ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ଜିଓ ଡିଜିଟାଲ ପ୍ଲାଟଫର୍ମ ଲିମିଟେଡରେ ପୁଞ୍ଜି ନିବେଶ କରିବ ଆମେରିକୀୟ କମ୍ପାନୀ ଭିସ୍ତା। ଫେସବୁକ୍ ଏବଂ ସିଲଭର ଲେକ ପରେ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ଭିସ୍ତା(Vista) ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟ ଟଙ୍କା ନିବେଶ କରିବ। ଜିଓ ତଥା ରିଲାଏନ୍ସ ପକ୍ଷରୁ ଗୁରୁବାର ଏ ନେଇ ଘୋଷଣା କରାଯାଇଛି। ଭିସ୍ତାର ଏହି ପୁଞ୍ଜିନିବେଶ କରି ଜିଓ ପ୍ଲାଟଫର୍ମରେ ତାର ୨.୩୨ ଶେୟାର କିଣିବ। ଜିଓ ପ୍ଲାଟଫର୍ମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତଥା […]
ନୂଆଦିଲ୍ଲୀ: ସ୍ୱଦେଶ ଛୁଇଁଲେ ପ୍ରବାସୀ ଭାରତୀୟ। ଆଜି ବିଦେଶ ଫେରନ୍ତାଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନ ଭାରତରେ ପହଞ୍ଚିଛି। ୪ ଜଣ ଶିଶୁଙ୍କ ସମେତ ୧୭୭ ଯାତ୍ରୀଙ୍କୁ ଧରି ଏହି ବିମାନ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତକାଲି ରାତି ସାଢେ ଦଶଟାରେ ପହଞ୍ଚିଛି। ଏୟାର୍ ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ । ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ […]
ଅହମ୍ମଦାବାଦ : ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହେ ପାଇଁ ସଟଡାଉନ୍ ହୋଇଛି ଗୁଜରାଟର ଅହମ୍ମଦାବାଦ୍ ସହର । ଏହି ସଟ୍ଡାଉନ ସମୟରେ କ୍ଷୀର ଓ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସମ୍ପୂର୍ଣ୍ଣ କର୍ଫ୍ୟୁ ଭଳି ଦୋକାନ ବଜାର ବନ୍ଦ ହେବ। ଏହାସହ କର୍ଫ୍ୟୁ ଭଳି ହିଁ ନିୟମ ଲାଗୁ ହେବ ବୋଲି […]
ନୂଆଦିଲ୍ଲୀ: ଦେଶରେ କରୋନା କାୟା ଭୟଙ୍କର ରୂପ ନେଉଛି । ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ୫୬ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମହାମାରୀ ଦେଶରେ ଏଯାଏ ୧୮୮୬ ଜଣଙ୍କ ଜୀବନ ନେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ସାମ୍ନାକୁ ଆସିଥିବାବାଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି କରୋନା ଆକ୍ରାନ୍ତଙ୍କ ହାରବୃଦ୍ଧି। […]
ନୂଆଦିଲ୍ଲୀ: ପାକିସ୍ତାନ ଅଧୀନରେ ଥିବା ଗିଲଗିତ୍ ବାଲ୍ଟିସ୍ଥାନ ଭାରତର ଅଭିନ୍ନ ଅଙ୍ଗ। ଭାରତୀୟ ପାଣିପାଗ ବିଭାଗ (IMD) ତାର ବୁଲେଟିନ୍ରେ ଏକଥା ସଷ୍ଟ କରିଛି। IMD ତାର ମେ’ ୫ ତାରିଖ ବୁଲେଟିନ୍ରେ ଜମ୍ମୁ-କାଶ୍ମୀର ସବ୍ଡିଭିଜନରେ ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିତ୍-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ସାମିଲ କରିବା ଆରମ୍ଭ କରିଛି। ଏଠି କହି ରଖିବୁ ଗିଲଗିତ୍-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ଏବେ ପାକିସ୍ତାନ ନିଜ କବ୍ଜାରେ ରଖିଛି। ମଙ୍ଗଳବାର IMD ଉତ୍ତର-ପଶ୍ଚିମ ଭାରତର ପାଣିପାଗ ବିବରଣୀ ଦେବାବେଳେ ଏଥିରେ ପାକ୍ […]
ୱାଶିଂଟନ: ପ୍ରାଣଘାତୀ କରୋନା ଭାଇରସର ପ୍ରଭାବ ପର୍ଲ ହାର୍ବର ଏବଂ ୯/୧୧ ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନର୍ସମାନଙ୍କ ସହ ଏକ ବୈଠକ ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମ ଦେଶ ଏବେ ସବୁଠାରୁ ବଡ ଆକ୍ରମଣକୁ ସାମ୍ନା କରୁଛି। କରୋନା ଭାଇରସ ପ୍ରକୃତରେ ବହୁତ ବଡ ଏକ ଆକ୍ରମଣ। ପର୍ଲ ହାର୍ବରଠାରୁ ମଧ୍ୟ ଭୟଙ୍କର। ଏପରି ୱାର୍ଲଡ ଟ୍ରେଡ୍ ସେଣ୍ଟର ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର। […]
ଲଣ୍ଡନ:ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ବ୍ରିଟେନ୍ରେ ୬୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଦେଶରେ ୨୯,୪୨୭ ଜଣଙ୍କର ଜୀବନ ନେଲାଣି। ବ୍ରିଟେନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ,ମତ୍ୟୁ ସଂଖ୍ୟାର ବ୍ରିଟେନ ଇଟାଲି ଓ ସ୍ପେନ୍କୁ ପଛରେ ପକାଇ ସାରିଲାଣି। ଇଟାଲିରେ ବର୍ତ୍ତମାନ ସୁଦ୍ଧା ୨୯,୩୧୫ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ପେନ୍ରେ ୨୫ ହଜାର ୮୫୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଫ୍ରାନ୍ସରେ ଏହି ଭାଇରସ ପ୍ରଭାବରେ ୨୫, ୫୩୧ ଜଣଙ୍କର ମୃତ୍ୟୁ […]
ବିଶାଖାପଟନମ୍: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଣ୍ଟରେ ହଠାତ୍ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୮ ଛୁଇଁଲାଣି। ମୃତ ୮ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେଣି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ବିଶାଖାପାଟଣା ସହରର […]
ନୂଆଦିଲ୍ଲୀ:ବୁଦ୍ଧ କୌଣସି ପରିସ୍ଥିତିରେ ସୀମିତ ନୁହଁନ୍ତି, କୌଣସି ପ୍ରସଙ୍ଗରେ ସୀମିତ ନୁହଁନ୍ତି। ଆଜି ସମୟ ବଦଳିଛି। ସ୍ଥିତି ବି ବଦଳିଛି। ସମାଜର ବ୍ୟବସ୍ଥା ବଦଳିଛି। କିନ୍ତୁ ଭଗବାନ ବୁଦ୍ଧଙ୍କ ସନ୍ଦେଶ ବା ବାର୍ତ୍ତା ଆମ ଜୀବନରେ ନିରନ୍ତର ପ୍ରବାହିତ ହେଉଛି। କାରଣ ବୁଦ୍ଧ କେବଳ ଏକ ନାମ ନୁହେଁ ବରଂ ଏକ ପବିତ୍ର ବିଚାର। ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର […]
ବିଶାଖାପଟନମ୍: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍ ସ୍ଥିତ ଏକ ପ୍ଲାଣ୍ଟରେ ହଠାତ୍ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଏହି ଗ୍ୟାସ୍ ପ୍ରଭାବରେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ଲାଣ୍ଟ […]
ବେଙ୍ଗାଲୁରୁ: କରୋନା ଲକଡାଉନ ଯୋଗୁ ଗରିବ, ଶ୍ରମିକ, ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ କର୍ଣ୍ଣାଟକ ସରକାର ୧୬୧୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସହାୟତା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସେଲୁନ ବ୍ୟବସାୟୀ ବା ବାରିକ, ଲୁଗାସଫାକାରୀ ବା ଧୋବା, ବୁଣାକାର ଓ ଅଟୋ ଡ୍ରାଇଭରଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଚାଷୀ, ଫୁଲ ବ୍ୟବସାୟୀ, ଟ୍ୟାକ୍ସ ଡ୍ରାଇଭର, ଏମଏସଏମଇ, ବଡ଼ ଶିଳ୍ପସଂସ୍ଥା, […]
ୱାଶିଂଟନ: କରୋନ ଭାଇରସ ଆମେରିକା କାହିଁକି ଏତେ ଭୟଙ୍କର ରୂପ ନେଲା ? ଟ୍ରମ୍ପ ପ୍ରଶାସନ ଏ ନେଇ କ’ଣ ପ୍ରତିକାର କରିଥିଲା ? ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଆମରିକାର ବରଖାସ୍ତ ହୋଇଥିବା ଜଣେ ବୈଜ୍ଞାନିକ କହିଛନ୍ତି, ଟ୍ରମ୍ପ ସରକାଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କରୋନା ଭାଇରସର ଭୟବହତା ସମ୍ପର୍କରେ ଅନେକ ବାର ଚେତାବନୀ ଦିଆଯାଇଥିଲା। ଏପରିକି ଭାରତ ଓ ପାକିସ୍ତାନରୁ ଆସିଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରକ୍ୱିନ୍ର ଗୁଣବତ୍ତା ବିଷୟରେ ମଧ୍ୟ କୁହାଯାଇଥିଲା। ହେଲେ […]
ଅୱନ୍ତିପୁରା:ପୁଲୱାମା ଜିଲ୍ଲା ବେଗପୋରାଠରେ ଆଜି ସୁରକ୍ଷାକର୍ମୀଙ୍କର ଏକ ଏନକାଉଣ୍ଟରରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ରିୟାଜ ନାୟକୁ (Riyaz Naikoo) ନିହତ ହୋଇଛି। ଆତଙ୍କୀ ରିୟାଜ A++ ଶ୍ରେଣୀର ଆତଙ୍କୀ ଥିଲା। ଦୀର୍ଘଦିନ ଧରି ସେନା ରିୟାଜକୁ ଖୋଜୁଥିଲା ଏବଂ ଏହା ଉପରେ ୧୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଘୋଷଣା କରିଥିଲା। ରିୟାଜକୁ ଧରିବା ପାଇଁ ସେନା ବାହିନୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରିୟାଜ ଖୁବ୍ ଚାଲାକ […]
ନୂଆଦିଲ୍ଲୀୱ: କୋଭିଡ୍-୧୯ ଭାଇରସ ପ୍ରସ୍ତୁତି ପାଇଁ ସାରା ବିଶ୍ୱ ଲାଗି ପଡ଼ିଥିବାବେଳେ ଭାରତ ମଧ୍ୟ ଏ ନେଇ ଗବେଷଣା ଚଲାଇଛି। ଏହି ଟୀକା ପ୍ରସ୍ତୁତିକରଣ କ୍ଷେତ୍ରରେ ଭାରତ କେତେବାଟ ଆଗେଇଛି, ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି ତାହା ଉପରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭାକ୍ସିନକୁ ନେଇ ଏବେ ଦେଶରେ ସ୍ଥିତି କଣ ରହିଛି ସେନେଇ ବିସ୍ତୃତ ଭାବେ ତର୍ଜମା କରିଛନ୍ତି ପ୍ରଧାନମନ୍ତ୍ରୀ । […]
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବକୁ ଦେଖି ସାରା ବିଶ୍ୱ ଭୟଭୀତ। ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି। ନିଜକୁ ଶକ୍ତିଶାଳୀ ବୋଲି କହୁଥିବା ଆମେରିକା ବି ହାର ମାନିଛି କରୋନା ପାଖରେ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କିଛି ପ୍ରତିକାର କରାଯାଇ ପାରୁନାହିଁ। ଗତ କିଛି ଦିନ ଧରି ୟୁରୋପୀୟ ଦେଶରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଥିଲାବେଳେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଥିବା […]
ଭୁବନେଶ୍ୱର: ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ର ପୂର୍ବାନୁମାନ କରିଥିଲା। ଗତକାଲି ଏ ନେଇ ସୂଚନା ଦେଇ କୁହାଯାଇଥିଲା, ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହୁଏ ତା’ହେଲେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶରେ ହିଟ୍ କରିପାରେ । ହେଲେ ଆଜି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଅଇଏମଡି […]
ନୂଆଦିଲ୍ଲୀ: ଦୀର୍ଘଦିନ କଟକଣା ପରେ ମଦ ଦୋକାନ ଖୋଲିବାକୁ ଗତକାଲି ଅନୁମତି ମିଳିବା ପରେ ମଦପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲେ। ମଦ କିଣିବା ପାଇଁ ଏତେ ଭିଡ ଜମିଥିଲା ଯେ, ଲୋକେ କରୋନା ଗାଇଡ୍ଲାଇନ ବି ଭୁଲି ଯାଇଥିଲେ। କେତେକ ଜାଗାରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଯାହା ବି ହେଉ, ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ନିୟମିତ ମଦ୍ୟପାନ କରୁଥିବା ଲୋକେ ଖୁସି ହୋଇ ଯାଇଥିଲେ। ତେବେ ଆଜି […]
ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟିରେ ପହଞ୍ଚିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ ବୃଦ୍ଧି କାରଣରୁ କଂପାନି ଏଭଳି ସଫଳତା ହାସଲ କରିଛି। ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ […]