• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

fisherman
୫ ଦିନର ସମୁଦ୍ରଯାତ୍ରା ପରେ ଚେନ୍ନାଇରୁ ଫେରିଲେ ୧୦ ଓଡ଼ିଆ ମତ୍ସ୍ୟଜୀବୀ

ଭୁବନେଶ୍ୱର: ୫ ଦିନର କଷ୍ଟ ସାଧ୍ୟ ସମୁଦ୍ର ଯାତ୍ରା। ଭୋକ, ଉପାସରେ ୫ ଦିନର ଯାତ୍ରା ପରେ ନିଜ ଗାଁରେ ଏବେ ଆସି ପହଞ୍ଚିଛନ୍ତି ୨୭ ଜଣ ମତ୍ସଜୀବୀ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀକାକୁଲ୍ଲମ୍ ଜିଲ୍ଲାର ସମୁଦ୍ରକୂଳରେ ଆସି ଲାଗିଛି ଏମାନଙ୍କ ଡଙ୍ଗା। ୨୭ ଜଣ ମତ୍ସଜୀବୀ ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ ଆସି ପହଞ୍ଚିଛନ୍ତି। ଏହି ୨୭ ଜଣଙ୍କ ମଧ୍ୟରେ ଓଡ଼ିଶାର ୧୦ ଜଣ ମତ୍ସଜୀବୀ ରହିଛନ୍ତି। ୯ ଜଣ ଗଞ୍ଜାମ ଜିଲ୍ଲା ପାତିସୁନପୁର ଅଞ୍ଚଳର ହୋଇଥିବା ବେଳେ ଜଣେ […]

  • Monday, 12 July 2021
trump
ଆମେରିକାରେ ବିଦେଶୀ ନାଗରିକଙ୍କ ରହିବା ନେଇ ଟ୍ରମ୍ପ କଲେ ବଡ ଘୋଷଣା 

ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ  ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏକ  ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି   “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ […]

  • Monday, 12 July 2021
rapid
ଆମେରିକା: ଗୋଟିଏ ଦିନରେ ଗଲା ୧୪୩୩ ଜୀବନ

ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍‌ ଅଛି ତଥାପି ଆମେରିକା ସ୍ଥିତିରେ ଯେ ସୁଧାର ଆସିନି ତାହା ସ୍ପଷ୍ଟ ହେଉଛି। କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। […]

  • Monday, 12 July 2021
king-ping
ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ !

ନୂଆଦିଲ୍ଲୀ:ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ ଉନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି, ତାଙ୍କର କାଡିଓ ଭାସ୍କୁଲାର(cardiovascular)  ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ  କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଜଣେ ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, କିମ୍‌ ଜୀବନ ପ୍ରତି ବିପଦ ରହିଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। […]

  • Monday, 12 July 2021
Capture
ଲକ୍‌ଡାଉନ ଗାଇଡଲାଇନ୍ କୋହଳ କରିପାରିବେନି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ: ଲକ୍‌ଡାଉନ ଗାଇଡଲାଇନ୍ ଖିଲାପ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ବିପର୍ଯ୍ୟୟ ପରିଚାଳନା ଆଇନ ମୁତାବକ ସମସ୍ତ ରାଜ୍ୟ ଲକଡାଉନ୍ କଟକଣା ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚାହିଁଲେ ବି ଏହି ଆଇନକୁ କୋହଳ କରିପାରିବେ ନାହିଁ। କେନ୍ଦ୍ରର ଗାଇଡଲାଇନକୁ କୌଣସି ରାଜ୍ୟ କୋହଳ କରିପାରିବେ ନାହିଁ। ଲୋକଙ୍କ […]

  • Monday, 12 July 2021
oitv
ପାଣିରୁ ମିଳିଲା କରୋନା ଭୂତାଣୁ !

ପ୍ୟାରିସ୍‌‌: ପାଣିରେ କରୋନା ଭୂତାଣୁ ! ତାହା ପୁଣି ପିଇବା ପାଣିରୁ । ପ୍ୟାରିସ୍‌‌ରୁ ଆସିଛି ଚିନ୍ତାଜନକ ଖବର। ଯଦିଓ ପାନୀୟ ଜଳରେ କରୋନା ଭାଇରସ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତଥାପି ପାଣରେ କରୋନା ଭାଇରସ ଠାବ ହେବା ଖବର ଶୁଣି ଏଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଲକ୍‌ ଡାଉନ ପରେ ପରେ ପ୍ୟାରିସର ଲ୍ୟାବରେ ବିଭିନ୍ନ ଇଲାକାର ୨୭ଟି ପାଣି ନମୂନା ସଂଗ୍ରହ […]

  • Monday, 12 July 2021
taronto
ପୋଲିସ୍ ପୋଷାକଧାରୀ ଆତତାୟୀଙ୍କ ଗୁଳିମାଡ, ୧୬ ମୃତ

ଟୋରୋଣ୍ଟୋ: କାନାଡାର ଉତ୍ତରପୂର୍ବ ଅଞ୍ଚଳ ନୋଭା ସ୍କୋଟିଆରେ ଆଜି ପୁଲିସ୍ ପୋଷାକ ପିନ୍ଧି ଜଣେ ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ପୁଲିସ୍‌ କର୍ମଚାରୀ ମଧ୍ୟ ରହିଛନ୍ତି। ପୁଲିସ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ୫୧ ବର୍ଷୀୟ ଗାବ୍ରିଏଲ ୱର୍ଟମ୍ୟାନ ମଧ୍ୟ ପ୍ରାଣ ହରାଇଛି। ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗାବ୍ରିଏଲ […]

  • Monday, 12 July 2021