ଓଡେସା(ଟେକ୍ସାସ): ଆମେରିକାର ଟେକ୍ସାସ୍ରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଟେକ୍ସାସ୍ର ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣ ପୁଲିସ୍ ଅଧିକାରୀ ମଧ୍ୟ ଅଛନ୍ତି। ପୁଲିସ୍ର ପାଲଟା ଗୁଳି ଚାଳନାରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ଉକ୍ତ ବ୍ୟକ୍ତି ଜଣକ ଏଭଳି ଆଖିବୁଜା ଗୁଳି ଚାଳନା କରିଥିଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ସୂଚନା ଅନୁସାରେ, […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି ବେନିୟମ ଗାଡ଼ି ଚାଳକ ହୁସିଆର୍ ରୁହନ୍ତୁ। କାହିଁକି ନା ଆଜିଠାରୁ ଲାଗୁ ହୋଇଛି କଡା ଟ୍ରାଫିକ୍ ନିୟମ। ଶହେ କି ପାଞ୍ଚ ଶହ ନୁହେଁ, ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ। କେନ୍ଦ୍ର ପରିବହନ ମନ୍ତ୍ରାଳୟର ଏହି ନୂଆ ଟ୍ରାଫିକ ନିୟମ ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଜାଣନ୍ତୁ ନୂଆ ଟ୍ରାଫିକ୍ ନିୟମରେ କ’ଣ ସବୁ ରହିଛି… ଏଣିକି […]
ମୁମ୍ବାଇ: ଦିନକ ପରେ ସାରା ଦେଶରେ ପୂଜା ପାଇବେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ। ଏନେଇ ସାରାଦେଶ ଚଳଚଞ୍ଚଳ। ତେବେ ମୁମ୍ବାଇର ପ୍ରସିଦ୍ଧ ଲାଲ୍ବାଗ୍ଚା ରାଜାଙ୍କ ପ୍ରଥମ ଝଲକ୍ ସାମ୍ନାକୁ ଆସିଛି। ଯାହାକୁ ଦେଖିବାପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। ପ୍ରତିବର୍ଷ ଭିନ୍ନ ଏବଂ ନିଆରା ଥିମ୍ରେ ଲାଲ୍ବାଗ୍ଚାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ଥିମ୍ ଚନ୍ଦ୍ରଯାନ-୨ ରହିଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ସବୁ ଅଞ୍ଚଳରେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍ ଖାନ୍ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କାଶ୍ମୀର ଉପରେ ବନ୍ଧୁକ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କାଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା […]
ପାଟନା: ମଦ ପରେ ଏବେ ବିହାର ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ବିହାରର ଫୁଡ୍ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡ୍ର ପାନ ମସଲା ପ୍ୟାକେଟ୍ ଜବତ କରିଥିଲା। ଏସବୁକୁ ନେଇ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା କି ଏଥିରେ ମାଗ୍ନେସିୟମ କାରବୋନେଟ୍ […]
ନୂଆଦିଲ୍ଲୀ: ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ସାଂସଦ ଶଶି ଥରୁର ଗ୍ରହଣ କରିଛନ୍ତି। ଶଶି ଥରୁର କହିଛନ୍ତି, ଏଥର ସେ ପ୍ରତ୍ୟେକ ଦିନ ହିନ୍ଦୀ, ଇଂରାଜୀ ଏବଂ ମାଲାୟାଲମରେ ଟ୍ୱିଟ୍ କରିବେ। 2/2 In response to the PM’s #LanguageChallenge, I will tweet a word daily in English, Hindi & […]
ନୂଆଦିଲ୍ଲୀ: ଗୁଜରାଟରେ ସାଂପ୍ରଦାୟିକ ହିଂସା ତଥା ଆତଙ୍କବାଦ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ। ସମୁଦ୍ର ପଟେ ପାକିସ୍ତାନର କମାଣ୍ଡୋ କିମ୍ବା ଆତଙ୍କବାଦୀମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ନେଇ ପାକିସ୍ତାନ ଯୋଜନା ଚଲାଇଛି। ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଅଆତଙ୍କବାଦୀମାନେ ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ସମୁଦ୍ର ପଥ ଦେଇ କଚ୍ଛ ଉପକୂଳ ଓ ସାର୍ କ୍ରିକ୍ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ […]