ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ […]
ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]
ନୂଆଦିଲ୍ଲୀ: ଆସନ୍ତକାଲି ବିଶ୍ୱକପ୍ରେ ଭାରତ-ପାକିସ୍ତାନ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବେ। ମାଞ୍ଚେଷ୍ଟର ଠାରେ ଦୀର୍ଘ ୨୦ ବର୍ଷ ପରେ ଦୁଇ ଦେଶ ଲଢ଼େଇ କରିବାକୁ ଯାଉଛନ୍ତି। ଶେଷଥର ପାଇଁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ୧୯୯୯ ମସିହା ବିଶ୍ୱକପ୍ରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତ ୪୭ ରନ୍ରେ ବାଜିମାତ କରିଥିଲା। ୨୦୧୯ରେ ଭାରତ ୧୭ଟି ମ୍ୟାଚ୍ ଖେଳିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍ ଖେଳିଛି। ଏହି ୧୭ଟି ମ୍ୟାଚ୍ରୁ ଭାରତର ଅଧିନାୟକ ବିରାଟ୍ କୋହଲି ୧୦ଟି ମ୍ୟାଚ୍ରେ […]
ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜୀକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋଟର […]
କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ […]
ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ […]
ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ […]
କୋଲକାତା: ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ […]
ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଛି ବୋଲି ଆଲିଗଡ଼ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ତାଙ୍କ ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ ସହ […]
ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ଗତକାଲି ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିଓ୍ୱାଲ ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ଛୋଟ […]