ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ। ଜଣେ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ପୋଲିସ ଦୁର୍ବୃତ୍ତକୁ ଅଟକ ରଖିଛି। ଗୁଳି ଚଳାଇଥିବା ଦୁର୍ବୃତ୍ତ ନିଜକୁ ଗୋପାଳ ବୋଲି କହୁଛି । ତେବେ ପୋଲିସ ତାକୁ ଅଟକ ରଖି ପରିଚୟ ଯାଞ୍ଚ କରୁଛି । ସୂଚନାଥାଉ କି, ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ CAA ଓ NRC କୁ ବିରୋଧ କରି ପଦଯାତ୍ରା ଚାଲିଥିବା […]
ନୂଆଦିଲ୍ଲୀ:ସଂଶୋଧିତ ନାଗରିକତା ଆଇନ (CAA) ଏବଂ ନାଶନାଲ ରେଜିଷ୍ଟାର ଅଫ ସିଟିଜେନ(NRC) ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମ ଭାରତକୁ ଇସ୍ଲାମିକ୍ ଦେଶ କରିବାକୁ ଚାହୁଁଛି। ଜେରା ବେଳେ ଦିଲ୍ଲୀ ପୋଲିସକୁ ଏମିତି ତଥ୍ୟ ମିଳିଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଶରଜୀଲ କଟ୍ଟରପନ୍ଥୀ ନେତାଙ୍କ ଦ୍ୱାରା ପ୍ରଭାବିତ। ତାକୁ ପୋଲିସ ମଙ୍ଗଳବାର ବିହାରର ଜହାନାବାଦ୍ରୁ ଗିରଫ କରିଥିଲା । ଶରଜୀଲ ଉତ୍ତେଜକ ଭାଷଣ ଦେଉଥିବାର ଏକ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ । ଏହାପରେ ଆଇନଗତ ଭାବେ ସବୁ ବିକଳ୍ପ ଶେଷ ହୋଇଛି । କେବଳ ରାଜକ୍ଷମା ହିଁ ଅକ୍ଷୟ ସିଂହଙ୍କୁ ବଞ୍ଚାଇପାରେ। ଫାଶୀ ଦଣ୍ଡକୁ ଟାଳିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରେ। ସୂଚନାଥାଉ କି, ଆଗରୁ ୨ ଜଣଙ୍କର କ୍ୟୁରେଟିଭ ପିଟିସନ ଖାରଜ ହୋଇ ସାରିଛି । ମୁକେଶ ସିଂହ ଓ ପଓ୍ୱନ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପ୍ରଥମେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଏବେ ବିନୟ ରାଜକ୍ଷମା ଆବେଦନ କରିବା ପରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିପାରେ ବୋଲି କୁହାଯାଉଛି। ରାଷ୍ଟ୍ରପତିଙ୍କୁ ଦେଇଥିବା ରାଜକ୍ଷମା ଆବେଦନରେ ଉଲ୍ଲେଖ ରହିଛି ଯେ, ବିନୟ ତା’ର ଓକିଲ ଏପି ସିଂହଙ୍କ […]
ନୂଆଦିଲ୍ଲୀ:ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ଆଜି ହେବାକୁ ଥିବା ଭୋଟିଂ ସ୍ଥଗିତ ହୋଇଯାଇଛି। ଏହି ଭୋଟିଂ ମାର୍ଚ୍ଚ ମାସରେ କରାଯିବ। ତେବେ ଆଜି ନାଗରିକତା ଆଇନ ବିରୋଧରେ ଆଲୋଚନା ସଂସଦରେ ହେବ କିନ୍ତୁ ଏହା ଉପରେ ଭୋଟିଂ ମାର୍ଚ୍ଚରେ ହେବ ବୋଲି କୁହାଯାଇଛି। ୫ଟି ପ୍ରଭାବଶାଳୀ ରାଜନୈତିକ ଦଳ ପକ୍ଷରୁ ୟୁରୋପିୟ ସଂସଦରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଭୋଟିଂ ପ୍ରକ୍ରିୟା ଟଳିବା ଭାରତର ଏକ ବଡ କୁଟନୀତିକ ସଫଳତା ବୋଲି କୁହାଯାଉଛି। ଭୋଟ […]
ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ […]
ନୂଆଦିଲ୍ଲୀ:ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜକ ଭାଷଣ ଦେଇ ସମାଲୋଚିତ ହୋଇଥିବା ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ସିଂହ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆପତ୍ତିଜନକ ଭାଷାରେ ଶାହିନ ବାଗ୍ ଉପରେ ଟ୍ୱିଟ୍ କରି ମଡଲ ଟାଉନ୍ର ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୋଧରେ ମଧ୍ୟ ଇସି ଦୁଇଦିନ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନାଥାଉ କି, […]
କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ସିଏଏ ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପାର୍କ ସର୍କସ […]
ନୂଆଦିଲ୍ଲୀ:କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଚିକିତ୍ସା ଗର୍ଭପାତ ସଂଶୋଧନ ବିଧେୟକ-୨୦୨୦କୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ଏହି ନିୟମ ଅନୁସାରେ ଗର୍ଭପାତ କରାଇବାର ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ଗର୍ଭପାତ ଅଧିନିୟମ (ମେଡିକାଲ ଟର୍ମିନେଶନ ଅଫ ପ୍ରେଗ୍ନାନ୍ସି ଆକ୍ଟ)୧୯୭୧କୁ ସଂଶୋଧନ କରିବାକୁ ପଡ଼ିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଧେୟକ ଆଗତ କରାଯିବ। […]
ଭୁବନେଶ୍ୱର: ଦେଶର ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ରାଜନୀତି କରିବେ। ସାଇନା ବିଜେପିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି ଏବଂ ସେ ଦେଶ ପାଇଁ କାମ କରିବେ ବୋଲି କହିଛନ୍ତି ୨୯ ବର୍ଷୀୟ ସାଇନା ଯିଏକି ପ୍ରଥମ […]
ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ଠାରେ ଘଟିଛି ବଡ଼ ଦୁର୍ଘଟଣା। ଏକ ବସ୍ ଓ ଅଟୋ ମୁହାଁମୁହିଁ ହେବାରୁ ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କୂଅ ଭିତରକୁ ଖସି ପଡ଼ିଥିଲା ଉଭୟ ଅଟୋ ଓ ବସ୍। ଏହି ଦୁର୍ଘଟଣାରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍ଟି ଧୁଲେ ଜିଲ୍ଲାରୁ କଳୋୱାଁ ଆଡ଼କୁ ଯାଉଥିଲା। ଅନ୍ୟପକ୍ଷରେ ଅଟୋଟି ବିପରୀତ ଦିଗରୁ ଆସୁଥିଲା। ଏହି […]
ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିବା ନିର୍ଭୟା ଦୋଷୀ ମୁକେଶ ସିଂହକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା। ସୁପ୍ରିମକୋର୍ଟ ଆଜି ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି। ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୁକେଶ ସୁପ୍ରିମ୍କୋର୍ଟ ଯାଇଥିଲା। ସୁପ୍ରିମକୋଟ ଏହି ଆବେଦନ ଖାରଜ କରିବା ପରେ ନିର୍ଭୟା ମାମଲାର ୪ ଦୋଷୀ ଫାଶି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହି ଆବେଦନର କୌଣସି […]
ନାଗପୁର: ନିର୍ଭୟା ଦୋଷୀଙ୍କୁ ଦଣ୍ଡ ମିଳିନି। ଫାଶୀ ଦିଆଯିବ ବୋଲି ଦିନ ଗଡ଼ି ଚାଲଛି। ପୁଣି ଏକ ନିଭୟା କାଣ୍ଡ ଘଟିଛି ମହାରାଷ୍ଟ୍ରର ନାଗପୁରରେ। ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ ଏହାର ପୁନରାବୃତ୍ତି ହୋଇଛି। ମହାରାଷ୍ଟ୍ରର ନାଗପୁରଠାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଜଣେ ବ୍ୟକ୍ତି ପ୍ରଥମେ ମାଡ଼ ମାରି ଅଚେତ କରିବା ପରେ ଦୁଷ୍କର୍ମ କରିଥିଲେ। ଏହାପରେ […]
ନୂଆଦିଲ୍ଲୀ: ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ଚାଇନାର ମାଛ ଧରା ବୋଟ୍ ବୁଲୁଥିବା ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି। ଚାଇନା ଜାହାଜଗୁଡ଼ିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା। ସୂତ୍ର ଅନୁସାରେ, ଚାଇନାର ମାଛ ଧରା ଜାହାଜ ଗୁଡ଼ିକ ନିଜର ଯୁଦ୍ଧ ଜାହାଜର ଆଢ଼ୁଆଳରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ୱେଷ୍ଟର୍ଣ୍ଣ ଭାଗ ନର୍ଥ ଆମେରିକା, ଇୟୁରୋପ ଓ ଏସିଆ ମହାଦେଶକୁ […]
ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍ ହୋଇଥିବା ବିଲ୍କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି। ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ, ଦେଶର ଶକ୍ତି ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତି ଯଦି ଅନୁଶାସନ ମଧ୍ୟରେ ରହିବେ, ସେମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥିବ, ନିଷ୍ଠା ଓ ଲଗନ ଥିବ ତେବେ […]
ନୂଆଦିଲ୍ଲୀ: ଚଳିତ ସପ୍ତାହର ଶେଷ ଦିନରେ ବ୍ୟାଙ୍କ କାମ କରିବେ ବୋଲି ଭାବିଛନ୍ତି କି ? ଯଦି ସେପରି ଭାବିଛନ୍ତି ତେବେ ପ୍ଲାନ ବଦଳାଇ ଦିଅନ୍ତୁ। କାରଣ ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ଏହି ଦୁଇଦିନ ବ୍ୟାଙ୍କର ସମସ୍ତ କାମ ବନ୍ଦ ରହିବ। ଚଳିତ ବର୍ଷ ପାଇଁ ଏହି ଦୁଇଦିନ ବିଶେଷ ଗୁରୁତ୍ୱ ରଖେ। କାରଣ ଶୁକ୍ରବାର ଅର୍ଥାତ ଜାନୁଆରୀ ୩୧ ଆର୍ଥିକ ସର୍ଭେ ଏବଂ ଫେବ୍ରୁଆରୀ ୧ ଦେଶର ବଜେଟ ଆଗତ […]
ନୂଆଦିଲ୍ଲୀ: ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସନ୍ଦିଗ୍ଧ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତିନଜଣଙ୍କୁ ବିଶେଷ ୱାର୍ଡରେ ରଖାଯାଇଛି। ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ମୀନାକ୍ଷି ଭରଦ୍ୱାଜ ଏହି ସୂଚନା ଦେଇଛ୍ତି। ଛତିଶଗଡ଼ରେ ମଧ୍ୟ ଜଣେ ସନ୍ଦିଗ୍ଧ କରୋନା ଭୂତାଣୁ ସଂକ୍ରମଣ ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ, ଛତିଶଗଡ଼ ସମେତ ଦେଶର ୮ଟି ରାଜ୍ୟରେ କରୋନା ଭୂତାଣୁ […]
ନୂଆଦିଲ୍ଲୀ: ପ୍ରକୃତ ମଣିଷ ସିଏ, ଯିଏ ନିଜ ପାଇଥିବା ଦୁଃଖକଷ୍ଟ ଅନ୍ୟ କାହାକୁ ଦେବାକୁ ଚାହିଁବନି। ଏମିତି ଜଣେ ମଣିଷଙ୍କୁ ଦେଖିବାକୁ ମିଳେ ଫରିଦାବାଦରେ। ନାଁ ତାଙ୍କର ମନୋଜ ବାଘବା। ସଡ଼କ ଦୁର୍ଘଟଣାରେ ସିଏ ତାଙ୍କର ତିନି ବର୍ଷର ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ। ସନ୍ତାନର ବିଚ୍ଛେଦ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଭାଙ୍ଗି ପଡ଼ିଥିଲେ। ସେ ପାଇଥିବା କଷ୍ଟ ଯେମିତି ଆଉ କେହି ପାଇବେନି ତେଣୁ ସେହି ଦିନ ଠାରୁ ସେ ବୁଲି […]
କାବୁଲ୍: ଆଫଗାନସ୍ଥାନର ପୂର୍ବପ୍ରାନ୍ତ ଗଜନୀରେ ସୋମବାର ମଧ୍ୟାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଫଗାନ ଏୟାର ଲାଇନ୍ସର ଏହି ବିମାନଟି ତାଲିବାନ ଇଲାକାରେ ଖସି ପଡ଼ିଛି। ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଯାଇଛି, ଏଫ୍ଜି ୫୦୭ ବିମାନ ସେଠିକାର ସମୟ ମଧ୍ୟାହ୍ନ ୧.୧୦ରେ ଖସି ପଡ଼ିଥିଲା।ଏହି ବିମାନରେ ୮୩ ଜଣ ଲୋକ ଥିଲେ । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ବିମାନଟି ଗଜନୀ ପ୍ରାନ୍ତର ଡେହୟାକ୍ ଜିଲାରେ ଖସି ପଡ଼ିଛି। ବିମାନରୁ ନିଆଁ ଏବଂ ଧୂଆଁ […]
କୋଲକାତା: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀରେ ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ହୋଇଯାଇଛି। ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ରାଜସ୍ଥାନ ପଞ୍ଜାବ ଏବଂ କେରଳ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ […]