• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dam
ଲଗାଣ ବର୍ଷାରେ ଭୁଶୁଡ଼ିଲା ଡ୍ୟାମ୍‌; ୬ ମୃତ, ୨୦ରୁ ଅଧିକ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରି ଡ୍ୟାମ୍‌ର ବନ୍ଧ ଭାଙ୍ଗି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡ୍ୟାମ୍‌ର ପାଣି ହଠାତ୍ ଗାଁ ଭିତରେ ପଶି ଯିବା ଫଳରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଖବର ମିଳିଛି। ପାଖାପାଖି ୭ଟି ଗାଁର ଲୋକ ଏହି ବନ୍ୟା କବଳରେ ରହିଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବିଭାଗ […]

  • Monday, 12 July 2021
heavy rainfall
ମୁମ୍ବାଇରେ ଦାଉ ସାଧୁଛି ଲଗାଣ ବର୍ଷା; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ମୁମ୍ବାଇ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର। ବିଶେଷ କରି ମୁମ୍ବାଇରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ଏପରିକି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନୌସେନାର ଯବାନ ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷାରେ ସହରର କୁରଲା ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ସ୍ପିଡ୍ ବୋଟ୍‌ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।  କେବଳ କାନ୍ଥ ଓ ଟାଙ୍କି […]

  • Monday, 12 July 2021
supreme-court
‘କାଳିଆ’ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ବ୍ୟତୀତ ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପି.ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ସେ ଅପିଲ କରିଛନ୍ତି। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରିବା ସହ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି […]

  • Monday, 12 July 2021
flight
ଅବତରଣ ବେଳେ ରନ୍‌ଓ୍ୱେରୁ ଖସିଗଲା ବିମାନ

ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜୟପୁରରୁ ମୁମ୍ୱାଇ ଆସିଥିବା ଏହି ବିମାନ ମୁମ୍ୱାଇ ଏୟାରପୋର୍ଟରେ ଅବତରଣ କରିବା ବେଳେ ରନ୍‌ଓ୍ୱେରୁ ବାହାରି ଯାଇଥିଲା। ଏହାପରେ ପାଇଲଟ୍ ସଙ୍ଗେସଙ୍ଗେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ […]

  • Monday, 12 July 2021
wall collapsed
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ମୃତ

ପୁଣେ: ମୁମ୍ବାଇ ଓ ପୁଣେରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇର ପିମ୍ପିରିପଡ଼ା ଅଞ୍ଚଳରେ ଥିବା ଏକ ବସ୍ତିରେ କାନ୍ଥ ଭୁଶୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ବି ମାଟି ଅତଡ଼ା ତଳେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ, ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସେହିପରି […]

  • Monday, 12 July 2021