […]