• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

train
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]

  • Sunday, 04 July 2021
Asteroid
ଆଜି ଅପରାହ୍ଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍‌କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ। ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଆକଳନ ଅନୁଯାୟୀ, ଉଲ୍‌କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍‌କାପିଣ୍ଡକୁ […]

  • Sunday, 04 July 2021
actress samyuktha_hegde
ପାର୍କରେ ୱାର୍କଆଉଟ୍‌ ସମୟରେ ଅଭିନେତ୍ରୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ର ଆଗ୍ରା ଲେକ୍‌ ନିକଟରେ ଥିବା ଏକ ପବ୍ଳିକ୍‌ ପାର୍କରେ କନ୍ନଡ ଫିଲ୍ମ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସେ ଓ ତାଙ୍କ ସାଙ୍ଗମାନେ ସ୍ପୋର୍ଟସ୍‌ ଡ୍ରେସ୍‌ ପିନ୍ଧି ୱାର୍କଆଉଟ୍‌ କରୁଥିବା ଯୋଗୁ ସେମାନଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିନେତ୍ରୀ ସମ୍ୟୁକ୍ତା ଅଭିଯୋଗ କରିଛନ୍ତି।  କଂଗ୍ରେସ ନେତା କବିତା ରେଡ୍ଡୀଙ୍କ ବିରୋଧରେ ସମ୍ୟୁକ୍ତା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ […]

  • Sunday, 04 July 2021
fire at temple
ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅର୍ନ୍ତବେଦୀରେ ଥିବା ପ୍ରସିଦ୍ଧ ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରର ରଥରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏହାସହ ମନ୍ଦିରର ଅନ୍ୟ ସମ୍ପତ୍ତି ମଧ୍ୟ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ। ମନ୍ଦିରର ଦୀପଦାନ ସ୍ଥାନରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। […]

  • Sunday, 04 July 2021
kangna
କଙ୍ଗନାଙ୍କୁ କ୍ଷମା ମାଗିବି, କିନ୍ତୁ...

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ […]

  • Sunday, 04 July 2021
riya
ସତ ଓଗାଳିଲେ ରୀୟା ଚକ୍ରବର୍ତ୍ତୀ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ତାଙ୍କ ବାନ୍ଧବୀ ତଥା ଅନ୍ୟତମ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍। NCB ଜେରାରେ ସତ ଓଗାଳିଛନ୍ତି ରିୟା। ରିୟାଙ୍କ ଡାଇରେକ୍ଟ ଡ୍ରଗ୍ସ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆସିଛି। ଭାଇ ସୌଭିକଙ୍କ ଜରିଆରେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। NCB ଜେରାରେ ରିୟା ଏହିସବୁ ସତ ମାନିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଥମ ହାଜିରାରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ […]

  • Sunday, 04 July 2021
metro train
Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସହରରେ ମେଟ୍ରୋ ରେଲ୍‌ୱେ ସେବା ପୁଣି ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ମାସରୁ ଅଧିକ ଦିନ ହେବ ଏହି ସେବା ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ସ ଆଧାରରେ, ଦିଲ୍ଲୀ, ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ୍‌-୧, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ(ନାଗପୁର), କୋଲକାତା, ଗୁଜରାଟ ଓ ଉତ୍ତରପ୍ରଦେଶ ମେଟ୍ରୋ ଅଥରିଟି ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ସେମାନଙ୍କର Standard Operating Procedures(SOP) ପ୍ରସ୍ତୁତ କରିଛନ୍ତି। […]

  • Sunday, 04 July 2021
PUBG-Ban
ପବ୍‌ଜି ପାଇଁ ଜୀବନ ହାରିଲେ ଛାତ୍ର ! ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା: ପବ୍‌ଜି ଖେଳି ନ ପାରିବାରୁ ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍‌ ସୂଚନା ଦେଇଛି। ମୃତ ଯୁବକଙ୍କ ନାଁ ପ୍ରୀତମ ହଲ୍‌ଦର୍‌। ସେ ଆଇଟିଆଇ ଛାତ୍ର ଥିଲେ। ଚକ୍‌ଡାହ ପୋଲିସ୍‌ ଥାନା ଅନ୍ତର୍ଗତ ପୂର୍ବ ଲାଲ୍‌ପୁର ଅଞ୍ଚଳରେ ତାଙ୍କ ଘର। ପ୍ରୀତମଙ୍କ ମା’ ରତ୍ନା ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସକାଳେ ସେ ବ୍ରେକ୍‌ଫାଷ୍ଟ ଖାଇ ନିଜ ରୁମ୍‌କୁ ଯାଇଥିଲେ। […]

  • Sunday, 04 July 2021