• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rajyasabha
ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ : ଖାଲି ପଡ଼ିଥିବା ଆସନ ପାଇଁ ଜୁଲାଇ ୫ରେ ଉପ-ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ, ଦରକାର ହେଲେ, ଆସନ୍ତା ଜୁଲାଇ ୫ତାରିଖରେ ନିର୍ବାଚନ ହେବ। ଏହାସହିତ ବିହାରର ଗୋଟିଏ ଓ ଗୁଜରାଟର ୨ଟି ଆସନ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ହେବ। ନିର୍ବାଚନ କମିଶନ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିବାରୁ ଏସବୁ ଆସନ ଖାଲି […]

  • Sunday, 11 July 2021
jee
ପ୍ରକାଶ ପାଇଲା JEE ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ; କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ଆଇଆଇଟି ରୁର୍କି ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ମେ ୨୭ ରେ ଜେଇଇ ଆଡ୍‌ଭାନ୍‌ସଡ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପେପରରେ ପରୀକ୍ଷା ହୋଇଥିଲା।  ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ରାଙ୍କ୍‌ […]

  • Sunday, 11 July 2021
pm modi
ଏସ୍‌ସିଓ ବୈଠକ: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଚାହିଁଲେ ନାହିଁ କି ହାତ ମିଳାଇଲେନି ମୋଦି

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସ୍‌ସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି। ଏସ୍‌ସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲ୍‌ରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]

  • Sunday, 11 July 2021
protest
ହେଲମେଟ୍‌ ପିନ୍ଧି ବ୍ୟାଣ୍ଡେଜ୍‌ ବାନ୍ଧି ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମ୍‌ସ୍‌ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର ବିକ୍ଷୋଭ କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ […]

  • Sunday, 11 July 2021
pm modi
ପାକିସ୍ତାନ ଆକାଶପଥରେ ଗଲେନି ମୋଦି

ନୂଆଦିଲ୍ଲୀ: ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନ ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍‌ରେ ପହଞ୍ଚିବ। ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ। ଏହି ବୈଠକରେ ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ସହଯୋଗ […]

  • Sunday, 11 July 2021
cyclone..
ଗତିପଥ ‍ପରିବର୍ତ୍ତନ କରି ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହି ବାତ୍ୟା ମୁହାଁଇଛି ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର […]

  • Sunday, 11 July 2021