ତାମିଲନାଡ଼ୁ: ତାମିଲନାଡ଼ୁ ତ୍ରିଚିନାପଲୀରେ ଅଘଟଣ। ୩୦ ଫୁଟର ବୋର୍ ୱେଲ ଗାତରେ ଖସି ପଡ଼ିଛି ଦୁଇ ବର୍ଷର ଶିଶୁ। ଗତକାଲି ସଂନ୍ଧ୍ୟାରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାସ୍ଥଳରେ ଏନ୍ଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ରେସ୍କ୍ୟୁ ଟିମ୍ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଶିଶୁ ପୁତ୍ରର ନାମ ସୁଜିତ୍ ୱିଲିୟମ୍ ଶିଶୁକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଶିଶୁ ଖସି ପଡ଼ିଥିବା ଗାତର ନିକଟରେ ସମାନ ଭାବେ ଅନ୍ୟ ଏକ ଗାତ ଖୋଳାଯାଇଛି […]
ନୂଆଦିଲ୍ଲୀ: ୧୯୪୭ ମସିହା, ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟ। ଦେଶ ପାଇଁ ସବୁଠାରୁ ସଙ୍କଟର ମୁହୂର୍ତ୍ତ। ଦେଶ ବିଭାଜନ..ଦଙ୍ଗା…ଆଉ ତା ପରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ। ପାକ୍ ସେନାର ସମର୍ଥନରେ ପାକ୍ ଜନଜାତି ଭାରତ ଉପରେ କରିଥିଲା ଆକ୍ରମଣ। ପରିସ୍ଥିତିକୁ ଦେଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂ ଭାରତକୁ ସାହାଯ୍ୟ ମାଗିଥିଲେ। ଭାରତ ସରକାର ହରି ସିଂଙ୍କୁ ଏହି ସର୍ତ୍ତରେ ସାହାଯ୍ୟ କରିବାକୁ ରାଜି ହୋଇଥିଲା ଯେ-କାଶ୍ମୀର ଭାରତ ସହ ମିଶିବ। ଆଉ […]
ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍ ବାହାଦୁର। କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ। ନିର୍ବାଚନ ବେଳେ ସେ ଜେଜେପିରେ ଯୋଗ ଦେଇଥିଲେ। ହରିଆଣାରେ ନିର୍ବାଚନ ଫଳାଫଳ ଝୁଲା ରହିଛି। ଏଭଳି ସ୍ଥିତିରେ ଜେଜେପି ବିଜେପି ସହ ମେଣ୍ଟ କରି ସରକାରରେ ସାମିଲ ହେବ ବୋଲି ଘୋଷଣା ସରିଛି। ଯାହାକୁ ଗ୍ରହଣ […]
ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା ତାହା କିନ୍ତୁ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ବେଳେ ସଜାଡି ଦେଇଛି। ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। କାରଣ ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବାପରେ ଦଳ ଉପରେ ଅଧିକ ନଜର ଦେଇପାରୁନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ […]
ନୂଆଦିଲ୍ଲୀ: ଶେଷରେ ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର ଅପରେସନ ପାଇଁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଜିରୋ ଲାଇନ୍ ଅଞ୍ଚଳରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ଅର୍ଥ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଇ ପାରିବେ। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି […]
ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ ଅଭିମନ୍ୟୁଙ୍କ ବିରୋଧରେ ଏଠାରେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପି ରାମ କୁମାର ଗୌତମଙ୍କୁ ଟିକେଟ୍ ଦେଇଥିଲା। ସେ ପୂର୍ବତନ ବିଜେପି ବିଧାୟକ। ଏଠାରେ ଜୋରଦାର ଟକ୍କର ହେବ […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଜନମତ ହାସଲ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ ଯେଉଁ ଆକଳନ କରିଥିଲେ, ମହାରାଷ୍ଟ୍ରରେ ସେଇଆ ଘଟିବାକୁ ଯାଉଛି। ଅର୍ଥାତ ବିଜେପି ମହାରାଷ୍ଟ୍ରରେ ବଡ଼ ଭାଇ ଓ ଶିବସେନା ତା’ର ସାନ ଭାଇ ହୋଇ କାର୍ଯ୍ୟକରିବ। ସେହିପରି କଂଗ୍ରେସ ଓ ଏନସିପି ମେଣ୍ଟର ସବୁ ଗୋଟି ଚାଳନା ପୁଣିଥରେ ମହାରାଷ୍ଟ୍ରରେ ଫେଲ ମାରିବ। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୨୮୮ […]
ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁ ସୀମା ଭିତରକୁ ପଶି ଆସିଥିବା ଏକ ବିମାନକୁ ଜୟପୁରରେ ବାଧ୍ୟତାମୂଳକ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି ପାକିସ୍ତାନ ବାୟୁସୀମାରୁ ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନଭ-୧୨ ଏୟାର ଟ୍ରାଫିକ ନିୟମକୁ ଅଣଦେଖା କରି ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଠାବ କରିବା ପରେ ସମ୍ପର୍କ ରକ୍ଷା ପାଇଁ ଚାହିଁଥିଲେ। କିନ୍ତୁ ପାଇଲଟ କିଛି ଉତ୍ତର ଦେଇନଥିଲେ। ପରେ IAFର […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବିଜେପିର ୫ ଜଣ ସଦସ୍ୟ ଏବେ ପଛରେ ପଡ଼ିଯାଇଛନ୍ତି। ଯାହା ଦଳକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି। ପଛରେ ପଡ଼ିଥିବା ବିଜେପି ମନ୍ତ୍ରୀମାନେ ହେଲେ ପଙ୍କଜା ମୁଣ୍ଡେ(ପର୍ଲି), ରାମ ସିନ୍ଧେ(କରଜାତ ଜାମଖେଡ), ଅତୁଲ ସେଭ(ଔରଙ୍ଗାବାଦ), ବାଲା ଭେଗଡ଼େ(ମାଭଲା) ଓ ମଦନ ଏରାୱର(ୟଭତମାଲ)। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଏହି ମନ୍ତ୍ରୀମାନେ ପଛରେ ପଡ଼ିଛନ୍ତି।
ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ଥର ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେଙ୍କ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ମହାରାଷ୍ଟ୍ରର ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଶିବସେନା ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କ ବିରୋଧରେ କଂଗ୍ରେସ ଓ ଏନ୍ସିପି ସୁରେଶ ମାନେଙ୍କୁ ଟିକେଟ୍ ଦେଇଥିଲେ। ଏନ୍ସିପିର ସୁରେଶ ଆଦିତ୍ୟଙ୍କୁ ଟକ୍କର ଦେବେ ବୋଲି କୁହାଯାଉଥିଲା। ହେଲେ […]
ଶ୍ରୀନଗର: ରାତି ପାହିଲେ ଜମ୍ମୁ କଶ୍ମୀରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବୋମା ଫିଙ୍ଗି ଆତଙ୍କବାଦୀ ଏହି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଆତଙ୍କବାଦୀ ମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହିତ ପରିବା ମଣ୍ଡି ଉପରକୁ ବୋମା ଫିଙ୍ଗିଛନ୍ତି। ଯାହାକୁ ନେଇ ଏବେ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ବିଳମ୍ୱିତ ରାତିରେ ଶ୍ରୀନଗର କୁଲଗାମରେ ଏକ ସ୍କୁଲ ଏବଂ […]
ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା କରିଛନ୍ତି ନଓ୍ୱାଜ ସରିଫଙ୍କ ପୁଅ। ହୁସେନ ଏବେ ଲଣ୍ଡନରେ ରହୁଛନ୍ତି। ତାଙ୍କ ବାପାଙ୍କୁ ଜେଲରେ ବିଷ ଦିଆଯାଇଛି ବୋଲି କିଛି ଲୋକ ତାଙ୍କୁ କହିବା ପରେ ସେ […]
ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଆସନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ୍ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ […]
ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ଶୀର୍ଷକ ଆଲୋଚନାରେ ଭାଗ ନେଇ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମାନବାଧିକାର କର୍ମୀ ଆଜିଯାଏ କାହିଁକି ପ୍ରସଙ୍ଗ କରିନାହାନ୍ତି ବୋଲି ପ୍ରଶ୍ନ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ପାକିସ୍ତାନର […]