• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

army
'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]

  • Sunday, 04 July 2021
imran
ପୁଣି ମିଛୁଆ ପ୍ରମାଣିତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର […]

  • Sunday, 04 July 2021
7kg hair ball
ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି

ବୋକାରୋ: ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ଜଣେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଓ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍‌ ସମୟରେ ତାଙ୍କ ପେଟରୁ ୭ କିଲୋ ଚୁଟିର ଏକ ଗୋଲା(ଗୋଲ୍‌ ଆକୃତି) ବାହାରିଥିଲା। ଝିଅଟିର ପେଟରେ ଏତେ ପରିମାଣର ମଣିଷ ଚୁଟି ବାହାରିବା କାରଣ ବି ଜାଣିଲେ […]

  • Sunday, 04 July 2021
tn
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ଚେନ୍ନାଇ: ତାମିଲନାଡୁର କୁଡୁଲୋରରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଥିବା […]

  • Sunday, 04 July 2021
modi
ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, 'ୟୁନିଫର୍ମର ସମ୍ମାନ ବଜାୟ ରଖ'

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ […]

  • Sunday, 04 July 2021
election
ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ। ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ […]

  • Sunday, 04 July 2021
kangana
'୯ରେ ମୁମ୍ବାଇ ଆସୁଛି, ଦମ୍ ଅଛି ତ ଅଟକାଅ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି […]

  • Sunday, 04 July 2021
jee
ସ୍ଥଗିତ ହେବନି JEE-NEET ପରୀକ୍ଷା

ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର […]

  • Sunday, 04 July 2021
fug
ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍

ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା […]

  • Sunday, 04 July 2021
ragini-dwibedi
ଡ୍ରଗ୍ସ କନେକ୍ସନ ମାମଲାରେ ଅଭିନେତ୍ରୀଙ୍କ ଘରେ ରେଡ୍

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ଘରେ ରେଡ୍ କରିଛି ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଚ। ଏହି ଅଭିନେତ୍ରୀ ଜଣକ ହେଲେ ରାଗିଣୀ ଦ୍ୱିବେଦୀ। ଏହି ଘଟଣାରେ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ସେ ୫ ଦିନିଆ ପୋଲିସ […]

  • Sunday, 04 July 2021