ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଗମ୍ଭୀର ରୂପ ନେଉଛି। ଏଠାରେ କରୋନା ଯୋଗୁ ପ୍ରତି ୨ ଦିନରେ ୧୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ରାଜ୍ୟରେ କୋଭିଡ-୧୯ରେ ୨୭ ହଜାର ୫୨୪ ଆକ୍ରାନ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଏକ ହଜାର ପାର କରିସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୧୯ । ଏପରି ସ୍ଥିତିକୁ ଦେଖି ହଟ ସ୍ପଟ ଇଲାକାରେ ମେ’ ୩୧ ପର୍ଯ୍ୟନ୍ତ ଲକ୍ଡାଉନ ବଢାଇ ଦିଆଯାଇଛି। ମହାରାଷ୍ଟ୍ରରେ ଲକ୍ଡାଉନ ସତ୍ତ୍ୱେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ମୁକାବିଲା କିପରି କରିବେ ସେ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୁଣ୍ଡରେ କିନ୍ତୁ ଗୋଟିଏ ଚିନ୍ତା। ଆଉ ସେ ହେଉଛି ଭାରତ। ଇମ୍ରାନଙ୍କ ଟ୍ୱିଟକୁ ଦେଖିଲେ ଲାଗୁଛି ଯେମିତି ସେ ଭାରତ ବିରୋଧୀ ପ୍ରଚାରରେ ମାତିଛନ୍ତି। ଏପରି ବିପତ୍ତି ସମୟରେ ମଧ୍ୟ ସେ ଭାରତ ବିରୋଧୀ ଫେକ୍ ଭିଡିଓ ଓ ଫଟୋକୁ ଶେୟାର କରି ଚାଲିଛନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଁ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି କରାଯିବାର ଆଭାସ ମିଳିଲାଣି। ଆଉ ୨ ଦିନ ପରେ ଅର୍ଥାତ୍ ମେ’ ୧୭ ରାତିରେ ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ। ତେବେ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ ଅନ୍ୟ ପର୍ଯ୍ୟାୟଠାରୁ ଭିନ୍ନ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୂଚନା ଦେଇ ସାରିଛନ୍ତି। ଆହୁରି ୧୪ ଦିନ ପାଇଁ ଲକଡାଉନ ବଢାଇ ଦିଆଯାଇ ପାରେ ବୋଲି ସୂଚନା ମିଳିଛି। ତେବେ […]
ବ୍ୟାଙ୍କକଂ: ଗତକିଛି ଦିନ ତଳେ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଝିଣ୍ଟିକା ଯୋଗୁ ଲକ୍ଷାଧିକ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ଆଉ ଏକ ପୋକ ଥାଇଲାଣ୍ଡରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ଦୁଃଖର କଥା ହେଉଛି, ଏହି ପୋକ ଏତେ ଦୁର୍ଗନ୍ଧମୟ ଯେ, ଲୋକମାନେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏମାନେ ଫସଲ ଉପରେ ନୁହେଁ, ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଏମାନଙ୍କ […]
ଆଗ୍ରା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଏମିତି ଏକ ହୃଦୟ […]
ନୂଆଦିଲ୍ଲୀ:ଏଣିକି ବେସାମରିକ ନାଗରିକ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ କର୍ମଚାରୀ ସେନାରେ ଯୋଗ ଦେଇପାରିବେ। ସେନାରେ କାମ କରିବା ପରି ଦକ୍ଷତା ରଖିଥିବା ବ୍ୟକ୍ତିମାନେ ୩ ବର୍ଷ ଯାଏ ସେନାରେ କାମ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ। ଏହି ବେସାମାରିକ ନାଗରିକମାନଙ୍କୁ ସମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁସାରେ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳି ରାଙ୍କରେ ରଖାଯିବ। ଏନେଇ ସେନା ପକ୍ଷରୁ ଏକ ପ୍ରସ୍ତାବ ଆଗତ […]
ବିଜାପୁର: ଡିଉଟିରେ ଥିବାବେଳେ ସଉଦା ଆଣିବାକୁ ଯାଇଥିଲେ ସ୍ୱାମୀ । ଆଉ ଘରକୁ ଫେରିଲନି। ପତ୍ନୀ ଶୁଣିବାକୁ ପାଇଲେ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ବିଶ୍ୱାସ କରିପାରିଲେନି ପତ୍ନୀ। ଶେଷରେ ନିଜେ ବାହାରିଲେ ସ୍ୱାମୀଙ୍କୁ ଖୋଜିବାକୁ। ଚାରିଦିନ ବଣଜଙ୍ଗଲରେ ଖୋଜିବା ପରେ ଶେଷରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ଆଉ ମାଓବାଦୀଙ୍କୁ ବୁଝାଇ ସ୍ୱାମୀଙ୍କୁ ମୁକୁଳେଇଥିଲେ। ‘ରୋଜା’ ଫିଲ୍ମ ପରି ଲାଗୁଥିବା ଏହି କାହାଣୀ ଆଉ କୌଣସି ନୂଆ ଫିଲ୍ମର ନୁହେଁ। ଏକଦମ୍ ଅଙ୍ଗେନିଭା କଥା। ଛତିଶଗଡ଼ର ଜଣେ […]
ନୂଆଦିଲ୍ଲୀ:କରୋନା ଭୂତାଣୁରୁ ବିଶ୍ୱକୁ ମୁକ୍ତି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଗେବଷକମାନେ। କରୋନା ଭ୍ୟାକସିନ ତିଆରି ନେଇ ପ୍ରତ୍ୟେକ ଦେଶ ଦାବି କରୁଛନ୍ତି। ତେବେ ଏପରି ଏକ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ସମସ୍ତଙ୍କୁ ହତାଶ କରିଛି। କାରଣ କରୋନା ଭୂତାଣୁ ବିଶ୍ୱରୁ କେବେ ଦୂର ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି । କରନା କବ୍ଜାରୁ ବିଶ୍ୱ ମୁକୁଳି ପାରିବ ନାହିଁ। ଆମକୁ […]
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦିନକରେ ୩ ହଜାର ୭୨୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫ଶହ ୪୯ ଛୁଇଁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮, ୦୦୩ରେ ପହଞ୍ଚିଛି। ତେବେ ୨୬ ହଜାର ୨୩୪ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ […]
ନୂଆଦିଲ୍ଲୀ: ସ୍ପେଶାଲ ଏସି ଟ୍ରେନ୍ ପାଇଁ ରେଲୱେ ପକ୍ଷରୁ ଶୁକ୍ରବାରଠାରୁ ୱେଟିଂ ଟିକେଟ ବୁକିଂ ହେବ । ସେତିକି ନୁହେଁ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭାଗ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିବ। ବର୍ତ୍ତମାନ ଦିଲ୍ଲୀରୁ ଅଲଗା ଅଲଗା ସହରକୁ ୧୫ ସ୍ୱତନ୍ତ୍ର ଟ୍ରେନ ଚାଲୁଛି ଯେଉଁଥିରେ ସ୍ଲିପର କୋଚ ନାହିଁ। ମେ’ ୧୫ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଆପଣ IRCTC ୱେବସାଇଟ୍ କିମ୍ବା […]
ଇନ୍ଦୋର: ଲକ୍ଡାଉନର ଅନେକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଅସହାୟ ଶ୍ରମିକଙ୍କ ଘରବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ହୃଦୟଥରା। ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଇନ୍ଦୋରରେ। ଇନ୍ଦୋର ବାଇପାସର ଏକ ଭିଡିଓ ଭାଇରାଲ ହୋଇଛି। ଘରକୁ ଯିବା ପାଇଁ ପରିବାରର ସଦସ୍ୟଙ୍କୁ କିପରି ବଳଦ ସହ କାନ୍ଧ ମିଳାଇ ଶଗଡ ଟାଣିବାକୁ ପଡ଼ୁଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ପରିବାର ମହାରାଷ୍ଟ୍ରରୁ ବଳଦଗାଡ଼ିରେ ରାଜସ୍ଥାନ ସ୍ଥିତ ତାଙ୍କ ଘରକୁ ଯାଉଛନ୍ତି। […]
ଇନ୍ଦୋର: କରୋନାକୁ ନେଇ ସାରା ଦେଶ ଚିନ୍ତାରେ ପଡ଼ିଥିବାବେଳେ ଇନ୍ଦୋରରୁ ଆସିଛି ଏକ ଲଜ୍ଜାଜନକ ଖବର। ଲକ୍ଡାଉନ ସମୟରେ ଜଣେ ଡାକ୍ତର ରୋଗୀଙ୍କ ସହ ଯେପରି ବ୍ୟବହାର କରିଛନ୍ତି ତାହା କେବଳ ନିନ୍ଦନୀୟ ନୁହେଁ ବରଂ ଡାକ୍ତର ସମାଜ ପ୍ରତି ଏକ ଲଜ୍ଜା ଓ କଳଙ୍କ । ଇନ୍ଦୋରର ମାନବତା ନଗର ଅଞ୍ଚଳର ଜଣେ ଯୁବତୀ କରିଥିବା ଅଭିଯୋଗ ଅନୁସାରେ, ସେ ଚିକିତ୍ସା ପାଇଁ ଘରୋଇ କ୍ଲିନିକ୍ରେ ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଜଣକ ନିଶା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତକାଲି ଦେଶକୁ ସମ୍ବୋଧନ କଲାବେଳେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ ଲୋକାଲକୁ ଭୋକାଲ ଏବଂ ଗ୍ଲୋବାଲରେ ପରିଣତ କରିବା ପାଇଁ କହିଥିଲେ । […]
ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ Covid-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪ ହଜାରରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୨୪୧୫ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି। Spike of 3525 #COVID19 cases and 122 deaths in […]
ନ୍ୟୁୟର୍କ: ଆମରିକାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ପାର ହୋଇଗଲାଣି। ଏପରି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଉଜୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡିବା ଲାଗି ଲକ୍ଡାଉନ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଅର୍ଥନୀତିକୁ ଆଗକୁ ବଢାଇବାକୁ ପଡ଼ିବ ଏବଂ ଲୋକଙ୍କୁ କାମକୁ ଫେରିବାକୁ ପଡ଼ିବ। ତେବେ ଜଣାପଡ଼ିଛି, ଟ୍ରମ୍ପଙ୍କର ଏଇ ଆହ୍ୱାନ ପରେ ଯେଉଁ କେତେଜଣ ଲୋକ କାମରେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୧ […]
ନୂଆଦିଲ୍ଲୀ: ଆଫଗାନୀସ୍ଥାନର ରାଜଧାନୀ କାବୁଲ୍ରେ ମଙ୍ଗଳବାର ଆତଙ୍କବାଦୀମାନେ ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ନବଜାତ ଶିଶୁ, ମହିଳା ରୋଗୀ ଏବଂ କିଛି ନର୍ସ ଅଛନ୍ତି। ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ପାଲଟା ଫାୟାରିଂ କରାଯାଇଛି। ତେବେ ଆତଙ୍କବାଦୀଙ୍କୁ ମୃତ ବା ଜୀବିତ ଧରି ପାରି ନାହାନ୍ତି। ଫାୟାରିଂ ସମୟରେ ଆଫଗାନ ସୁରକ୍ଷା ବଳ ଡାକ୍ତରଖାନାର ରୋଗୀ ଏବଂ ତାଙ୍କର […]
ନୂଆଦିଲ୍ଲୀ: ମାଛ ଧରିବାକୁ ପିଲାଟିଏ ପାଖ ପୋଖରୀକୁ ଯାଇଥିଲା। ପାଣିରେ କଣ୍ଟା ପକାଇବା ପରେ ମାଛ ପଡ଼ିଲା ଭାବି ବନ୍ଶି ଉଠାଇଦେଲା। ହେଲେ ଉପରକୁ ଆସିବା ପରେ ଯାହା ଦେଖିଲା ତା’ର ହୋଶ ଉଡ଼ିଗଲା। ପ୍ରକୃତରେ ବନ୍ଶୀ କଣ୍ଟାରେ ମାଛ ପଡ଼ି ନଥିଲା, ପଡିଥିଲା ଏକ ନୋଟ ଭର୍ତ୍ତି ବ୍ୟାଗ। ବ୍ୟାଗ୍ ଭିତରେ ଥିଲା ୫୦୦ ଏବଂ ୨୦୦୦ ଟଙ୍କାର ନୋଟ। ଏହି ସମୟରେ ଜୋରରେ ପବନ ଆସିବାରୁ କିଛି ଟଙ୍କା ଉଡ଼ିଗଲା। ହେଲେ ପିଲାଟି ଭୟ […]
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଜଗଠନ ହିଜବୁଲ ମୁଜାହିଦ୍ଦିନ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୂଆ ଚାଲ୍ ଖେଳୁଛି। ଭାରତୀୟ ଇଣ୍ଟେଲିଜେନ୍ସର କହିବା ଅନୁଯାୟୀ ହିଜ୍ବୁଲର ଭାରତ ପାଇଁ ନିଯୁକ୍ତି ନୂଆ କମାଣ୍ଡର ଗାଜି ହୈଦର ନୁହେଁ, ଅଶରଫ ମୌଲବୀ। କିନ୍ତୁ ହିଜବୁଲ୍ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଗାଜି ହୈଦରକୁ ନିଯୁକ୍ତି କରିଥିବା କୁହାଯାଉଛି। ଜମ୍ମୁକାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏବଂ CRPF ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତନାଗର କୋକରନାଗରେ ରହୁଥିବା ୫୫ ବର୍ଷୀୟ […]
ୱାଶିଂଟନ: ଆମରିକାରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି। ବର୍ତ୍ତମାନସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାରରେ ପହଞ୍ଚିଛି। ଜନ୍ ହାପ୍କିନ୍ସ ୟୁନିଭର୍ସିଟି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ୫୬୨କୁ ଛୁଇଁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଟ୍ରମ୍ପ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ଆମେରିକାର ସବୁଠାରୁ ସୁରକ୍ଷିତ ସ୍ଥାନ ହ୍ୱାଇଟ୍ […]